ED, CAA ବିରୋଧୀ ଆନ୍ଦୋଳନ ଓ ପି .ଏଫ୍.ଆଇ
CAA- ବିରୋଧୀ ଆନ୍ଦୋଳନ ଅନେକ ଦିନ ଧରି ପ୍ରଶାସନକୁ ହରଡଘଣାରେ ପକାଇଥିଲା । ଇତିହାସ ପୃଷ୍ଠାକୁ ଅବଲୋକନ କଲେ ଆମେ ଜାଣିପାରିବା ଯେ ଏପରି ଦୀର୍ଘକାଳିନ ଆନ୍ଦୋଳନ ସୁଚିନ୍ତିତ , ସୁବ୍ୟବସ୍ଥିତ ପ୍ରଣାଳୀ ବିନା ଅସମ୍ଭବ , ବିଭିନ୍ନ ମାମଲାର ତଦନ୍ତରୁ ଜଣାପଡିଲା ଯେ ପି . ଏଫ୍.ଆଇ ଓ ତାହାର ସଂଶ୍ଳିଷ୍ଟ ସଂସ୍ଥାମାନେ ହିଁ ଏଥିପାଇଁ ଦାୟୀ ଥିଲେ , ଏହି କାରଣରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ED ) , ପି.ଏଫ୍.ଆଇର ପାଣ୍ଠି ଯୋଗାଣ ବ୍ୟବସ୍ଥାକୁ ତଦନ୍ତ କରିବା ପାଇଁ ବାଧ୍ୟ ହୋଇଥିଲା । ପରେ ପି.ଏଫ୍.ଆଇ ଓ Rehab India Foundation ( RIF ) ର ବ୍ୟାଙ୍କ ଖାତା ଖୋଲତାଡରୁ ଦେଶବ୍ୟାପୀ CAA- ବିରୋଧୀ ଦଂଗା ଓ ଏମାନଙ୍କ ସିଧାସଳଖ ସଂର୍ପକ ଜଣା ପଡିଥିଲା , RIF ହେଲା ପି.ଏଫ୍.ଆଇ ର ଏକ ସମ୍ମୁଖ ସଂଗଠନ ।
RIF ଭାରତ ଓ ଖାଡି ଦେଶରେ ଥିବା ପି.ଏଫ୍.ଆଇ ସଦସ୍ୟଙ୍କ ଜରିଆରେ ପାଣ୍ଠି ସଂଗ୍ରହ କରିଥାଏ । ED ଅନୁସନ୍ଧାନରୁ ଜଣାପଡିଛି ଯେ RIF , FCRA ଅଧିନିୟମରେ ପଞ୍ଜିକୃତ ନୁହେଁ କୌଣସି ବୈଦେଶିକ ଚାନ୍ଦା ଗ୍ରହଣ କରିବା ପାଇଁ , କିନ୍ତୁ ଏହା ତିନୋଟି ବୈଦେଶିକ ସ୍ରୋତରୁ ଏହାର HDFC ବ୍ୟାଙ୍କ ଖାତାରେ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ପାଇଥିଲା । ଏହା ବ୍ୟତୀତ CAA- ବିରୋଧୀ ଆନ୍ଦୋଳନର ଆରମ୍ଭ ସମୟରେ ମଧ୍ୟ ପି.ଏଫ୍.ଆଇ ଓ RIF ନିଜର ୧୫ରୁ ଉର୍ଦ୍ଧ୍ବ ବ୍ୟାଙ୍କ ଖାତାରେ ୦୧କୋଟିରୁ ଉର୍ଦ୍ଧ୍ବ ଟଙ୍କା ପାଇଥିଲେ । ଏହିସବୁ ନେଣଦେଶକୁ ଗୁପ୍ତ ରଖାଯାଇଥିଲା । ପି.ଏଫ୍.