ଅମୃତ ଭାରତ” ଏକ୍ସପ୍ରେସର ସ୍ୱାଗତ:ବିଜେପି


ବ୍ରହ୍ମପୁର, ୩୧/୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ମାଲଦା ଟାଉନ- ବେଙ୍ଗାଳୁରୁ “ଅମୃତ ଭାରତ” ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଏହି “ଅମୃତ ଭାରତ” ଏକ୍ସପ୍ରେସ ଓଡ଼ିଶା ମଧ୍ୟ ଦେଇ ଗଡ଼ିବ । ଏହି ପରିପ୍ରେକ୍ଷୀରେ ଅମୃତ ଭାରତ ଏକ୍ସପ୍ରେସ ରବିବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ବ୍ରହ୍ମପୁର ଠାରେ ପହଞ୍ଚିଥିଲା । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ବର୍ଷର ଉପହାର ସ୍ୱରୂପ ଦେଇଥିବା ଏହି “ଅମୃତ ଭାରତ” ଏକ୍ସପ୍ରେସକୁ ଭବ୍ୟ ସ୍ଵାଗତ ପାଇଁ ବିଜେପି କାର୍ଯ୍ୟକର୍ତ୍ତା ମାନେ ବ୍ରହ୍ମପୁରର ଆରାଧ୍ୟ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ଆଜ୍ଞାମାଳ ନେଇ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିଥିବା “ଅମୃତ ଭାରତ” ଏକ୍ସପ୍ରେସକୁ ପୂଜାର୍ଚ୍ଚନା କରିବା ସହ ମହିଳା ମୋର୍ଚ୍ଚାର ନାରୀ ନେତ୍ରୀ ମାନେ ବନ୍ଦାପନା କରିଥିଲେ ।

ପୁରୋହିତଙ୍କ ଦ୍ୱାରା ମନ୍ତ୍ର ଉଚ୍ଚାରଣ ସହ ଆଳତି କରାଯାଇଥିଲା । ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ନଡ଼ିଆ ଭାଙ୍ଗାଯାଇ ଏହି “ଅମୃତ ଭାରତ” ଏକ୍ସପ୍ରେସର ବ୍ରହ୍ମପୁର ରେଳ ଷ୍ଟେସନରୁ ପ୍ରସ୍ଥାନ ପାଇଁ ଶୁଭାରମ୍ଭ କରାଯାଇଥିଲା । ବିଜେପି କାର୍ଯ୍ୟକର୍ତ୍ତା ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ ବାଜା ବଜାଇ ରେଳ ଷ୍ଟେସନରେ ଥିବା ଯାତ୍ରୀ ମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରିଥିଲେ । ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୟ ଜୟ ଗାନରେ ବ୍ରହ୍ମପୁର ରେଳ ଷ୍ଟେସନ ପ୍ରକମ୍ପିତ ହେଉଥିବା ଦେଖିବାକୁ ମିଳିଥିଲା ।

ଏହି ଭବ୍ୟ ସ୍ଵାଗତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ଜିଲ୍ଲା ଉପସଭାପତି ତଥା ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ ଶତପଥି,ସୁଶିଳା ମଲ୍ଲିକ,ବାଳକୃଷ୍ଣ ସାମନ୍ତରା,ଯୁବନେତା ସିଦ୍ଧାନ୍ତ ଗଙ୍ଗଦେବ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ବରିଷ୍ଠ ନେତ୍ରୀ ଏସ୍.ରାଣୀ,ନିବେଦିତା ପାଢ଼ୀ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ବରିଷ୍ଠ ନେତା ତଥା ରେଲୱେ କମିଟି ସଦସ୍ୟ ଡ଼ା.ଅମୁଲ୍ୟ ଚୌଧୁରୀ,ପୂର୍ବତନ ଜିଲ୍ଲା ଉପସଭାପତି ପ୍ରବୀର ପାତ୍ର,ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ଗାନ୍ଧୀ ନଗର ମଣ୍ଡଳ ସଭାପତି ପ୍ରଫୁଲ୍ଲ ପାଣିଗ୍ରାହୀ,ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର,ଜି.ରାଜେନ୍ଦ୍ର ପ୍ରସାଦ,ପ୍ରଦୀପ ମିଶ୍ର,ଏସ୍.ଶ୍ରନୀବାସ,ବାଙ୍କନିଧି ସେଠୀ,ସୁମନ ଶତପଥି,ଦେବୁନ୍ ପଟ୍ଟନାୟକ,ରବିନ୍ଦ୍ର ସାହୁ,ଜଗନ୍ନାଥ ଜେନା,ମନୋଜ ମହାରଣା ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ,

Leave a Reply

Your email address will not be published. Required fields are marked *