ବିଜେଡିରେ ମିଶିଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ

ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍) : ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗୁରୁବାର ବିଜେଡିରେ ଯୋଗ ଦେଇଛନ୍ତି । ଆଜି ସେ ନବୀନ ନିବାସରେ ଦଳୀୟ ନେତାଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି ।
ସୂଚନାକ୍ରମେ, ପୂର୍ବରୁ ବିଜୁବାବୁଙ୍କ ଏକାନ୍ତ ଅନୁଗତ ଥିଲେ ବିଜୟ ମହାପାତ୍ର । ବିଜୁଙ୍କ ମନ୍ତୀମଣ୍ଡଳରେ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସିଥିଲେ । ହେଲେ ୨୦୦୦ରେ ବିଜେଡି ପକ୍ଷରୁ ତାଙ୍କୁ ଦଳୀୟ ଟିକେଟ ଦିଆଯାଇଥିଲା । ବିଧାୟକ ପ୍ରାର୍ଥୀ ଭାବେ ସେ ପ୍ରାର୍ôଥପତ୍ର ଦାଖଲ କରିଥିଲେ । ହେଲେ ଶେଷ ମୁହୂର୍ତ୍ତରେ ତାଙ୍କ ଟିକେଟ ପ୍ରତ୍ୟାହାର କରି ନିଆଯାଇଥିଲା । ଏହାପରେ ସେ ବିଜେଡି ସହ ସମ୍ପର୍କ ଛିନ୍ନ କରିଥିଲେ । ୨୦୦୯ ଓ ୨୦୧୯ ରେ ସେ ପାଟକୁରାରୁ ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନାରେ ଅବତୀର୍ଣ୍ଣ ହୋଇଥିଲେ । ହେଲେ ବିଜେଡି ପ୍ରାର୍ଥୀଙ୍କଠାରୁ ସେ ପରାଜିତ ହୋଇଥିଲେ । ୨୦୧୯ ନିର୍ବାଚନ ପରଠାରୁ ବିଜୟ ରାଜନୈତିକ କ୍ଷେତ୍ରରେ ଏକ ପ୍ରକାର ନୀରବ ରହିଥିଲେ ।