ସମସ୍ୟା ଘରରେ ଆସିକା ସବଡିଭିଜନ୍ ହସପିଟାଲ

ଆସିକା : ଆସିକା ସବଡିଭିଜନ୍ ହସପିଟାଲ ଆସିକା ସରକାରୀ ହସପିଟାଲ ନାମରେ ପୁରୁଣା ହାଟପଦ ଅର୍ଥାତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୧୯୪୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା।। କାଳକ୍ରମେ ଏହି ମେଡିକେଲଟି ବର୍ତ୍ତମାନର ବାଣିବିହାର ୧୯୬୮ ନୂତନ ସରକାରୀ ହସପିଟାଲ କୋଠାକୁ ସ୍ଥାନାନ୍ତରିତ ହୋଇଥିଲା। ସରକାରୀ ଆସିକା ହସପିଟାଲ ପରବର୍ତ୍ତି ସମୟରେ ଏରିଆ ହସପିଟାଲ ,ପ୍ରଥମେ ଫାରାଲ ହସପିଟାଲ, ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରେ ଆସିକା ଓକିଲ ସଂଘ ଦାବୀ  କ୍ରମେ ୨୦୧୯ ରେ ରାଜ୍ୟ ସରକାର ଏହାକୁ ସବଡିଭିଜନ୍ ହସପିଟାଲର ମାନ୍ୟତା ରୂପେ ଘୋଷଣା କରିଥିଲେ। ଏହି ହସପିଟାଲ ନିକଟରେ 5T ଅଧିନ ମୋ ହସପିଟାଲ ଯୋଜନାରେ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ  ରୂପାନ୍ତରିକରଣ କରାଯାଇଛି। ଏହା ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ସୁବିଧା ବ୍ୟବସ୍ଥା କରାଯାଇଛି। ରୋଗୀଙ୍କ ସମସ୍ତ ପରୀକ୍ଷା, ଅଲଟ୍ରାସାଉଣ୍ଡ, ଏକ୍ସରା  ସହ ମାଗଣା ଔଷଧ, ବ୍ଳଡ୍ ଷ୍ଟୋରେଜ ୟୁନିଟି ସାଙ୍ଗକୁ ସ୍ବତନ୍ତ୍ର ଶିଶୁ ଓ୍ବାର୍ଡ,ଡେଣ୍ଟାଲ, ଚକ୍ଷୁ ବିଭାଗ ସାଙ୍ଗକୁ ଟି.ବି. ଏଡସ୍, ଲେପର୍ସି , ଅଶୁଂଘାତ, ଟୀକା, ହଇଜା ଚିକିତ୍ସା ସୁବିଧା ରହିବା  ସହ ଦୁଇଟି ଓ୍ବାର୍ଡର ୮ ଟି ବ୍ୟାଡରେ ଶୀତତାପ  ନିୟନ୍ତ୍ରଣ ସୁବିଧା ସହ ଅତ୍ୟାଧୁନୀକ ରୋଗୀ ଶଯ୍ୟା ରହିଛି । ସବଡିଭିଜନ୍ ହସପିଟାଲ ୨୦୧୯ ଘୋଷଣା ପୂର୍ବରୁ ୫ ଜଣ ଡାକ୍ତର ଥିବାବେଳେ ବର୍ତ୍ତମାନ ସବଡିଭିଜନ୍ ହସପିଟାଲ ମାନ୍ୟତା ଅନୁଯାୟୀ ମେଡିକାଲ ଅଫିସର ପରିଚାଳନା ଅଧକ୍ଷ ସହ ମେଡ଼ିସିନ ଗାଇନିକ, ଅର୍ଥପେଡ଼ିକ ଭଳି ବିଶେଷଜ୍ଞ ଡାକ୍ତର ସହ ୧୮ଜଣ ଡାକ୍ତର ରହିବା ନିୟମ ରହିଛି l ବର୍ତମାନ ସୁଦ୍ଧା ଜଣେ ମେଡ଼ିସିନ ଓ ଶିଶୁରୋଗ ବିଶେଷଜ୍ଞ ସହ ସମୁଦାୟ ୮ ଜଣ ଡାକ୍ତର ରହିଛନ୍ତି l ଆସିକା ହସ୍ପିଟାଲ ସବଡ଼ିଭିଜନ ହସ୍ପିଟାଲ ଯୋଗୁଁ ଭଞ୍ଜନଗର, ଗାଙ୍ଗପୁର, ଜାହାଡା, ସୋରଡ଼ା, ବଡ଼ଗଡ଼, ଧରାକୋଟ, ଶେରଗଡ଼, ବାଲିପଦର, ବୁଗୁଡ଼ା, କବିସୂର୍ଯ୍ୟନଗର, ପିତଳ ବ୍ରାହ୍ମଣଛାଇ ସହ ନିକଟବର୍ତ୍ତୀ ଅଞ୍ଚଳ ରୁ ଶହ ଶହ ରୋଗୀ  ପ୍ରାୟ ୩୦୦ ରୁ ୪୦୦ ରୋଗୀ ଦୈନିକ ଏହି ମେଡିକେଲ ଠାରେ ଚିକିତ୍ସିତ ହେଉଛନ୍ତି। ଏହି ସବୁ ଅଞ୍ଚଳରୁ ୧୦ ଟି ୧୦୮ ଆମ୍ବୁଲାନ୍ସ ଓ ୫ ଟି ଜନନୀ ସୁରକ୍ଷା ଆମ୍ବୁଲାନ୍ସ ସାଙ୍ଗକୁ ଘରୋଇ ଆମ୍ବୁଲାନ୍ସରେ ଗୁରୁତର ପିଡିତ ରୋଗୀ ଆସିଥାନ୍ତି। ଭଞ୍ଜନଗର, ବ୍ରହ୍ମପୁର, ଜାତୀୟ ରାଜପଥ, ଖଲ୍ଲିକୋଟ, ଆସିକା, ସୋରଡା ଆସିକା ଅଞ୍ଚଳରୁ ସାନବଡ ପ୍ରାୟ ୩୦ ରୁ ଅଧିକ ସଡକ ଦୁର୍ଘଟଣାରେ ରୋଗୀ ପ୍ରତ୍ୟେକ ଦିନ ୧୭ ରୁ ୧୮ ନବଜାତ ଶିଶୁ ଏହି ମେଡିକେଲରେ ଜନ୍ମ ଗ୍ରହଣ କରି ଜିଲ୍ଲାରେ ଦ୍ବିତୀୟ ସ୍ଥାନରେ ରହିଛି। ଏହା ସତ୍ତ୍ବେ ଡାକ୍ତର ଅଭାବ ଅର୍ଥପେଡ଼ିକ, ସର୍ଜରୀ, ଗାଇନିକ ଡାକ୍ତର ନାହାନ୍ତି। ମୁଖ୍ୟ ଫାଟକର ନାମ ଫଳକର ଲାଇଟ ନାହିଁ, ଶବବୁହା ଗାଡି, ଡ୍ରେନଜ ସୁବିଧା ନଥିବା ସାଙ୍ଗକୁ ବର୍ତ୍ତମାନ ରୁପାନ୍ତିକରଣ ଯୋଜନାରେ ୩୦% ଡ୍ରେନଜ ନିର୍ମାଣ ହୋଇଥିବାବେଳେ ୭୦% ଡ୍ରେନଜ ନଥିବା ଯୋଗୁଁ ଅସରିଏ ପାଣିରେ ମେଡିକେଲ ଓ୍ବାର୍ଡମଧ୍ୟରେ ବର୍ଷାପାଣି ଭାସୁଛି। ୨୫ ଲକ୍ଷ ଟଙ୍କା ବ୍ୟୟରେ ଅର୍ଦ୍ଧନିର୍ମିତ ମିଶନକାଫେ କାମ ନହୋଇ ପଡିରହିଛି।। ହସପିଟାଲ ମ୍ୟାନେଜ଼ର ନିଯୁକ୍ତି ଥିବାବେଳେ ମ୍ୟାନେଜ଼ରଙ୍କୁ ଅନ୍ୟ କାର୍ଯ୍ୟରେ  ଲଗାଯାଉଛି। ପୋଷ୍ଟମୋଟମ ରୁମରେ ବିଦ୍ୟୁତ ସଂଯୋଗ ନାହିଁ। ଅଲଟ୍ରାସାଉଣ୍ଡ ଥିଲେ ମଧ୍ୟ ଏହା ପରିଚାଳନା ପାଇଁ ସ୍ତ୍ରୀ ରୋଗ ବିଶେଷକ ଡାକ୍ତର ନାହିଁ। ECG ମେସିନ ଖତଖାଉଛି। ଦୀର୍ଘଦିନ ହେଲା ଅପରେସନ ଥିଏଟର (OT) ବନ୍ଦ ରହିଛି।ବ୍ଳଡ ଷ୍ଟୋରେଜ, ଡେଣ୍ଟାଲ, ନର୍ଷିଙ୍ଗ ଷ୍ଟେସନ ଫାମାଷିଷ୍ଟ ବିଭାଗରେ ଏସି  ସଂଯୋଗ ନଥିବା ଯୋଗୁଁ ବହୁ ମୂଲ୍ୟବାନ  ରକ୍ତ, ଔଷଧ ୪୫% ତାପରେ ନଷ୍ଟ ହେଉଛି। ଅନ୍ୟପଟ କର୍ମଚାରି କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି, ଏକ୍ସରେ  ପ୍ଳେଟ ପଯ୍ୟାପ୍ତ ପରିମାଣରେ ନାହିଁ। ବିଶେଷକ ଡାକ୍ତର ନଥିବା ଯୋଗୁଁ ଜରୁରୀ ରୋଗୀ ପାଇଁ  କୌଣସି ବିକଳ୍ପ ନଥିବା ଯୋଗୁଁ ବ୍ରହ୍ମପୁର MKCG ପଠାଯାଉଛି। ବ୍ରହ୍ମପୁର ଯିବା ରାସ୍ତାରେ ମୃତ୍ୟୁ ବରଣ ସାଙ୍ଗକୁ ଗର୍ଭବତି ମହିଳା, ଶିଶୁ, ଝାଡା ବାନ୍ତି ରୋଗୀ ମୃତ୍ୟୁ ବରଣ କରୁଛନ୍ତି। ନିକଟରେ ଆସିକା ସବଡିଭିଜନ୍ ହସପିଟାଲ ପରିଚାଳନା ଅଧ୍ୟକ୍ଷ ରୂପେ ବାଳଗୋପାଳ ବେହେରା ଯୋଗଦେଇଛନ୍ତି। ପ୍ରକାଶ ଥାଉକି ୩ କୋଟି ଟଙ୍କା ବ୍ୟୟରେ ରୁପାନ୍ତ କରଣ ଯୋଜନା ସରିଥିଲେ କେତେକ ବିଭାଗର ଡୋର, ବିଣ୍ଡୋ AC ବିଦ୍ୟୁତ ସାଙ୍ଗକୁ କେତେକ ବିଭାଗର କୋଠା କାର୍ଯ୍ୟ ଅଧପାନ୍ତିରିଆ ଭାବା ରହିଛି। ରୁପାନ୍ତରିକରଣ ହୋଇଥିବା କୋଠାରେ ମେଡିକେଲ ପୁରୁଣା ଭଙ୍ଗାରୁଜା ସରଞ୍ଜାମ ରଖା ଯାଇଥିବା  ଯୋଗୁଁ ଅନେକ ବିଭାଗ ଖୋଲିବା ସମସ୍ୟା ହେଉଛି। ମେଡିକେଲର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସମସ୍ୟା  ଲାଗିରହିଥିବା ବେଳେ ଦୀର୍ଘଦିନ ହେଲା ରୋଗୀ କଲ୍ୟାଣ ସମିତି ବୈଠକ ଡକାଯାଇ ନାହିଁ। ପ୍ରକାଶ ଥାଉକି ଗତକାଲି ଦୁଇ ଜଣ ଅଂଶୁଘାତ ରୋଗୀ ଡାକ୍ତରଖାନା ରେ ଭର୍ତି ହୋଇଥିଲେ  କିନ୍ତୁ ଅଂଶୁଘାତ କୋଠରୀରେ ଅନୁସଙ୍ଗିକ ସାମଗ୍ରୀ ନଥିବାର ଅଭିଯୋଗ ହୋଇଥିଲା l ତୁରନ୍ତ ଏସବୁ ଦିଗରେ ଜିଲ୍ଲା ମୁଖ୍ୟଚିକିତ୍ସକ ଗୁରୁତର ଦେବାକୁ ବିଦ୍ଧିଜୀବୀ ମହଲରେ ଦାବୀ ହୋଇଛି l

Leave a Reply

Your email address will not be published. Required fields are marked *