ଆଇ ଦିଲ୍ଲୀ ରାଜ୍ୟ ଅଧ୍ୟକ୍ଷ ପରଭେଜ୍ ଅହମଦ୍ରର ହାଟସ୍ପରୁ ସ୍ପଷ୍ଟ ଜଣାପଡେ ଯେ CAA- ବିରୋଧୀ ଆନ୍ଦୋଳନ ସମୟରେ ଭିଡ ଜମାକରିବାରେ ପି.ଏଫ୍.ଆଇର ସକ୍ରିୟ ଭୂମିକା ରହିଥିଲା । ଗତବର୍ଷ UP – STF ହାତରେ ଧରାପଡିଥିବା ପି.ଏଫ୍.ଆଇର ହତ୍ୟାକାରୀ ଦସ୍ତାର ସଦସ୍ୟ ଅନସଦ ବନ୍ଦରୁଦ୍ଦିନ୍ ପ୍ରଘଟ କରିଛି କି ସେ ଗତ ତିନି ବର୍ଷ ମଧ୍ୟରେ ତିନି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ପି.ଏଫ୍.ଆଇ ଠାରୁ ପାଇଥିଲା ।
ଏହା ପୁର୍ନବାର ପି.ଏଫ୍.ଆଇର ଦେଶବିରୋଧୀ କାର୍ଯ୍ୟ ଜଡିତ ଥିବା ଦର୍ଶାଏ । ଏହି ସବୁ ତଥ୍ୟ ସବୁ ଆହୁରି ସୁଦୃଢ ହେଲା ଯେତେବେଳେ ଏମଡି ଇସମାଇଲର ଘରୁ ଏକ ଡାଏରୀ ଜବତ ହେଲା ଯାହା ଭିତରେ ଡିସେମ୍ବର ୨୦୨୦ରେ ପି.ଏଫ୍.ଆଇ ନେତାମାନଙ୍କ ବୈଠକ ବିଷୟରେ ବିସ୍ତୃତ ବିବରଣୀ ରହିଥିଲା । ଏହି ଡାଏରୀରେ ମଧ୍ୟ ପି.ଏଫ୍.ଆଇର ଛାମୁଆ ନେତା ଯେପରିକି ଓଏମ୍.ଏ ସଲାମ୍ , ଏମ କେ ଫୈଜୀ , ନସିରୁଦ୍ଦିନ ଙ୍କ ଭାଷଣର ବିବରଣୀ ରହିଥିଲା । ଯାହା ସେମାନଙ୍କ ଦେଶ ଭିତରେ ଗୃହଯୁଦ୍ଧ ଭଳି ସ୍ଥିତି ଆଣିବା ପାଇଁ ଚକ୍ରାନ୍ତକୁ ଦର୍ଶାଉଥିଲା । ଏହି ଭାଷଣର ଉଦ୍ଧୃତାଂଶ ଏହିପରି ‘ ଆମେ ( ପି.ଏଫ୍.ଆଇ ) ୩୦ ବର୍ଷ ହେଲା ନିଜ ଉପସ୍ଥିତି ଜାହିର କରିଆସୁଅଛୁ , ଦେଶ ଆଗାମୀ କିଛି ବର୍ଷ ମଧ୍ୟରେ CAA- ବିରୋଧୀ ଆନ୍ଦୋଳନକୁ ନେଇ ଭିଷଣଯୁଦ୍ଧର ସମ୍ମୁଖୀନ ହୋଇପାରେ ।
ଏହିପରିସ୍ଥିତିରେ ଆମେ ଆମର ରଣକୌଶଳ ସ୍ଥିରକରିବା ଓ ନିଜଶକ୍ତି , ସାମର୍ଥ୍ୟ ବଢାଇବା ନଚେତ୍ ଆଲ୍ହା , ଅନ୍ୟ ସଂଗଠନ / ସଂସ୍ଥାଙ୍କ ସାଥୀରେ ଚାଲିଯିବେ ‘ । CAA- ବିରୋଧୀ ଆନ୍ଦୋଳନର ବିସ୍ତୀର୍ଣତା ଓ ତାପରେ ପି.ଏଫ୍.