‘କୃମିମୁକ୍ତ’ ଓଡିଶା ଗଠନ ପାଇଁ ଅଭିଯାନ

ଓଡିଶାରେ ଏକ କୋଟିରୁ ଅଧିକ ମହିଳା ଏବଂ ଶିଶୁଙ୍କୁ କୃମି ନାଶକ ଔଷଧ
ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ପ୍ରଜନନକ୍ଷମ ବୟସର ମହିଳା ଏବଂ ଶିଶୁମାନଙ୍କୁ କୃମିମୁକ୍ତ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ଦ୍ୱାରା ଅଗଷ୍ଟ ୧୦ରେ ରାଜ୍ୟର ଏକ କୋଟିରୁ ଅଧିକ ମହିଳା ଓ ଶିଶୁଙ୍କୁ କୃମିନାଶକ ଔଷଧ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଅଗଷ୍ଟ ୧୦ ରେ କୃମି ନାଶକ ଓøଷଧ ନେଇନଥିବା ହିତାଧିକାରୀମାନେ ଅଗଷ୍ଟ ୧୭ରେ ମପ୍- ଅପ୍ ରାଉଣ୍ଡରେ ଏହି ଓøଷଧ ଖାଇବେ ।
କୃମିମୁକ୍ତ ଅଭିଯାନ ସହିତ ଭିଟାମିନ୍-ଏ ସପ୍ଳିମେଣ୍ଟେସନ୍ ପ୍ରୋଗ୍ରାମ୍ ମଧ୍ୟ କାର୍ଯ୍ୟକାରୀ ହେବ । ଅଗଷ୍ଟ ମାସରେ ୯ ରୁ ୬୦ ମାସ ବୟସର ଶିଶୁମାନଙ୍କୁ ଭିଟାମିନ୍-ଏ କୁ ରୁଟିନ୍ ଇମ୍ୟୁନାଇଜେସନ୍ ସାଇଟ୍୍ ଏବଂ ସ୍ୱତନ୍ତ୍ର ଗ୍ରାମ ସ୍ୱାସ୍ଥ୍ୟ ପରିମଳ ଓ ପୋଷଣ ଦିବସରେ ଦିଆଯିବ ।
ଭୁବନେଶ୍ୱରରେ ଗଣମାଧ୍ୟମକୁ ସମ୍ବୋଧିତ କରି ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡକ୍ଟର ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି, “ଏନ୍ଡିଡି ସମୟରେ, ୬-୧୯ ବର୍ଷ ବୟସର ପିଲା ଏବଂ ୨୦-୨୪ ବର୍ଷ ବୟସର ପ୍ରଜନନକ୍ଷମ ମହିଳାମାନଙ୍କୁ କୃମିନାଶକ ବଟିକା (ଆଲବେଣ୍ଡାଜୋଲ୍ ବଟିକା) ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ଡକ୍ଟର ସଂଯୁକ୍ତା ସାହୁ ଶିକ୍ଷକ, ଅଙ୍ଗନୱାଡି କର୍ମୀ ଏବଂ ଆଶା କର୍ମୀଙ୍କ ଦ୍ୱାରା ଯୋଗାଇ ଦିଆଯିବ । ଏଥିସହିତ ୧-୫ ବର୍ଷ ବୟସର ଶିଶୁମାନଙ୍କୁ ଆଲବେଣ୍ଡାଜୋଲ୍ ଦ୍ରବଣ ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ଯୋଗାଇ ଦିଆଯିବ ।
ଜାତୀୟ କୃମି ନାଶକ ଦିବସ(ଏନ୍ଡିଡି) ଅଗଷ୍ଟ୍ ୨୦୨୪ ରାଉଣ୍ଡ୍,୧୯ଟି ଜିଲ୍ଲା- ବାଲେଶ୍ୱର, ଭଦ୍ରକ, ବଲାଙ୍ଗିର, ବୌଦ୍ଧ, କଟକ, ଦେଓଗଡ଼, ଗଜପତି, ଜଗତସିଂପୁର, କେନ୍ଦ୍ରାପଡା, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନୟାଗଡ଼, ନବରଙ୍ଗପୁର, ନୂଆପଡା, ରାୟଗଡା ଏବଂ ପୁରୀରେ ଆୟୋଜିତ ହେବାକୁ ଯାଉଛି ।
“ଲିମ୍ଫାଟିକ୍ ଫାଇଲାରିଆସିସ୍-ମାସ୍ ଡ୍ରଗ୍ ଆଡ୍ମିନିଷ୍ଟ୍ରେସନ୍(ଏଲ୍ଏଫ୍ଏମ୍ଡିଏ) ଚିହ୍ନଟ କରାଯାଇଥିବା ଇମ୍ପ୍ଲିମେଣ୍ଟେସନ୍ ୟୁନିଟ୍(ଆଇୟୁ)/ଅବଶିଷ୍ଟ ୧୧ଟି ଜିଲ୍ଲାର ବ୍ଲକ୍- ଅନୁଗୁଳ, ବରଗଡ଼, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡା, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର, ସୁନ୍ଦରଗଡରେ ୧-୨ ବର୍ଷର ଶିଶୁମାନଙ୍କୁ ଏନ୍ଡିଡି ଅଧିନରେ ଆଲ୍ବେଣ୍ଡାଜୋଲ୍ ଦ୍ରବଣ ଯୋଗାଇ ଦିଆଯିବ । ଏଲ୍ଏଫ୍ଏମ୍ଡିଏ ଦ୍ୱାରା ୧୧ଟି ଜିଲ୍ଲାର କାର୍ଯ୍ୟକାରୀ ହୋଇନଥିବା ଅବଶିଷ୍ଟ ବ୍ଲକଗୁଡିକରେ ଶିଶୁ ଏବଂ ମହିଳାମାନେ ଏନ୍ଡିଡି ଅଧିନରେ କୃମିନାଶକ ଔଷଧ ଦିଆଯିବ ବୋଲି ଡକ୍ଟର ସାହୁ କହିଛନ୍ତି” ।
ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ରମାନଙ୍କରେ ଏନ୍ଡିଡି ଅଭିଯାନ କାର୍ଯ୍ୟକାରୀ ହେବ ଏବଂ ଆଲ୍ବେଣ୍ଡାଜୋଲ୍ ଔଷଧ ଦିଆଯିବ । ଏହି ଅଭିଯାନରେ ସମସ୍ତ ସରକାରୀ ଓ ସରକାରଙ୍କ ଦ୍ୱାରା ଅନୁମୋଦିତ ବିଦ୍ୟାଳୟ, ବେସରକାରୀ ବିଦ୍ୟାଳୟ, ଶିଶୁ ବାଟିକା ଓ ଶିଶୁ ଯତ୍ନ ଅନୁଷ୍ଠାନଗୁଡିକ ଅନ୍ତର୍ଭୁକ୍ତ ହେବେ ।