ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେଓଡିଆ ପୁଅର ୪ ସ୍ବର୍ଣ୍ଣ ପଦକ ହାସଲ
ଭୁବନେଶ୍ୱର, (ନି.ପ୍ର) : ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟ, ନୂଆଦିଲ୍ଲୀରେ ଓଡିଆ ଛାତ୍ର ରିତେଶ ପଟ୍ଟନାୟକ ଆଇନ ଶିକ୍ଷାରେ ଉତ୍କର୍ଷ ପ୍ରତିପାଦନ କରି ବିରଳ ସଫଳତା ଲାଭ କରିଛନ୍ତି । ଅଗଷ୍ଟ ୨୬ ତାରିଖରେ ଅନୁଷ୍ଠିତ ଦିଲ୍ଲୀ ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବରେ ଓଡିଆ ପୁଅ ରିତେଶ ଶ୍ରେଷ୍ଠ ଆଇନ ଛାତ୍ରର ମାନ୍ଯତା ହାସଲ କରିବା ସହ ବିଭିନ୍ନ ବିଭାଗରେ ୪ ଗୋଟି ସ୍ବର୍ଣ୍ଣ ପଦକ ସହ ଓଡିଶା ପାଇଁ ଗୌରବ ଆଣିଛନ୍ତି । ୨୦୧୮-୨୩ ବ୍ଯାଚ୍ ପାଇଁ ରିତେଶ ଶ୍ରେଷ୍ଠ ଛାତ୍ର ଭାବେ ସମ୍ମାନଜନକ ଜଷ୍ଟିସ୍ ଓ୍ୱାଇ କେ ସବରଓ୍ୱାଲ ପୁରସ୍କାର ପାଇଁ ଯୋଗ୍ଯ ବିବେଚିତ ହେବା ସହିତ କର ଆଇନ, ଆନ୍ତର୍ଜାତୀୟ ବାଣିଜ୍ଯ ଆଇନ, ସାକ୍ଷ୍ୟ ପ୍ରମାଣ ଆଇନ ଏବଂ ବ୍ଯଙ୍କି ଆଇନ ଏହିପରି ୪ ଗୋଟି ବିଭାଗ ପାଇଁ ଚାରି ଗୋଟି ସ୍ବର୍ଣ୍ଣପଦକ ପାଇଛନ୍ତି ।
ଆଇନ ଛାତ୍ର ରିତେଶଙ୍କୁ ସୁପ୍ରିମ୍ କୋର୍ଟର ନାୟାଧଶ ଏସ. ରବିନ୍ଦ୍ର ଭଟ୍ଟଙ୍କ ସମେତ ଦିଲ୍ଲୀ ଉଚ୍ଚ ନାୟାଳୟର ମୁଖ୍ଯ ବିଚାରପତି ନାୟାଧୁଶ ସତିଶ ଚନ୍ଦ୍ର ଶର୍ମା, ଦିଲ୍ଲୀ ସରକାରଙ୍କ ଶିକ୍ଷାମନ୍ତ୍ରୀ ଅତିସୀ ସିଂହ ଏବଂ ଆଇନ ମନ୍ତ୍ରୀ କୈଳାଶ ଗେହେଲଟ୍ ମାନପତ୍ର ଓ ସ୍ବର୍ଣ୍ଣପଦକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି ା ରିତେଶ ହେଉଛନ୍ତି କଟକ, ସିଡିଏ ନିବାସୀ ଚଣ୍ଡିପ୍ରସାଦ ପଟ୍ଟନାୟକ ଓ ମିନର୍ଭା ମହାନ୍ତଙ୍କ ସୁପୁତ୍ର ।