ଗଞ୍ଜେଇ ସହ ବାଇକ ଜବତ, ଦୁଇ ଅଭିଯୁକ୍ତ ଗିରଫ

ଫତେଗଡ ପୋଲିସ କୁ ମିଳିଛି ସଫଳତା

ଭାପୁର,୧୫/୯ ,(ନି ପ୍ର):: ନୟାଗଡ ଜିଲ୍ଲା ଫତେଗଡ ଥାନା ପୁଲିସ କୁ ମିଳିଛି ସଫଳତା l ଚୋର ଚାଲାଣ ହେଉଥିବା ପ୍ରାୟ ୧୦ କେଜି ଗଞ୍ଜେଇ ସହ ବାଇକକୁ ଜବତ କରି , ଘଟଣାରେ ସଂପୃକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଫତେଗଡ ଥାନା ପରିସରରେ ଏକ ପ୍ରେସ ବିବୃତିରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଭାତ କୁମାର ମଲ୍ଲିକ ସୁଚନା ଦେଇଛନ୍ତି। ପୁଲିସ ସୁଚନା ମୁତାବକ ଥାନା ଅଧିକାରୀ ସୁଜିତ କୁମାର ଦାସ ଗଣିଆ ଥାନା ଅନ୍ତର୍ଗତ କଳାପାଟ ଅଞ୍ଚଳରୁ ଫତେଗଡ ଥାନା ଅଞ୍ଚଳ କୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବିଶେଷ ସୁତ୍ରରୁ ଖବର ପାଇଥିଲେ ।

ଥାନା ଅଧିକାରୀ ସଦଳବଳେ ଧାନଚାଙ୍ଗଡ଼ା ପଂଚାୟତ ଅନ୍ତର୍ଗତ କମେଇ ବ୍ରିଜ ନିକଟରେ ଛକି ରହିଥିଲେ। ଗୁରୁବାର ସନ୍ଧ୍ୟା ୬ଟା ସମୟରେ ଏକ ବାଇକ ଯୋଗେ ଦୁଇ ଜଣ ଯୁବକ ଏକ ଜରି ବସ୍ତା ପ୍ୟାକେଟ ଧରି ଦ୍ରୁତ ଗତିରେ ପଳାଉଥିବା ସମୟରେ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରି ଥିଲା, ମାତ୍ର ସେମାନେ ପୁଲିସ ଦେଖି ଦ୍ରୁତ ବେଗରେ ଆଗକୁ ପଳାଇ ଆସିଥିଲେ। ପୁଲିସ ର ସନ୍ଦେହ ହେବାରୁ ପୁନଶ୍ଚ ସେମାନଙ୍କୁ ପିଛା କରି ଧରିବାରେ ସକ୍ଷମ ହୋଇଥିଲେ। ପରେ ତନଖି କରିବାରେ ଜାଣିବାକୁ ପାଇଥିଲେ ଉକ୍ତ ଜରି ବସ୍ତାରେ ଗଞ୍ଜେଇ ଭର୍ତି ହୋଇଛି, ଫଳରେ ପୁଲିସ ଗଞ୍ଜେଇ ସହ ବାଇକ କୁ ଜବତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଥାନରେ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି।

ଅଭିଯୁକ୍ତ ମାନେ ଫତେଗଡ ଥାନା ଅନ୍ତର୍ଗତ ବନମାଳୀପୁର ଗ୍ରାମ ବନମାଳୀ କର ଙ୍କ ପୁଅ ସନ୍ତୋଷ କୁମାର କର (ନଣ୍ଡା) ଓ ପୂର୍ଣ୍ଣ ଚନ୍ଦ୍ର ପାଢି ଙ୍କ ପୁଅ ବାଙ୍କନିଧି ପାଢି (୩୯) ଏବଂ ଓଡ଼ି ୨୫ଜି ୬୧୮୦ ବାଇକ ସହ ମୋବାଇଲ କୁ ଜବତ କରିଛି। ଥାନା ପକ୍ଷରୁ କେସ ୨୦୬/୨୩ ରେ ଆଇପିସି ଧାରା 20(b)ଏନଡିପିଏସ ମାମଲା ରୁଜୁ କରିବା ସହ ଖୋଲ ତାଡ଼ ଆରମ୍ଭ କରିଛି l ଅଭିଯୁକ୍ତ ମାନେ ନିୟମିତ ଗଞ୍ଜେଇ ଚୋରା ଚାଲାଣ କରୁଥିବାର ପୋଲିସ ସୂଚନା ଦେଇଛି l ନିଶା ଦ୍ରବ୍ୟର ଅବାଧ କାରବାର ରୋକିବା ନିମନ୍ତେ ଖଣ୍ଡପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଓ ଫତେଗଡ ଥାନା ଅଧିକାରୀ ଙ୍କ ମିଳିତ ପଦକ୍ଷେପ କୁ ବୁଦ୍ଧିଜୀବୀ ମହଲ ରୁ ସ୍ୱାଗତ କରାଯାଇଛି l

ଆଗାମୀ ଦିନରେ ନିଶାଦ୍ରବ୍ୟ ର ଅବାଧ କାରବାର ଉପରେ ରୋକ ଲଗାଇବା ନିମନ୍ତେ ଫତେଗଡ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସାମ୍ବାଦିକ ସମିଳନୀରେ ଏସଡିପିଓ ଶ୍ରୀ ପ୍ରଭାତ ମଲିକ ପ୍ରକାଶ କରିଛନ୍ତି l ବିଭିନ୍ନ କ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧି ପୁଲିସ କୁ ସହଯୋଗ କରିବାକୁ ଉଭୟ ଅଧିକାରୀ ନିବେଦନ କରିଛନ୍ତି l କାର୍ଯ୍ୟରେ ଯୋଗଦେବା ଠାରୁ ଫତେଗଡ ଥାନା ଅଧିକାରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁ ନିଶାମାଫିଆ, ଚୋର, ତସ୍କର ଓ ଲୁଟେରା ଙ୍କ ନିଦ ହଜିଯାଇଛି l ରାତ୍ର କାଳୀନ ପେଟ୍ରୋଲିଙ୍ଗ ବ୍ୟବସ୍ଥା କୁ ମଧ୍ୟ କଡା କଡ଼ି କରାଯାଇଛି l

Leave a Reply

Your email address will not be published. Required fields are marked *