ନିର୍ମମ ଭାବେ ହତ୍ୟା କରିଲା ସ୍ଵାମୀ, ସ୍ତ୍ରୀର ମୁଣ୍ଡ ଗଣ୍ଡି ଅଲଗା

କାଶୀନଗର ୨୫/୫ ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମରେ ନିର୍ମମ ଭାବେ ହତ୍ୟା କରି ସ୍ତ୍ରୀର ମୁଣ୍ଡ ଓ ଗଣ୍ଡିକୁ ଅଲଗା କରିଦେଇଛି। ସୂଚନା ମୁତାବକ ଆଜି ସକାଳ ୭ଘଟିକା ସମୟରେ ସ୍ଵାମୀ ଓ ସ୍ତ୍ରୀ ମିଶି ନିକଟସ୍ତ କାଜୁ ତୋଟାକୁ ଯାଇଥିଲେ।
କିଛି ସମୟ ପରେ ସ୍ଵାମୀ ସ୍ତ୍ରୀର ମୁଣ୍ଡକୁ ହାତରେ ଧରି ଚାଲି ଚାଲି ଆସି ନିଜ ଘର ବାରଣ୍ଡାରେ ବସିଥିଲା। ଖବର ଜାଣି କାଶୀନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ଵାମୀ ଚନ୍ଦ୍ର ଶେଖର କାର୍ଜୀକୁ ଗିରଫ କରିଛି। କୌଣସି ଘରେଇ କଳହ ଯୋଗୁଁ ସ୍ତ୍ରୀ ଉର୍ମିଳା କାର୍ଜୀକୁ ଟାଙ୍ଗିଆରେ ହାଣି ମୁଣ୍ଡ ଓ ଗଣ୍ଡିକୁ ଅଲଗା କରିଦେଇଥିବା ଜଣାପଡିଛି। ବର୍ତ୍ତମାନ ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି ପହଞ୍ଚି ତଦନ୍ତ କରିଥିବା କହିଛନ୍ତି। ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଜଣାପଡିଛି। କାଶୀନଗର ଥାନାରେ କେସ ନଂ ୬୦/୨୩ରେ ଏକ ହତ୍ୟା ମାମଲା କରିଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି।