ନିଶାଦ୍ରବ୍ୟ ନିଷେଧ ଦିବସରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ \”ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାକ\’ ଓ \”କର ଫାଉଣ୍ଡେସନ୍‌\’ ତରଫରୁ ଆର୍ନ୍ତଜାତୀୟ ନିଶାଦ୍ରବ୍ୟ ଦୁରୁପଯୋଗ ଓ ଅବୈଧ ବ୍ୟାପାର ବିରୋଧ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କର ଅଧ୍ୟକ୍ଷ ମୀର ଅହମ୍ମଦ ଅଲ୍ଲୀଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସ୍ୱେଚ୍ଛାସେବୀ ଓ ସାମାଜିକ କର୍ମୀ ନିଶାଦ୍ରବ୍ୟ ନିଷେଧର ବିରୋଧରେ ଲେଖାଥିବା ସ୍ଲୋଗାନ୍ ଯଥା- ନିଶାକୁ ନାଁ, ନିଶା ଦ୍ରବ୍ୟ ସ୍ୱାସ୍ଥ୍ୟ ପ୍ରତି ହାନୀକାରକ, ନିଶା ଛାଡନ୍ତୁ ଜୀବନ ବାଛନ୍ତୁ ଟି-ସାର୍ଟ ପିନ୍ଧି ଭୁବନେଶ୍ୱରସ୍ଥିତ ରାମ ମନ୍ଦିରଠାରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଣାଶୁଣା ଅଭିନେତା ତଥା ସମାଜସେବୀ ଚନ୍ଦନ କର, ସମାଜସେବୀ କମଳା ନେହେରୁ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ମଧୁସ୍ମିତା ଦାସ, ସମାଜସେବୀ ବିନ୍ଦୁଜା ଉପାଧ୍ୟାୟ ଓ ମୀନା ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱେଚ୍ଚାସେବୀ ମାନଙ୍କୁ ନିଶାଠୁ ନିଜକୁ ଦୂରେଇ ରଖିବା ସହ ଅନ୍ୟମାନଙ୍କୁ ନିଶାଠାରୁ ଦୂରେଇ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱରଂଜନ ଦାସ, ତାପସ ଦେ, ମନୋଜ କୁମାର ସାହୁ, ସରୋଜ କୁମାର ଜେନା, କ୍ଷୀରୋଦ କୁମାର ଜେନା, ବିଷ୍ଣଉ ପ୍ରସାଦ ସାହୁ, ଲକ୍ଷ୍ମୀଧର ସାହୁ, ଦେବାଶିଷ ଡାକୁଆ, ଅମୃତ ଚନ୍ଦ୍ର ଦାସ, ଚନ୍ଦନ କୁମାର ପଟ୍ଟନାୟକ, ଜଗନ୍ନାଥ ସାହୁା, ସତ୍ୟପ୍ରକାଶ ସାହୁ, ପ୍ରଦୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *