ବାଲକୋ ମେଡିକାଲ ସେଂଟର ପକ୍ଷରୁ ସ୍ତନ କର୍କଟ ଉପରେ ସଚେତନତା ପାଇଁ ବାଇକ ରାଲି ଆୟୋଜିତ
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ରାୟପୁରର ବାଲକୋ ମେଡିକାଲ ସେଂଟର ପକ୍ଷରୁ ସ୍ତନ କର୍କଟ ରୋଗ ଉପରେ ଶ୍ରମ ଛୋଡ଼ୋ, ଗାନ୍ଥୋପେ ବୋଲୋ ଅଭିଯାନର ଅଂଶ ଭାବରେ ଏକ ବାଇକ ରାଲି ଆୟୋଜନ କରାଯାଇଥିଲା । ସ୍ତନ କର୍କଟ ସଚେତନତା ମାସ ଭାବରେ ସର୍ବଭାରତୀୟ ସ୍ତରରେ ଅକ୍ଟୋବର ମାସକୁ ପାଳନ କରାଯାଇଥାଏ । ଏହି ରୋଗର ଲକ୍ଷଣ ଓ ରୋଗ ବିଷୟରେ ଉପଯୁକ୍ତ ଚିକିତ୍ସା ଲାଗି ଲୋକମାନଙ୍କୁ ଶିକ୍ଷାଦେବା ଲାଗି ଏହି କାର୍ଯ୍ୟକ୍ରମ ଉତ୍ସର୍ଗୀକୃତ ହୋଇଥାଏ ।
ରାୟପୁରର ମେରାଇନ ଡ୍ରାଇଭରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଛତିଶଗଡ଼ର ମେଡିକାଲ ଶିକ୍ଷା ମନ୍ତ୍ରୀ ଶ୍ରୀ ଶ୍ୟାମ ବିହାରୀ ଜୟସୱାଲ ଏହି ରାଲିକୁ ପତାକା ଦେଖାଇ ଉଦଘାଟନ କରିଥିଲେ । ସେ ତାଙ୍କ ଭାଷଣରେ ସଚେତନତାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ସଂପର୍କରେ ଆଲୋକପାତ କରି ସ୍ତନ କର୍କଟ ରୋଗର ଗୁରୁତ୍ୱ ଓ ଏହାର ସଠିକ ନିରୂପଣ ତଥା ଚିକିତ୍ସା ବିଷୟରେ ଲୋକମାନଙ୍କୁ ଉଦବୋଧନ ଦେଇଥିଲେ ।
ବାଲକୋ ମେଡିକାଲର ମେଡିକାଲ ନିର୍ଦ୍ଦେଶକ ଡ. ଭାବନା ସିରୋହି କହିଥିଲେ ଯେ ଭାରତରେ ଦଶ ଜଣ ମହିଳାଙ୍କ ମଧ୍ୟରୁ ଜଣକ ଠାରେ ସ୍ତନ କର୍କଟ ହେବାର ସମ୍ଭାବନା ରହିଛି । ଏଥିପାଇଁ ଜୀବନଶୈଳୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ରୋଗକୁ ଯଥା ସମୟରେ ଚିହ୍ନଟ କରି ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଦ୍ୱାରା ଆରୋଗ୍ୟ କରାଯାଇ ପାରିବ । ରୋଗକୁ ଶୀଘ୍ର ଚିହ୍ନଟ ଓ ଚିକିତ୍ସା ଗରୁତ୍ୱପୂର୍ଣ୍ଣ ଅଟେ ।
ନଭା ରାୟପୁରଅଟଳ ନଗର ବିକାଶ ପ୍ରାଧିକରଣ ଓ ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ ଦ୍ୱାରା ସମର୍ଥିତ ଏହି ରାଲିରେ ସକ୍ରିୟ ସ୍ୱାସ୍ଥ୍ୟ ପଦକ୍ଷେପ ଉପରେ ଆଲୋକପାତ କରାଯାଇଥିଲା ଏବଂ ସ୍ତନ କର୍କଟର ଲକ୍ଷଣ, ଯାଂଚ ଓ ଚିକିତ୍ସା ବିକଳ୍ପ ଉପରେ ଧ୍ୟାନ ଦେବାକୁ କୁହାଯାଇଥିଲା । ଏଥିରେ ୧୦ଟି ବାଇକର ଗୋଷ୍ଠୀ, ଭାରତୀୟ ସେବା, ସିଆରପିଏଫ, କର୍ପୋରେଟ ଓ ଗୋଷ୍ଠୀ ସଦସ୍ୟ ୨୫୦ରୁ ଅଧିକ ଲୋକ ଯୋଗ ଦେଇଥିଲେ ।
ବାଲକୋ ମେଡିକାଲରେ ସ୍ତନ କର୍କଟ ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କ ସମ୍ମାନାର୍ଥେ ଏକ ପ୍ରତୀକାତ୍ମକ ବୃକ୍ଷରୋପଣ ଅଭିଯାନ କରାଯାଇଥିଲା ।