“ଦୁର୍ଗନ୍ଧ ନିଃଶ୍ୱାସର ମୁକାବିଲା ପାଇଁ ଆୟୁର୍ବେଦିକ ଉପଚାର”

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଦୁର୍ଗନ୍ଧ ନିଃଶ୍ୱାସ ବା ହାଲିଟୋସିସ୍‍ ସାମାଜିକସ୍ତରରେ ଦୁଃଖଦାୟକ, ଯାହା ଆତ୍ମବିଶ୍ୱାସ ଏବଂ ଆନ୍ତଃବ୍ୟକ୍ତିସ୍ତରୀୟ ଭାବ ବିନିମୟକୁ ପ୍ରଭାବିତ କରିଥାଏ ବୋଲି ପବ୍ଲିକ ହେଲ୍‍ଥ ଡେଣ୍ଟିଷ୍ଟ୍ରିରେ ପ୍ରଫେସର ଥିବା ଡା.ସୋନିଆ ଦତ୍ତା, ଏମଡିଏସ୍‍, ପିଏଚଡି କହିଛନ୍ତି। ଏହା ଅନେକ ସମୟରେ ନିମ୍ନମାନର ମୁଖଗହ୍ୱର ଯତ୍ନ, ଖାଦ୍ୟଗତ ପସନ୍ଦ, ତମାଖୁ ବ୍ୟବହାର, କିଛି ନିର୍ଦ୍ଦିଷ୍ଟ ପ୍ରକାର ଔଷଧ ସେବନ ଅଥବା ଅନ୍ତର୍ନିହିତ ସ୍ୱାସ୍ଥ୍ୟାବସ୍ଥା କାରଣରୁ ହୋଇଥାଏ। ସାମୟିକ ଭାବରେ ଦୁର୍ଗନ୍ଧ ନିଃଶ୍ୱାସ ଏକ ସାଧାରଣ ଘଟଣା, ଯାହା ଅନେକ ସମୟରେ ଖାଦ୍ୟ ଖାଇବା ଅଥବା ପ୍ରାତଃକାଳୀନ ନିଃଶ୍ୱାସ ପ୍ରଶ୍ୱାସ ସମୟରେ ହୋଇଥାଏ। ତେବେ ଦୀର୍ଘକାଳ ହାଲିଟୋସିସ୍‍ ଲାଗିରହିବା ଏକ ଅନ୍ତର୍ନିହିତ ସମସ୍ୟାର ସଙ୍କେତ ଦେଇଥାଏ, ଯେପରିକି ମାଢି ରୋଗ ଅଥବା ଶୁଷ୍କ ମୁଖ ଗହ୍ୱର। ଏହିଭଳି ଦୁର୍ଗନ୍ଧ ନିଃଶ୍ୱାସର ମୁକାବିଲା ଡାବର ରେଡ ପେଷ୍ଟ ସହିତ କରନ୍ତୁ। ଲବଙ୍ଗ, ନିମ, ପୁଦିନା ଭଳି ଏହାର ଆୟୁର୍ବେଦିକ ଉପାଦାନଗୁଡିକ ସ୍ଥାୟୀ ତାଜାପଣ ନିମନ୍ତେ ଦୁର୍ଗନ୍ଧ ସୃଷ୍ଟିକାରୀ ବ୍ୟାକଟେରିଆଗୁଡିକୁ ନିଜର ଲକ୍ଷ୍ୟ ବନାଇଥାଏ। ଏହାକୁ ଦୈନନ୍ଦିନ ଅଭ୍ୟାସ କରନ୍ତୁ ଏବଂ ଦିନସାରା ତାଜା ନିଃଶ୍ୱାସ ସହିତ ଆତ୍ମବିଶ୍ୱାସୀ ଅନୁଭବ କରନ୍ତୁ। ଦୁର୍ଗନ୍ଧ ନିଃଶ୍ୱାସର କାରଣ ବୁଝିବା ହେଉଛି ଏହାକୁ ସଫଳତାର ସହିତ ଦୂର କରିବାର ପ୍ରଥମ ପଦକ୍ଷେପ।
ଦୁର୍ଗନ୍ଧ ନିଃଶ୍ୱାସର ସାଧାରଣ କାରଣସମୂହ: ଦୁର୍ଗନ୍ଧ ନିଃଶ୍ୱାସ ମୂଳତଃ ପାଟିଭିତରେ ବ୍ୟାକଟେରିଆ ଜମାହେବା କାରଣରୁ ହୋଇଥାଏ। ବ୍ୟାକଟେରିଆ ଖାଦ୍ୟ କଣିକାଗୁଡିକୁ ବିଘଟନ କରି ଦୁର୍ଗନ୍ଧ ସୃଷ୍ଟିକାରୀ ଗନ୍ଧକର ଯୌଗିକ ଜାତ କରିଥାନ୍ତି। ଶୁଷ୍କ ପାଟି, ଧୂମପାନ ଏବଂ ପିଆଜ, ରସୁଣ ଭଳି କିଛି ପ୍ରକାର ଖାଦ୍ୟ ଖାଇବା ଦ୍ୱାରା ତାହା ସମସ୍ୟାକୁ ଅଧିକ ଖରାପ କରିଥାଏ। ବ୍ୟାକଟେରିଆ ପାଟି ଭିତର ଉଷୁମ ଏବଂ ଆର୍ଦ୍ର ପରିବେଶରେ, ବିଶେଷକରି ଜିଭ ଉପରେ ବୃଦ୍ଧି ପାଇଥାଏ, ଯେଉଁଠାରେ ସେମାନେ ଜମାହୋଇ ଦୁର୍ଗନ୍ଧ ସୃଷ୍ଟିକାରୀ ଯୌଗିକ ସୃଷ୍ଟି କରିଥାନ୍ତି। ନିମ୍ନ ମାନର ମୁଖଗୌହର ଯତ୍ନ, ଯେପରିକି ନିୟମିତ ବ୍ରସ୍‍ କରିବା ଏବଂ ପାଟି କୁଳିକରିବାରେ ଅବହେଳା ଭଳି କାରଣ ଦ୍ୱାରା ଏହି ବ୍ୟାକଟେରିଆଗୁଡିକର ସଂଖ୍ୟା ବୃଦ୍ଧିପାଏ। ଅନେକ ସମୟରେ ଚିକିତ୍ସା ଅଥବା ସ୍ୱାସ୍ଥ୍ୟଗତ ପରିସ୍ଥିତିରୁ ପାଟି ଶୁଷ୍କ ହୋଇଯାଏ ଏବଂ ଲାଳ ନିର୍ଗତ ହେବା ପରିମାଣ ହ୍ରାସପାଏ, ଯାହା ସ୍ୱାଭାବିକ ଭାବରେ ପାଟିକୁ ସଫା କରିବାରେ ସହାୟତା କରିଥାଏ। ପିଆଜ ଓ ରସୁଣ ଭଳି କେତେକ ପ୍ରକାର ଖାଦ୍ୟରେ ଏଭଳି ଯୌଗିକ ରହିଛି ଯାହା ରକ୍ତପ୍ରବାହରେ ଅବଶୋଷିତ ହୋଇପାରିବ ଏବଂ ତାହା ଫୁସଫୁସ ଜରିଆରେ ନିଷ୍କାସିତ ହୁଏ, ଯଦ୍ଦ୍ୱାରା ଦୁର୍ଗନ୍ଧ ନିଃଶ୍ୱାସ ସୃଷ୍ଟି ହୋଇଥାଏ।
ତାଜା ନିଃଶ୍ୱାସ ପାଇଁ ଆୟୁର୍ବେଦିକ ଫାଇଦା: ଲବଙ୍ଗ, ନିମ ଏବଂ ପୁଦିନା ଭଳି ବ୍ୟାକଟେରିଆ ନିରୋଧୀ ତତ୍ତ୍ୱ ଥିବା ଉପାଦାନଗୁଡିକ ବ୍ୟବହାର କରି ମୁଖଗହ୍ୱର ତାଜାପଣ ବଜାୟ ରଖିବାରେ ତାହା ସହାୟକ ହୋଇପାରିବ। ଲବଙ୍ଗର ପ୍ରାକୃତିକ ଯୌଗିକଗୁଡିକ ଦୁର୍ଗନ୍ଧ ସୃଷ୍ଟିକାରୀ ବ୍ୟାକଟେରିଆଗୁଡିକର ମୁକାବିଲା କରିଥାଏ। ନିମ ଦାନ୍ତ ଉପରେ ଆସ୍ତରଣ ହ୍ରାସ କରିବାରେ ସହାୟକ ହୁଏ। ପୁଦିନା ଏକ ତାଜାପଣ ପ୍ରଦାନକାରୀ ସ୍ୱାଦ ଛାଡିଥାଏ। ଡାବର ରେଡ ପେଷ୍ଟ ଏହି ପ୍ରାକୃତିକ ଉପାଦାନଗୁଡିକର ଶକ୍ତିକୁ ଉପଯୋଗ କରି ଦୀର୍ଘସ୍ଥାୟୀ ତାଜାପଣ ପ୍ରଦାନ କରିଥାଏ। ଏଥିସହିତ ଡାବର ରେଡ ପେଷ୍ଟକୁ “ଆଇଡିଏ ସିଲ୍‍ ଅଫ ଆକସେପ୍‍ଟାନ୍ସ’ ପ୍ରଦାନ କରାଯାଇଛି, ଯାହା ଦୁର୍ଗନ୍ଧ ନିଃଶ୍ୱାସର ମୁକାବିଲା କରିବା ଏବଂ ସାମଗ୍ରିକ ମୁଖଗହ୍ୱର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ଏହାର ପ୍ରଭାବୀ ଦିଗକୁ ସୁନିଶ୍ଚିତ କରିଥାଏ।
ତାଜା ନିଃଶ୍ୱାସ ବଜାୟ ରଖିବା ନିମନ୍ତେ ମନ୍ତ୍ର: ତାଜା ନିଃଶ୍ୱାସ ବଜାୟ ରଖିବା ନିମନ୍ତେ ମନ୍ତ୍ରଗୁଡିକ ମଧ୍ୟରେ ତାଜାପଣ ଓ ପ୍ରଭାବୀ ପରିଷ୍କାର ନିମନ୍ତେ ଡାବର ରେଡ ପେଷ୍ଟ ବ୍ୟବହାର କରି ଦୈନନ୍ଦିନ ବ୍ରଶ୍‍ କରିବା ଏବଂ କୁଳି କରିବା ଅନ୍ତର୍ଭୁକ୍ତ। ବ୍ରଶ୍‍ କରିବା ଦ୍ୱାରା ଦାନ୍ତ ଉପରେ ଥିବା ଆସ୍ତରଣ ଦୂର ହୋଇଥାଏ ଏବଂ ଏବଂ କୁଳି କରିବା ସମୟରେ ଦାନ୍ତ ସନ୍ଧିରେ ରହିଯାଇଥିବା ଖାଦ୍ୟ କଣିକାଗୁଡିକ ବାହାରି ଯାଇଥାଏ। ଏକ ଟଙ୍ଗ ସ୍କ୍ରାପର ଅଥବା ଟୁଥବ୍ରଶ ଦ୍ୱାରା ଜିଭ ପରିଷ୍କାର କରାଯିବା ଦ୍ୱାରା ତାହା ଜିଭ ଉପରେ ଜମିଥିବା ବ୍ୟାକଟେରିଆଗୁଡିକୁ ଦୂର କରିବାରେ ସହାୟକ ହୋଇଥାଏ। ଲାଳ ସୃଷ୍ଟି ନିମନ୍ତେ ଯଥେଷ୍ଟ ଜଳୀୟ ପଦାର୍ଥ ଗ୍ରହଣ ନିତାନ୍ତ ଜରୁରୀ। ଲାଳ ମୁଖଗହ୍ୱରକୁ ସଫା କରିବା ଏବଂ ଏସିଡକୁ ଶୂନ୍ୟସ୍ତରକୁ ଆଣିବାରେ ସହାୟକ ହୋଇଥାଏ। ଦୁର୍ଗନ୍ଧ ନିଃଶ୍ୱାସ ସୃଷ୍ଟିକାରୀ ପିଆଜ ଓ ରସୁଣ ଭଳି ତୀବ୍ର ଆଘ୍ରାଣ ଥିବା ଖାଦ୍ୟକୁ ଏଡାଇବା ଦ୍ୱାରା ତାହା ସହାୟକ ହୋଇପାରିବ। ନିୟମିତ ଦାନ୍ତର ଯାଞ୍ଚ କୌଣସି ଅନ୍ତର୍ନିହିତ ସ୍ୱାସ୍ଥ୍ୟ ସମସ୍ୟା ଚିହ୍ନଟ କରିବା ଏବଂ ତାହାର ଚିକିତ୍ସା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଦୁର୍ଗନ୍ଧ ନିଃଶ୍ୱାସର କାରଣ ହୋଇଥାଇପାରେ।

Leave a Reply

Your email address will not be published. Required fields are marked *