ଆଇର କେତେ କ୍ଷମତାଶାଳୀ ଓ ପ୍ରସ୍ତୁତି ବ୍ୟବସ୍ଥାରୁ ଜଣାପଡେ ଯେ ସାଂଗଠନୀକ ସ୍ତରରେ ଏମାନେ ସେମାନେ କେଉଁ ଉଦ୍ଦେଶ୍ୟ ନେଇ କାମ କରୁଛନ୍ତି । ଯେକୌଣସି ସଂସ୍ଥା ଯେତେବେଳେ ବିରୋଧୀ ଆନ୍ଦୋଳନକୁ ବଳବତ୍ତର ରଖିବା ପାଇଁ ପାଣ୍ଠି ସଂଗ୍ରହକରେ ଓ ଗୁପ୍ତଭାବରେ ଗୃହଯୁଦ୍ଧପାଇଁ ପ୍ରସ୍ତୁତ ହୁଏ , ଏହା ସୁରକ୍ଷା ସଂସ୍ଥା ମାନଙ୍କ ପ୍ରମୁଖ ପ୍ରାଥମିକତା ଭାବରେ ଉଭା ହୋଇଥାଏ । ୧୬ ଜୁନ୍ ୧୮୬୭ରେ ଆବ୍ରାହମ ଲିଙ୍କନ ତାଙ୍କ ଏକ ବକ୍ତବ୍ୟରେ କହିଥିଲେ ଯେ ‘ ଯୁଦ୍ଧ ତାହାର ଚରମ ଅବସ୍ଥାରେ ଭୟଙ୍କର ଅଟେ ଏବଂ ଆମର ଯୁଦ୍ଧର ମାତ୍ରା ଓ ସମୟସୀମା ହେଲା ବହୁତ ଭୟଙ୍କର , ଆମେରିକା ବାହ୍ୟ ଶକ୍ତି ଦ୍ବାରା ନଷ୍ଟ ହେବ ନାହିଁ ।
ଆମେ ଯଦି ଦୋଦୁଲ୍ୟମାନ ସ୍ଥିତିରେ ରହିବା ଓ ଆମ ସ୍ବାଧୀନତା ହରେଇବା ଆମେମାନେ ନିଜକୁ ନିଜ ଭିତରରୁ ହିଁ ନଷ୍ଟ କରିଦେବା । ” ଭାରତ ନିଜର ସ୍ବାଧୀନତା ପରଠାରୁ ପାକିସ୍ତାନକୁ ବାରମ୍ବାର ପରାସ୍ତ କରିଆସିଛି ଏବଂ ଏହା ସମସ୍ତ ପ୍ରକାର ଶତୃମାନଙ୍କଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ସମର୍ଥ ଅଟେ । କିନ୍ତୁ ଏହା ସେତେବେଳେ ସମ୍ଭବ ଯେବେ ଭାରତ ଅନ୍ତରରୁ ସଶକ୍ତ ଓ ଏକତ୍ରୀତ ରହିବ । ED ର ତଦନ୍ତରୁ ଜଣାପଡିଛି ଯେ ପି.ଏଫ୍.ଆଇ ଓ ଏହାର ଜଡିତ ସଂସ୍ଥା ମାନେ ଉଇମାନଙ୍କ ଭଳି ଦେଶକୁ ଭିତରୁ ଦୁର୍ବଳ କରିବାରେ ସର୍ବଦା ବ୍ୟସ୍ତ । ତେଣୁ କରି ବର୍ତ୍ତମାନ ସମୟ ଆସିଛି ପି.ଏଫ୍.ଆଇ ଭଳି ଉଈକୁ ସମାପ୍ତ କରିବା ପାଇଁ । ତେଣୁ ଆସନ୍ତୁ ଏହି ସଂଗଠନ ଉପରେ ସରକାରଙ୍କ ଦ୍ବାରା ଲଗାଯାଇଥିବା ଦେଶବ୍ୟାପୀ ପ୍ରତିବନ୍ଧକୁ ଆମେ ସମସ୍ତେ ସମର୍ଥନ ଜଣାଇବା ।
( ମନସୁର ଖାନ୍ , ଜାତୀୟ ଅଧ୍ୟକ୍ଷ ଓ ସଂସ୍ଥାପକ ସୁଫୀ ଇସଲାମିକ ବୋର୍ଡ )