ଟାଟା ଷ୍ଟିଲ କଳିଙ୍ଗନଗର ଏବଂ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

କଳିଙ୍ଗନଗର : ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ଏବଂଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରକ୍ତ ଭଣ୍ଡାରର ମିଳିତ ଆନୁକୂଲ୍ୟରେ ବିଶ୍ୱ ରକ୍ତଦାତା ଦିବସ ଅବସରରେ ଟାଟା ଷ୍ଟିଲ କଳିଙ୍ଗନଗରସ୍ଥିତ ଡିଇଟି ଅଡିଟୋରିୟମରେ ଗୁରୁବାର ଏକ ରକ୍ତଦାନ ଶିବିରରେ ଅନୁଷ୍ଠିତ ହୋଇଯାଇଛି ।ୱେଲନେସ୍ କମିଟି ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ୨୦୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

ଟିଏସକେର କର୍ପୋରେଟ୍ ସର୍ଭିସେସ୍ ମୁଖ୍ୟ ଦେବଦୂତ ମହାନ୍ତି, ଟିଏସକେର ମୁଖ୍ୟ ପ୍ରଶାସକ ଆଶିଷ କୁମାର, ଯାଜପୁର ରକ୍ତଭଣ୍ଡାର ମେଡିକାଲ ଅଫିସର ଡାକ୍ତର ପ୍ରଶାନ୍ତ କୁମାର ବିଶ୍ୱାଳ ଓ ଡାକ୍ତର ସୁଜିତ ମନୋହର ସ୍ୱାଇଁଙ୍କ ଉପସ୍ଥିତିରେ ଟିଏସକେର ଷ୍ଟିଲ ମେଲଟିଂ ଶପର ମୁଖ୍ୟ ଆଶୁତୋଷ କୁମାର ଓ ଟିଏସକେ ସୁରକ୍ଷା ବିଭାଗ ମୁଖ୍ୟ ଆରଏସ ମିଶ୍ର ମିଳିତ ଭାବେ ଏହି ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗରର ବରିଷ୍ଠ ଅଧିକାରୀ ଓ ଯାଜପୁର ଡିଏଚଏଚର ଅଧିକାରୀମାନେମଧ୍ୟ ଉପସ୍ଥିତ ଥିଲେ ।

ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲାରକ୍ତଦାନର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ଜୀବନ ରକ୍ଷାକାରୀ ପଦକ୍ଷେପରେ ସାମିଲ ହେବପାଇଁ ସମସ୍ତଙ୍କୁ ପ୍ରୋତ୍ସାହିତ କରିବା ।ଏହି ଶିବିରରେଟାଟା ଷ୍ଟିଲର କର୍ମଚାରୀ, ଏସଏନଟିଆଇ ପ୍ରଶିକ୍ଷାର୍ଥୀ ଏବଂ ଠିକା କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିିଥିଲେ ।ଦାତାମାନଙ୍କୁ ସାର୍ଟିଫିକେଟ ବ୍ୟତୀତ ବିଭିନ୍ନ ଫଳ ଓ ପନିପରିବା ବିହନ ଆଦି ଉପହାରସ୍ୱରୂପ ଦିଆଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ସେମାନଙ୍କ ଜୀବନ ରକ୍ଷାକାରୀ ଉପହାର ପାଇଁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେଏହି ଶିବିର ଆୟୋଜିତହୋଇଥିଲା । ଟାଟା ଷ୍ଟିଲ୍ କଳିଙ୍ଗନଗର ନିୟମିତ ଭାବେ ଏଭଳି ରକ୍ତଦାନ ଶିବିର ଆୟୋଜନ କରିଥାଏ ।

Leave a Reply

Your email address will not be published. Required fields are marked *