ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ

ଯୋଡ଼ା -ପ୍ରବାହ ନ୍ୟୁଜ୍‌ : ଆଜି ଯୋଡ଼ା ବ୍ଲକ ଅନ୍ତର୍ଗତ ବନେଇକଳା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ ହୋଇଯାଇଛି. ଏଥିରେ ଯୋଡ଼ା ବ୍ଲକ ର ଚଉଦ ଟି କ୍ଲଷ୍ଟର ରୁ ମୋଟ 280ଜଣ ପ୍ରତିଯୋଗୀ ତେର ଟି ପ୍ରତିଯୋଗିତା ରେ ଭାଗ ନେଇଥିଲେ. ଏହି ଉତ୍ସବ କୁ ଯୋଡ଼ା ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ବେହେରା ଓ ଯୋଡ଼ା ବ୍ଲକ ର ଵି. ଆର. ସି. ସି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠି, ବନେଇକଳା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଯଯାତି କେଶରୀ ବେହେରା, ପଶ୍ଚିମ ଯୋଡ଼ା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଞ୍ଜୟ ବେହେରା, ଯୋଡ଼ା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ମାରାଣ୍ଡି, ମୁନସିପାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମହେନ୍ଦ୍ର ଜେନା ଦୀପ ପ୍ରଜ୍ଵଳନ କରି ଶୁଭାରମ୍ଭ କରିଥିଲେ. ପରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କର ଅ ନ୍ତନ୍ନିହିତ ଗୁଣାବଳୀ ର ବିକାଶ ନିମନ୍ତେ ଆମ ଲୋକ କଳା, ଆମ ପରିଚୟ ସମ୍ବନ୍ଧିତ ପ୍ରତିଯୋଗିତା ସୁରଭି ରେ ବିଭିନ୍ନ ପ୍ରତିଯୋଗିତା ଯଥା କୁଇଜ, ସୃଜନଶୀଳ ଲିଖନ, ଡିବେଟେ, ଡ୍ରଇଂ, ମଧ୍ୟାନ୍ନ ଭୋଜନ ଆଧାରିତ ଚିତ୍ରକଳା, ସଂଗୀତ, ପ୍ରବନ୍ଧ ଓ ସଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା. ଯୋଡ଼ା ବ୍ଲକ ର ଵି. ଡି. ଓ ଶ୍ରୀମତୀ ଅରୁଣିମା ସାହୁ ମୁଖ୍ୟ ଅତିଥି,ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦିଲ୍ଲୀପ ବେହେରା, ସମ୍ମାନିତ ଅତିଥି ଭାବେ ଜେନେରାଲ ମ୍ୟାନେଜର ଜିନ୍ଦଲ ଶ୍ରୀଯୁକ୍ତ ଆଶିଷ ରଞ୍ଜନ ମହାନ୍ତି, ବନେଇକଳା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଯଯାତି କେଶରୀ ବେହେରା, ଯୋଡ଼ା ବ୍ଲକ ର ଜନମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସ୍ୱରୂପ ରାଜ ବିଶୋଇ ଓ ଜିନ୍ଦଲ ର ଅନ୍ୟ ପଦାଧିକାରୀ ମାନେ ମଞ୍ଚ ରେ ଉପସ୍ଥିତ ଥିବା ବେଳେ ଯୋଡ଼ା ବ୍ଲକ ର ଵି. ଆର. ସି. ସି. ଶ୍ରୀଯୁକ୍ତ ପ୍ରଶାନ୍ତ ସେଠି ଆଜିର ଏହି ସୁରଭି କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ.ବିଡ଼ିଓ ମହୋଦୟା କୁନି କୁନି ପିଲାମାନଙ୍କର ପ୍ରତିଭା କୁ ଅଧିକ ବିକଶିତ କରିବା ପାଇଁ ଉପଦେଶ ଦେଇଥିଲେ ଓ ଭବିଷ୍ୟତ ରେ ଜଣେ ଜଣେ ଉଦୀୟମାନ ଛାତ୍ର ରୂପେ ନିଜକୁ ଗଢି ତୋଳିବା ପାଇଁ ପ୍ରେରଣା ଦେଇଥିଲେ. ସେହିପରି ମଂଚାସୀନ ସମ୍ମାନିତ ଅତିଥି ମାନେ ମଧ୍ୟ ପ୍ରତିଯୋଗୀ ମାନଙ୍କ ଭବିଷ୍ୟତ ଉଜ୍ୱଳ କାମନା କରିବା ସହିତ ସରକାର ଙ୍କର ଏ ପ୍ରକାର କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରଶଂସା କରିଥିଲେ. ଶେଷରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ଏହି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ସାଟିଫିକେଟ ପ୍ରଦାନ କରା ଯାଇଥିଲା. ଆଜି ର ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ପ୍ରତିଯୋଗୀ ମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ ସେଠି ଘୋଷଣା କରିଥିଲେ. ଏହି ସୁରଭି କାର୍ଯ୍ୟକ୍ରମ ରେ ଚଉଦ ଗୋଟି କ୍ଲଷ୍ଟର ର ସମସ୍ତ ସି ଆର ସି ସି ମାନେ ସମୁର୍ଣ୍ଣ ସହଯୋଗ କରିବା ସହିତ ସି ଆର ସି ସି ଶ୍ରୀଯୁକ୍ତ ଦୁଃଖବନ୍ଧୁ ମିଶ୍ର ଓ ଚୌଧୁରୀ ତନ୍ତୀ ମଞ୍ଚ ପରିଚାଳନା କରିଥିଲେ. ପାଖାପାଖି ହଜାର ରୁ ଅଧିକ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ. ଶେଷରେ ଯୋଡ଼ା ବ୍ଲକ ଵି ଆର ସି ସି ଶ୍ରୀଯୁକ୍ତ ପ୍ରଶାନ୍ତ ସେଠି ଆଜିର କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ସଫଳ କରିଥିବାରୁ ଉପସ୍ଥିତ ସମସ୍ତ ପ୍ରତିଯୋଗୀ, ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ

Leave a Reply

Your email address will not be published. Required fields are marked *