ନିଶା ସେବନ ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ସାମାଜିକ ଅନୁଷ୍ଠାନ ୟୁଥ୍ ଫର ଭଲ୍ୟୁଣ୍ଟାରି ତରଫରୁ ଦୀର୍ଘଦିନ ହେଲା ନିଶାମୁକ୍ତ ସମାଜ ଗଠନ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଜାରି ରଖିଛି । ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ଭିଡ଼ିଓ ଓ ଅଡ଼ିଓ ମାଧ୍ୟମରେ ସଚେତନତା କରାଇବା, ପ୍ରେସ୍ ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ନିଶାମୁକ୍ତ ସମାଜ ଗଠନ ପାଇଁ ବାରମ୍ବାର ଦାବି କରିବା ପ୍ରଭୃତି କାର୍ଯ୍ୟକ୍ରମ କରିଆସୁଅଛି । ଅନୁଷ୍ଠାନ ତରଫରୁ ଏକ ଅଭିନବ ପ୍ରୟାସ ପ୍ରାରମ୍ଭ କରାଯାଇଛି । ପ୍ରତି ଶନିବାର ଓ ରବିବାର ଓଡ଼ିଶାର ବିଭିନ୍ନ ସ୍ଥାନରେ ନିଶା ସେବନ ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଆଜି ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଇନ୍ଦିରାଗାନ୍ଧୀ ପାର୍କଠାରୁ ମାର୍କେଟ୍ ବିଲ୍‌ଡିଙ୍ଗ୍ ପର୍ଯ୍ୟନ୍ତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅନୁଯାୟୀ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ପଦଯାତ୍ରା ସମୟରେ ଉପସ୍ଥିତ ଲୋକମାନଙ୍କୁ ନିଶା ସେବନ ଦ୍ୱାରା ଶାରୀରିକ, ମାନସିକ ଓ ଆର୍ଥିକ କ୍ଷତି ସମ୍ବନ୍ଧରେ ସଚେତନ କରାଇବା ସହ ଏହାଦ୍ୱାରା ସମାଜରେ ନାରୀ ନିର୍ଯ୍ୟାତନା, ହିଂସା, ଦୁଷ୍କର୍ମ, ସଡ଼କଜନିତ ଦୁର୍ଘଟଣା, ପାରିବାରିକ କଳହ, ଯୁବ ଛାତ୍ର ସମାଜ ପଥଭ୍ରଷ୍ଟ ହେବା ପ୍ରଭୃତି କୁପ୍ରଭାବ ଘଟିଥାଏ ବୋଲି ସଚେତନତା ମାଧ୍ୟମରେ ଲୋକମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କର ଅଧ୍ୟକ୍ଷ ମୀର ଅହମ୍ମଦ ଅଲ୍ଲୀ, ସମାଜସେବୀ ବିନ୍ଦୁଜା ଉପାଧ୍ୟାୟ ଓ ବିନୋଦ କୁମାର ରାଉତ ଉପସ୍ଥିତ ରହି \”ନିଶା ଛାଡନ୍ତୁ ଓ ଜୀବନ ବାଛନ୍ତୁ\’ \”ନିଶା ସେବନ କ୍ୟାନସରର କାରଣ\’ ପ୍ରଭୃତି ସ୍ଲୋଗାନ ଦେଇ ଉପସ୍ଥିତ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରୋଜ କୁମାର ପ୍ରଧାନ, କ୍ଷୀରୋଦ କୁମାର ଜେନା, ଲକ୍ଷ୍ମୀପ୍ରିୟା ମହାନ୍ତି, ଶ୍ରାବଣୀ ନାୟକ, ରଶ୍ମିତା ନାୟକ, ସାବିତ୍ରୀ ମୁର୍ମୁ, ପ୍ରିୟଙ୍କା ପ୍ରିୟଦର୍ଶିନୀ ମହାନ୍ତି, ପ୍ରିୟାଲି ପ୍ରିୟଦର୍ଶିନୀ ବେହେରା, ମିଲିରାଣି ବେହେରା, ମାନସ ପ୍ରଧାନ, ପ୍ରଦୀପ ବେହେରା, ମୋହନରାଜ ନାୟକ, ସୋମ୍ୟରଂଜନ ଦଳବେହେରା, ଅବିନାଶ ବିଶ୍ୱାଳ, ସରୋଜ କୁମାର ସାହୁ, ଜଗନ୍ନାଥ ସାହୁ, ଶିବାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *