ଲକ୍ଷାଧିକ ଟଙ୍କ‌ାର ନକଲି ଜର୍ଦ୍ଦା ଜବତ

ଖୋର୍ଦ୍ଧା : ୦୫/୦୨/୨୦୨୦ : ଖୋର୍ଦ୍ଧା ଜିଲ୍ଲା  ବେଗୁନିଆ ଥାନା  ଅଞ୍ଚଳରୁ ଦୁଇଟି ନକଲି ଜର୍ଦ୍ଦା  ତିଆରି କାରଖାନା ଉପରେ ଏସଟିଏଫ ଟିମ୍ ପକ୍ଷରୁ  ଚଢାଉ କରିଛି।  ଚଢାଉ ବେଳେ ଲକ୍ଷାଧିକ  ଟଙ୍କାର ନକଲି  ଜର୍ଦ୍ଦା ଜବତ କରାଯାଇଥିବା ବେଳେ ଜର୍ଦ୍ଦା ତିଆରି କରିବା ‌ପାଇଁ ବିଭିନ୍ନ କମ୍ପାନୀର ଲେବୁଲ, ପ୍ୟାକିଙ୍ଗ ମେସିନ୍ ଓ ବିଭିନ୍ନ ପ୍ରକାର ର କେମିକାଲସ୍ ଜବତ କରାଯାଇଛି।


ଏଇ ନକଲି ଜର୍ଦ୍ଦା କାରବାର ଘଟଣାରେ ସଂପୃକ୍ତ ବେଗୁନିଆ ତଳସାହିର ମାନସ ପୃଷ୍ଟି ଓ ପିଚୁକୁଳି ଗ୍ରାମର ମନୋଜ କୁମାର ସାହୁଙ୍କୁ ପୋଲିସ ବେଗୁନିଆ  ଥାନାରେ ଅଟକ ରଖି ପଚରା ଉଚରା ଜାରି କରିଛି।  ଜବତ ହୋଇଥିବା ନକଲି ଜର୍ଦ୍ଦାର ପରିମାଣ ଲକ୍ଷାଧିକ ଟଙ୍କା  ହେବ ବୋଲି ଅନୁମାନ କରାଯାଉଛି। ଏଇ  ଜବତ ଜର୍ଦ୍ଦାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ, ଖୋର୍ଦ୍ଧା  ଜିଲ୍ଲାର ବେଗୁନିଆ  ଥାନା ଅଞ୍ଚଳରେ  ନକଲି ଜର୍ଦ୍ଦା ପ୍ରସ୍ତୁତ ହୋଇ କଲିକତାଠାରୁ ଆରମ୍ଭ କରି  ବିହାର  ଓ ଝାଡଖଣ୍ଡ ପର୍ଯ୍ୟନ୍ତ ଚାଲାଣ କରାଯାଉଛି। ‌ ସେହିପରି  ଓଡ଼ିଶାର ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ, ଯାଜପୁର, କଟକ, କେନ୍ଦ୍ରାପଡା,  ଭୁବେନଶ୍ବର ର ବିଭିନ୍ନ ସ୍ଥାନକୁ ମଧ୍ୟ ପ୍ରସ୍ତୁତ ହେଉଥିବା ଏହି ନକଲି ଜର୍ଦ୍ଦା ରପ୍ତାନୀ କରାଯାଉଛି। ଏଇ ନକଲି ଜର୍ଦ୍ଦା ପ୍ରସ୍ତୁତ ମାଫିଆଙ୍କ ପଛରେ ଅନେକ ବଡବଡିଆଙ୍କ ସଂପୃକ୍ତି ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *