ବିଏମ୍ସି ୩୫ ନମ୍ବର ୱାର୍ଡରେ ବିଜେଡିର ଧୁଆଁଧାର ପ୍ରଚାର

ଭୁବନେଶ୍ୱର : ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଥିବା ବିଏମ୍ସି ର ୩୫ ନମ୍ବର ୱାର୍ଡରେ ବିଜୁ ଜନତା ଦଳର କର୍ମୀମାନଙ୍କ ଦ୍ୱାରା ଉଭୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଓ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସପକ୍ଷରେ ଆଗାମୀ ଦିନରେ ଜୟଯୁକ୍ତ କରିବା ପାଇଁ ଧୁଆଁଧାର ପ୍ରଚାର ଆରମ୍ଭ ହୋଇଯାଇଅଛି । ପ୍ରତିଦିନ ସକାଳୁ ବିଭିନ୍ନ ଚା ଖଟି ଓ ଜିମ୍ ଓ ପାର୍କ ପ୍ରଭୃତି ସ୍ଥାନ ମାନଙ୍କରେ ସ୍ଥାନୀୟ କର୍ପୋରେଟର ରଞ୍ଜୁଲତା ରାୟଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ମହିଳାମାନେ ଲୋକମାନଙ୍କୁ ଭେଟି ବିଜେଡିର କାର୍ଯ୍ୟକ୍ରମ ଓ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ବୁଝାଉଥିବା ବେଳେ ଅପରାହ୍ନ ୪ ଘଟିକାରୁ ରାତି ୧୦ଟା ପର୍ଯ୍ୟନ୍ତ ମହିଳାମାନଙ୍କୁ ସାଙ୍ଗରେ ଧରି କର୍ପୋରେଟର ରଞ୍ଜୁଲତା ରାୟ ପ୍ରତି ଘର ଲୋକଙ୍କୁ ଭେଟି, ଦୋକାନ, ବଜାର ଏପରିକି ପଥଚାରୀମାନଙ୍କୁ ଭେଟି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବିକାଶମୂଳକ କାର୍ଯ୍ୟ ଏବଂ ବିଭିନ୍ନ ଲୋକାଭିମୁଖି ଯୋଜନା ସମ୍ପର୍କରେ ବୁଝାଇବା ସହ କାହାର କ’ଣ ସମସ୍ୟା ଅଛି ଆଗାମୀ ଦିନରେ ସମାଧାନ କରିବାକୁ ଦୃଢ ପ୍ରତିଶ୍ରୁତି ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ନିବେଦନ କରୁଛନ୍ତି ।

ତତ୍ସଙ୍ଗେସଙ୍ଗେ ମଧ୍ୟ ବିଧାୟକ ଭାବେ ଶ୍ରୀ ଅନନ୍ତ ନାରାୟଣ ଜେନାଙ୍କୁ ଆଉଥରେ ବିଧାନସଭାକୁ ପଠାଇବା ପାଇଁ ଲୋକମାନଙ୍କୁ ବୁଝାଇବା ସହ ସବୁ ଘର କାନ୍ଧରେ ବିଜେଡିର ଷ୍ଟିକର ମାରୁଛନ୍ତି ଓ ସବୁ ଲୋକମାନଙ୍କୁ ଉଭୟ ପ୍ରାର୍ଥୀଙ୍କ ଫଟୋ ଥିବା ପୁସିଂ କାର୍ଡ ପ୍ରଦାନ କରୁଛନ୍ତି । ସମସ୍ତଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେଇ ବିଜେଡିକୁ ଆଗାମୀ ଦିନରେ ଜୟଯୁକ୍ତ କରିବା ପାଇଁ ସାଧାରଣ ଜନତାଙ୍କୁ କର୍ପୋରେଟ୍ ଶ୍ରୀମତୀ ରଞ୍ଜୁଲତା ରାୟ ଅନୁରୋଧ କରୁଛନ୍ତି ।