ଭକ୍ତି ଆନ୍ଦୋଳନ ଏବଂ ସୁଫୀବାଦ ; ଭାରତର ସମାବେଶୀ ସଂସ୍କୃତିର ମୂଳଦୁଆ
(ଏମଡି ସଲୀମ୍)
ଭାରତର ସାଂସ୍କୃତିକ ଇତିହାସ ଭକ୍ତି ଆନ୍ଦୋଳନ ଏବଂ ସୁଫୀବାଦ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଛି । ଭକ୍ତି ଏବଂ ପ୍ରେମ ସହ ଜଡିତ ଥିବା ଏହି ଆନ୍ଦୋଳନ ଆଧ୍ୟାତ୍ମିକତାର ପୁର୍ନବ୍ୟାଖ୍ୟା, ସୌହାଦ୍ୟ ବୃଦ୍ଧି ସହ ଭାରତର ସମାବେଶୀ ମୂଲ୍ୟବୋଧର ମୁଳଦୁଆ ପକାଇଥିଲା । ଏହି ଭାଇଚାରା ଏବଂ ସମାନତାର ବାର୍ତ୍ତା ଆଜି ମଧ୍ୟ ଜୀବନ୍ତ ଯାହା ବଢୁଥିବା ସାମାଜିକ ଦ୍ୱେଷ ସମୟରେ ଏକ ମୂଲ୍ୟବାନ ଶିକ୍ଷା ପ୍ରଦାନ କରିଥାଏ ।
ଭକ୍ତି ଆନ୍ଦୋଳନ ଭାରତୀୟ ଆଧ୍ୟାତ୍ମିକତାର ଏକ ପରିବର୍ତ୍ତନଶୀଳ ପର୍ଯାୟକୁ ପ୍ରତିପାଦିତ କରେ ଏବଂ ଧାର୍ମିକ ତତ୍ୱରୁ ଏକ ଜନ ଆନ୍ଦୋଳନରେ ପରିବର୍ତ୍ତିତ ହୋଇ ଭଗବାନଙ୍କ ନିକଟରେ ଭକ୍ତିପୂର୍ଣ ସମର୍ପଣକୁ ପ୍ରୋତ୍ସାହିତ କରିଥାଏ । ଭକ୍ତି ଆନ୍ଦୋଳନ ସପ୍ତମ ଏବଂ ଦଶମ ଶତାବ୍ଦୀ ମଧ୍ୟରେ ପ୍ରଥମେ ଦକ୍ଷିଣ ଭାରତରେ ନୟନାର (ଶୈବ) ଏବଂ ଅଲଭର (ବୈଷ୍ଣବ) ସାଧୁମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଯେଉଁମାନେ ସଂସ୍କୃତକୁ ଛାଡି ତାମିଲ ଭାଷାରେ ଭକ୍ତିର ପ୍ରଚାର କରିଥିଲେ । ସେମାନେ ଜାତି ଏବଂ ଲିଙ୍ଗଗତ ପାର୍ଥକ୍ୟକୁ ନଦେଖି ଧାର୍ମିକ ସମାନତା ଉପରେ ଗୁରୁତ୍ୱ ଦେଉଥିଲେ । ଭକ୍ତି ଆନ୍ଦୋଳନ ଆଧ୍ୟାତ୍ମିକତାକୁ ସମସ୍ତଙ୍କ ପାଖରେ ପହଂଚାଇବାରେ ସଫଳ ହୋଇଥିଲା । ଏକାଦଶ ଶତାବ୍ଦୀ ସୁଦ୍ଧା ଏହି ଆନ୍ଦୋଳନ ରାମାନୁଜଙ୍କ ପରି ଦାର୍ଶନିକ ମାନଙ୍କ ଦ୍ୱାର ପୁର୍ନଜୀବିତ ହୋଇଥିଲା । ଦିଲ୍ଲୀ ସଲତନତ (ତ୍ରୟୋଦଶ ଶତାବ୍ଦୀ) ସମୟରେ ଏହି ଭକ୍ତି ଆନ୍ଦୋଳନ ଉତ୍ତର ଭାରତରେ ପହଂଚି ନିଜ ଐତିହାସିକ ଏବଂ ସାମାଜିକ ପ୍ରସଙ୍ଗରେ ଭିନ୍ନରୂପ ଧାରଣ କରିଥିଲା । କବୀର, ତୁଲସୀଦାସ ଏବଂ ମିରାବାଈଙ୍କ ପରି ସାଧକ ମାନଙ୍କ ଦ୍ୱାରା ଏହି ପ୍ରଚାର ଅଧୀକ ପ୍ରସିଦ୍ଧ ହୋଇଥିଲା । ଅନ୍ୟପକ୍ଷରେ ଭାରତରେ ଇସଲାମର ପ୍ରତିଷ୍ଠା ସହିତ ସୁଫୀବାଦୀ ମାନେ ଭକ୍ତି ପରମ୍ପରା। ସହ ଚମତ୍କାର ସୌର୍ହାଦ୍ୟ ରକ୍ଷା କରିଥିଲେ । ଚିନ୍ତି, ସୁରହର୍ଷି ଏବଂ ନକ୍ଳବନ୍ଦୀ ମାନେ ପ୍ରେମ, କରୁଣା ଏବଂ ନମ୍ରତାକୁ ଈଶ୍ୱରୀୟ ଏକତାର ପଥ ଭାବରେ ଗୁରୁତ୍ୱ ଦେଇଥିଲେ ।
ଖୁଜା ମୋଇଉଦ୍ଦିନ ଚିନ୍ତି, ବାବା ଫରିଦ୍ର ଏବଂ ହଜରତ୍ ନିଜାମୁଦିନ ଅଡ୍ଡଲିଆଙ୍କ ଭଳି ସୁଫୀ ସନ୍ଥମାନେ ବିଭିନ୍ନ ଧର୍ମର ଅନୁସରଣକାରୀ ମାନଙ୍କୁ ଆର୍କଷିତ କରି ଧର୍ମ ମଧ୍ୟରେ ସମନ୍ୱୟ ରକ୍ଷା କରିଥିଲେ । ସେମାନଙ୍କ ଆଧ୍ୟାତ୍ମିକ ସମାବେଶୀତାରେ ପ୍ରାୟତଃ ସଙ୍ଗୀତ ଓ କବିତା ଅର୍ନ୍ତଭୁକ୍ତ ରହୁଥିଲା । ଭକ୍ତି ଏବଂ ସୁଫୀ ପରମ୍ପରାର ପାରସ୍ପରିକ କ୍ରିୟା ଏକ ଉନ୍ନତ ମାନର ସମାବେଶୀ ସଂସ୍କୃତିକୁ ଗଢିଥିଲା । ଉଭୟ ପରମ୍ପରା ପ୍ରଚାର ଓ ରୀତିନୀତି ଉପରେ ଗୁରୁତ୍ୱ ନ ଦେଇ ବ୍ୟକ୍ତିଗତ ଭକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ ଓ କବୀର ନିଜ ପଦରେ ହିନ୍ଦୁ ଏବଂ ଇସଲାମିକ ବିଷୟବସ୍ତୁକୁ ମିଶ୍ରିତ କରୁଥିଲେ ଯାହା ଉଭୟ ସମ୍ପ୍ରଦାୟକୁ ଆର୍କଷିତ କରୁଥିଲା । ସେହିପରି ଭାବେ ସୁଫୀକବି ଅମିର ଖୁସରେ। ନିଜ ରଚନାରେ ଫାରସୀ ଏବଂ ଭାରତୀୟ ସାଂସ୍କୃତିକ ମିଳନ ବିଷୟରେ ଲେଖିଥିଲେ । ଭକ୍ତି ଓ ସୁଫୀବାଦର ପ୍ରସାର ପାଇଁ ଦେଶୀୟ ତଥା ସ୍ଥାନୀୟ ଭାଷାର ବ୍ୟବହାର କରାଯାଉଥିଲା ଯାହା ଦ୍ୱାରା ଏହା ଅଞ୍ଛଳ ଲୋକଙ୍କ ପାଖରେ ପହଂଚି ପାରିଥିଲା । ଏହି ସମନ୍ୱୟ ଭାରତର ସାଂସ୍କୃତିକ ଏବଂ କଳା ପରମ୍ପରା ଯେପରି ଭକ୍ତି ସଂଗୀତ, ସାହିତ୍ୟ, କଣ୍ଟାଲୀ ଏବଂ ଭଜନକୁ ଅଧୀକ ସମୃଦ୍ଧ କରିଥିଲା ।
ଏବଂ ସୁଫୀବାଦ ପ୍ରଚାର ଭାରତର ସମାବେଶୀ ଐତିହ୍ୟର ସ୍ତମ୍ଭ ହୋଇ ରହିଆସିଛି । ଯାହା ପ୍ରେମ, କରୁଣା ଏବଂ ସମାବେଶୀତାକୁ ସୁଦୃଢ କରିଆସିଛି । ରାଜନୀତି ଦ୍ୱାରା ବିଭାଜିତ ଏହି ଦୁନିଆରେ ଏହି ଆନ୍ଦୋଳନ ଆମକୁ ନିଜର ଆଧ୍ୟାତ୍ମିକ ମୂଲ୍ୟବୋଧ ବିଷୟରେ ମନେ ପକାଇଥାଏ । ଏହି ମାନବିକ ମୂଲ୍ୟବୋଧ କ୍ଷେତ୍ରରେ ସମ୍ପନ୍ନ ଶିକ୍ଷା ଯଦି ବର୍ତ୍ତମାନର ଶିକ୍ଷାପ୍ରଣାଳୀ ଏବଂ ସର୍ବସାଧାରଣ ପୁର୍ନଜୀବିତ ହୁଏ ତେବେ ତାହା ଏକ ସୁସଙ୍ଗତ ତଥା ସମାବେଶୀ ସମାଜ ଗଢିବାରେ ସହାୟକ ହେବ । ଏହି ଆନ୍ଦୋଳନ ଏହା ଦର୍ଶାଏ ଯେ ଆଧ୍ୟାତ୍ମିକତା ପାଇଁ କୌଣସି ଧାର୍ମିକ ସୀମା ନ ଥାଏ । ଭକ୍ତି ଏବଂ ସୁଫୀ ସନ୍ଥମାନେ ସମାବେଶୀତା ପାଇଁ ଚାଲିଥିବା ପ୍ରୟାସରେ ଦଳିତ ଓ ନିର୍ଦ୍ଦେଶିତ ମାନଙ୍କୁ ସହାୟତା ପ୍ରଦାନ କରି ସମର୍ଥନ କରିଥିଲେ । ତେଣୁ ସେମାନଙ୍କ ସଂଗୀତ, କବିତା ଏବଂ ଦର୍ଶନକୁ ପୁର୍ନଜୀବିତ କରି ଭାରତ ନିଜର ବହୁବିଧ ପରିଚୟକୁ ମଜବୁତ୍ କରିପାରିବ ।