୩୦ ଓ ୩୧ରେ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ଅନୁଗୁଳରେ ମେଗା Walk in Drive

ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍) : ଓଡ଼ିଶାର ସର୍ବବୃହତ ଜୁଏଲାରୀ ବ୍ରାଣ୍ଡ ଅରୁନ୍ଧତୀ ଜୁଏଲର୍ସ ତରଫରୁ ଖୁବଶୀଘ୍ର ଏହାର ନୂତନ ଅତ୍ୟାଧୁନିକ ଫ୍ଲାଗସିପ୍ ଶୋରୁମ ଅନୁଗୁଳ ଠାରେ ସେବା ଯୋଗାଇଦେବା ନିମନ୍ତେ ପ୍ରସ୍ତୁତ ହେଉଅଛି । ଅରୁନ୍ଧତୀର ଏହି ନିର୍ମାଣାଧୀନ ନୂତନ ଶୋରୁମ ଅନୁଗୁଳ ତଥା ଏହାର ଆଖପାଖ ଅଞ୍ଚଳବାସୀଙ୍କୁ ଉତ୍ତମମାନର ଗହଣା, ଉନ୍ନତସେବା ତଥା ଏକ ସୁନ୍ଦର ଅନୁଭୂତି ଯୋଗାଇଦେବ । ଏହିପରି ପେକ୍ଷିରେ ଅନୁଗୁଳର ଯୁବପିଢ଼ିମାନଙ୍କୁ ସେମାନଙ୍କ ଦକ୍ଷତା ଅନୁଯାୟୀ କର୍ମବୃତ୍ତି ଯୋଗାଇଦେବା ନିମନ୍ତେ ଏକ ମେଗା WALK IN DRIVE ଆସନ୍ତା ଜୁଲାଇ ୩୦ ଓ ୩୧ ତାରିଖରେ ହୋଟେଲ କମଲେଶ କଣ୍ଟିନେଣ୍ଟାଲ (( Tamrit Colony, Industrial Estate, Angul ) ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ଆଶାୟୀ ପ୍ରାର୍ଥୀମାନେ ଅରୁନ୍ଧତୀର ଅନୁଗୁଳ ଶାଖା ନିମନ୍ତେ BRANCH MANAGER , FLOOR MANAGER SALES , CASHIER , SALES EXECUTIVE , CUSTOMER RELATIONSHIP EXECUTIVE (Greeter) ଭଳିପଦବୀ ନିମନ୍ତେ ଉକ୍ତ ୨ଦିନ ଇଣ୍ଟରଭିଉରେ ଯୋଗଦାନ କରିପାରିବେ ।

ଏହା ସହ ଆଶାୟୀ ପ୍ରାର୍ଥୀ ଅନଲାଇନ ଜରିଆରେ ଅରୁନ୍ଧତୀ ଜୁଏଲର୍ସର ଅଫିସିଆଲ ୱେବସାଇଟର career page (arundhatije wellers.com) ରେ ମଧ୍ୟ ନିଜର Resume upload କରିପାରିବେ । ଏହି ଅବସରରେ ଅରୁନ୍ଧତୀ ଜୁଏଲର୍ସ ତରଫରୁ ସମସ୍ତ ଆଶାୟୀ ପ୍ରାର୍ଥୀମାନଙ୍କୁ ଶୁଭକାମନା ପ୍ରଦାନ କରାଯିବା ସହିତ ଅରୁନ୍ଧତୀ ପରିବାରକୁ ଆହୁରି ବ୍ୟାପକ ଓ ସୁଦୃଢ କରାଇ ଅନୁଗୁଳବାସୀଙ୍କୁ ଉନ୍ନତ ସେବା ଯୋଗାଇ ଦେବା ସହ, ନିଜେ ଅରୁନ୍ଧତୀ ପରିବାରରେ ନିଜର ଉଜ୍ୱଳ ଭବିଷ୍ୟତ ଗଢ଼ିପାରିବେ ।