ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ଖଣ୍ଡଗିରି ଠାରେ ସ୍ୱଚ୍ଛତା ହି ସେବା ଶ୍ରମଦାନ

ପ୍ରବାହ ନ୍ୟୁଜ୍ : ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ସ୍ୱଚ୍ଛତା ହିଁ ସେବା ଶ୍ରମଦାନ ଅଭିଯାନ ସ୍ଥାନୀୟ ଖଣ୍ଡଗିରି ଠାରେ ସଫାଇ କାର୍ଯ୍ୟକ୍ରମ ଦ୍ୱାରା ଆରମ୍ଭ କରିଛି। ଏହି ଅଭିଯାନରେ ଓଡିଶାରେ ଷ୍ଟେଟ ବ୍ୟାଙ୍କର 21ଟି କ୍ଷେତ୍ରରେ ଦୁଇଟି ଲେଖାଏଁ ସ୍ଥାନ ଚିହ୍ନଟ କରି କର୍ମଚାରୀ ମାନଙ୍କ ଦ୍ୱାରା ସ୍ୱଚ୍ଛତା ଶ୍ରମଦାନ କରାଯିବ। ଆଜି ତା 28 ସେପ୍ଟେମ୍ବର 2024 ଦିନ ଶ୍ରୀ ଦିନେଶ ପରୁଥି, ମୁଖ୍ୟ ମହାପ୍ରବନ୍ଧକ, ଭୁବନେଶ୍ୱର ମଣ୍ଡଳଙ୍କ ନେତୃତ୍ୱରେ ଖଣ୍ଡଗିରି ଐତିହ୍ୟ ସ୍ଥାନରେ ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ ଓ ପ୍ରଶାସନିକ କାର୍ଯ୍ୟାଳୟର 150 ରୁ ଉର୍ଦ୍ଧ୍ଵ କର୍ମଚାରୀ ମାନଙ୍କ ଦ୍ୱାରା ସଫାଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଷ୍ଟେଟ ବ୍ୟାଙ୍କର ଅନେକ ବରିଷ୍ଠ ଅଧିକାରୀ ମାନଙ୍କ ସମେତ ମହାପ୍ରବନ୍ଧକ ଶ୍ରୀ ପୋନ୍ନମବଲମ ଏମ ଓ ଶ୍ରୀ କୌଶଳ କିଶୋର ସିଂ , ମଣ୍ଡଳ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂ ଓ ଅଧିକାରୀ ସଙ୍ଘ ତଥା କର୍ମଚାରୀ ସଙ୍ଘର ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।