ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଧ୍ୟାନ ଦିଅନ୍ତୁ


ଛତ୍ରପୁର,୧୨/୨ : ବରିଷ୍ଠ ନାଗରିକମାନେ ସମାଜ ଓ ଦେଶର ଦିଗ୍ ଦର୍ଶକ, ସେମାନଙ୍କର ସମସ୍ୟା ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସମୟୋପଯୋଗୀ ପଦକ୍ଷେପ ନେବାପାଇଁ କେ.ଟ.ଏନ୍‌.ପୁର ବରିଷ୍ଠ ନାଗରିକ ମଞ୍ଚ ର ଚତୁର୍ଥ ପ୍ରତିଷ୍ଠା ଉତ୍ସବରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ସମାଜକୁ ଠିକ୍ ରାସ୍ତାରେ ଚଲାଇବା ପାଇଁ ଯୁବ ସମାଜକୁ ଶୃଙ୍ଖଳିତ କରି ଗଢି ତୋଳିବାରେ ବରିଷ୍ଠ ନାଗରିକ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ନରହରି ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଚତୁର୍ଥ ବାର୍ଷିକ ଉତ୍ସବରେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସଂପାଦକ ରବି ରଥ ମୁଖ୍ୟବକ୍ତା ରୂପେ ଯୋଗଦେଇ ବରିଷ୍ଠ ମାନଙ୍କୁ ସବୁ ସ୍ତରରେ ସମ୍ମାନ ଦେବା ଉପରେ ବକ୍ତବ୍ୟ ରଖି ସେମାନଙ୍କର ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଧ୍ୟାନ ଦେବା ପାଇଁ ଦାବୀ ରଖିଥିଲେ । ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ଶତପଥୀ, ସମ୍ମାନିତ ଅତିଥି ରୂପେ ଉଦ୍ୟୋଗପତି ଶୁଭେନ୍ଦୁ କୁମାର ସାହୁ, ଟାଙ୍ଗଣାପଲ୍ଲୀ ସମିତିସଭ୍ୟା ମୀନା କୁମାରୀ ସାହୁ, ପୂର୍ବତନ ସରପଞ୍ଚ ସୁନିତା ବିଷୋୟୀ, ଗ୍ରାମ ସଭାପତି ଅମରେଶ୍ୱର ସାହୁ, ଗଂଜାମ ଏନ୍‌ଏସିବରିଷ୍ଠ ମଞ୍ଚ ର ବିନୋଦ ମହାପାତ୍ର, ଆସ୍କାର ସମାଜସେବୀ ବଂଶୀଧର ନାହାକ, ରୋଟାରୀ କ୍ଳବ ଅଫ୍ ଇଷ୍ଟର ସଭାପତି ନାରସୁ ଜେନା, ଅଜିତ ପୃଷ୍ଟି, ପ୍ରଦୀପ ପଣ୍ଡା, ଜୟନ୍ତ ପାତ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଉପଦେଷ୍ଟା କୋରା ମହାରଣା ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ବିବରଣୀ ପ୍ରଦାନ କରିଥିଲେ । ମଞ୍ଚର ସଂଯୋଜକ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ତାଙ୍କର ଜନ୍ମ ଦିବସରେ ତାଙ୍କର ଛାତ୍ର ମାନଙ୍କ ତରଫରୁ ଏବଂ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ଉଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗ୍ରାମର ବିଭିନ୍ନ ବିଷୟରେ ଦକ୍ଷତାଧାରୀଙ୍କୁ ମଞ୍ଚ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *