ଶୁ୍‌ଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ବ୍ୟବସାୟିକ ପ୍ରତିନିଧି ଦଳର ଭୁଟାନ ରାଜା ଓ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ

ଭୁବନେଶ୍ୱର, ଅକ୍ଟୋବର ୩୧, ୨୦୨୩: ଫିକି ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ବ୍ୟବସାୟିକ ପ୍ରତିନିଧି ଦଳ ଗତ ସପ୍ତାହ ଭୁଟାନ ଗସ୍ତ କରିଛନ୍ତି । ଏହି ପ୍ରତିନିଧି ଦଳ ଭୁଟାନ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭୁଟାନର ମହାମହିମ ରାଜା ଜିଗମେ ଖେସର ନାମଗେଲ ୱାଙ୍ଗଚୁକ୍ ଏବଂ ପ୍ରଧାନମନ୍ତ୍ରୀ ଡଃ ଲୋଟେ ଶେରିଙ୍ଗ୍‌ଙ୍କ ସହିତ ଭୁଟାନ ରାଜକୀୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ସେଠାକାର ପ୍ରମୁଖ ଶିଳ୍ପପତିଙ୍କୁ ସାକ୍ଷାତ କରିବା ସହିତ ବିଭିନ୍ନ ବ୍ୟବସାୟିକ ଦିଗ ଉପରେ ଆଲୋଚନା କରିଥିଲେ । ଏହାସହିତ ରାଷ୍ଟ୍ରଦୂତ ଶ୍ରୀ ସୁଧାକର ଡାଲେଲା ଥିମ୍ପୁଠାରେ ଅବସ୍ଥିତ ଭାରତୀୟ ଦୂତାବାସରେ ଉକ୍ତ ପ୍ରତିନିଧି ଦଳକୁ ଭବ୍ୟ ସ୍ୱାଗତ କରିଥିଲେ ।

ଏହି ଗସ୍ତ ଅବସରରେ ଶ୍ରୀ ପଣ୍ଡା କହିଛନ୍ତି ଯେ, “ଆମର ନିକଟତମ ପଡୋଶୀ ରାଷ୍ଟ୍ର ମଧ୍ୟରୁ ଭୁଟାନ ଅନ୍ୟତମ ପ୍ରମୁଖ ସହଯୋଗୀ ରାଷ୍ଟ୍ର ଓ ଫିକି ପକ୍ଷରୁ ବିଶେଷ ଭାବେ ଘରୋଇ କ୍ଷେତ୍ରରେ ଅଧିକରୁ ଅଧିକ ବିଜନେସ୍ ଟୁ ବିଜନେସ୍ ଏନ୍‌ଗେଜମେଂଟ ପାଇଁ ସହାୟତା ଯୋଗାଇ ଦିଆଯିବ । ମହାମହିମ ରାଜାଙ୍କ ସହିତ ସାକ୍ଷାତ କରିବା ଏକ ସୌଭାଗ୍ୟର ବିଷୟ ଥିଲା, ଯିଏକି ଭୁଟାନର ପ୍ରଗତି ଓ ବିକାଶ ପାଇଁ ନିଜର ଦୃଷ୍ଟିକୋଣକୁ ବିସ୍ତୃତ ରୂପେ ପ୍ରକାଶ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି ପ୍ରତିନିଧି ଦଳରେ ଫିକିର ଉପ ସଭାପତି ଶ୍ରୀ ହର୍ଷ ବର୍ଦ୍ଧନ ଅଗ୍ରୱାଲ ଏବଂ ସାଧାରଣ ସମ୍ପାଦକ ଶ୍ରୀ ଶୈଲେଶ ପାଠକ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *