ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ବିଧାୟକ ପ୍ରାଥୀ ଚକ୍ରମଣୀ କଂହର

ନାମାଙ୍କନ ପତ୍ର ଦାଖଲ କଲେ ବାଲିଗୁଡା ବିଜେଡି ବିଧାୟକ ପାର୍ଥି ଚକ୍ରମଣୀ କଂହର l କନ୍ଧମାଳ ବିଜେଡି ସାଂସଦ ପ୍ରାଥୀ ଡ଼ଃ ଅଚ୍ୟୁତ ସାମନ୍ତ, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷ୍ୟକ ବିଜୟ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ବାଲିଗୁଡା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବାଲିଗୁଡା ବିଜେଡି ବିଧାୟକ ପ୍ରାଥୀ ଚକ୍ରମଣୀ କଂହର l ବାଲିଗୁଡା ବିଜେଡି କାର୍ଯ୍ୟାଳୟ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଫୋଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ସହ ଆଶ୍ରିବାଦ ନେଇ  ବିରାଟ ଶୋଭାଯାତ୍ରା ବାହାରିଥିଲା l ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଟୁନା ଦାସ ଙ୍କ ନେତୃତ୍ୱ ରେ ଚାରି ଗୋଟି ବ୍ଲକ ର 30000 ରୁ ଉର୍ଦ୍ଧ ବିଜୁ ପ୍ରେମୀ,ବିଜେଡି କର୍ମୀ ଓ ଶୁଭେଛୁ ଙ୍କ ସହ ବିରାଟ ଶୋଭାଯାତ୍ରା ରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ବିଧାୟକ ପ୍ରାଥୀ l ନାମାଙ୍କନ ପତ୍ର ଦାଖଲ ଅବସରରେ ବିଜେଡି ପକ୍ଷରୁ ଜନ ସମୁଦ୍ର ରେ ପରିଣତ ହୋଇଥିଲା ବାଲିଗୁଡା ସହର l ହଜାର ହଜାର ସମର୍ଥକ, ବିଜେଡି କର୍ମୀ ଓ ବିଜୁ ପ୍ରେମୀ ଦଳୀୟ ନାରା ଦେଇ ବିଧାୟକ ପ୍ରାଥୀ ଙ୍କୁ ଶୁଭେଚ୍ଛା ଜଣେଇ ବିରାଟ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ସୁଶାସନ, ଲୋକାଭିମୁଖୀ ଯୋଜନା ଓ ବିକାଶ ଧାରାକୁ ବଜାୟ ରଖିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରତି ଭଲ ପାଇବା ଏହି ହଜାର ହଜାର ବିଜେଡି କର୍ମୀ ଙ୍କ ଜନ ସମାବେଶ ବୋଲି କହିଛନ୍ତି ବିଜେଡି ସାଂସଦ ପ୍ରାଥୀ ଡ଼ଃ ଅଚ୍ୟୁତ ସାମନ୍ତ l

Leave a Reply

Your email address will not be published. Required fields are marked *

You may have missed