ର୍ବ ଭାରତୀୟ ଓଜେଇଇ ଏନଟ୍ରାନ୍ସ ପରୀକ୍ଷାରେ ଓଡ଼ିଶାରେ ଟପ୍ପର ହେଲେ ବାରିପଦାର ସୂର୍ଯ୍ୟକାନ୍ତ

ବାରିପଦା : ସୋମବାର ଓଜେଇଇ ପ୍ରବେଶିକା ପରୀକ୍ଷାର ଫଳ ପ୍ରକାଶ ପାଇଥିବା ବେଳେ ବାରିପଦା ଅଟୋ ନୋମାସ କଲେଜ ଛାତ୍ର ସୂର୍ଯ୍ୟକାନ୍ତ ପୃଷ୍ଟି ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି. ଏଥିପାଇଁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଚୁଟିଛି. ସର୍ବ ଭାରତୀୟ ଓଜେଇଇ ଏନଟ୍ରାନ୍ସ ପରୀକ୍ଷାରେ ଓଡିଶାର ଟପ୍ପର ତାଲିକାରେ ଏକ ନମ୍ବର ସ୍ଥାନ ଅଧିକାର କରି ସେ ମୟୁରଭଞ୍ଜର ଗୌରବ ବୃଦ୍ଧି କରିଛନ୍ତି । ସୁର୍ଯ୍ୟକାନ୍ତ ବାରିପଦା ସେଣ୍ଟ ଏନିସ କନଭେଣ୍ଟ ସ୍କୁଲରେ ୨୦୧୮-୧୯ ମସିହାରେ ପାସ ହୋଇଥିଲେ । ପରେ ଏମପିସି ଅଟୋନୋମାସ କଲେଜ ରେ ପାଠ ପଢୁଥିଲେ. ଛୁଆଟି ବେଳୁ କଠିନ ପରିଶ୍ରମ କରିଥିଲେ । ପାଠ ପଢ଼ାରେ ଆଗ୍ରହ ଦେଖାଇବା ସହ ଖେଳ କୁଦରେ ସବୁବେଳେ ଆଗୁଆ ଥିଲେ । ବାପା ଜଣେ ମଧ୍ୟବିତ ପରିବାରର ହୋଇଥିବା ବେଳେ ନିଜ କ୍ୟାରିଅରକୁ ଭଲ ଭାବେ ଗଢିବା ପାଇଁ ସୁଯ୍ୟକାନ୍ତଙ୍କ ପରିବାର ସବୁବେଳେ ତତ୍ପର ରହିଥିଲେ । ସୁଯ୍ୟକାନ୍ତ ମଧ୍ୟ ପାଠକୁ ଚ୍ୟାଲେଞ୍ଜ ଭାବେ ନେଇଥିଲେ. ଯାହା ଆଜି ତାଙ୍କୁ ସଫଳତା ଆଣି ଦେଇ ପାରିଛି ବୋଲି ସୂର୍ଯ୍ୟକାନ୍ତ କହିଛନ୍ତି । ଏହି ସଫଳତା ପାଇଁ ସେ ନିଜର ଅଧ୍ୟବସାୟ ସହ ପିତା ମାତା ଏବଂ ଶିକ୍ଷକ ମାନଙ୍କୁ ଶ୍ରେୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *