ମାନବିକତାକୁ ଭୁଲି ଯାଉଛନ୍ତି ଆମ୍ବୁଲାନ୍ସ ଡ଼୍ରାଇଭର
ଜିତେନ୍ଦ୍ର ମାନସିଂ(ପ୍ରବାହ ନ୍ୟୁଜ୍) : ଏବେ ଦେଖିବାକୁ ମିଳିଛି ବେସରକାରୀ ଆମ୍ବୁଲାନସ୍ ଡ୍ରାଇଭରଙ୍କ ଦୌରାତ୍ମ୍ । କିଛି ଟଙ୍କା ପାଇଁ ନିଜ ମାନବିକତାକୁ ଭୁଲି ଯାଉଛନ୍ତି ଏହି ଆମ୍ବୁଲାନ୍ସ ଡ଼୍ରାଇଭର। ତା ସାଙ୍ଗରେ ସବୁଠୁ ବଡ଼ ସାଂଘାତିକ କଥା, ରୋଗୀ ସେବାରେ ନିୟୋଜିତ ଏହି ଆମ୍ବୁଲାନ୍ସ ଗାଡ଼ିରୁ ଅନେକ ଗୁଡ଼ିଏ ଗାଡ଼ିର ବୈଧ କାଗଜପତ୍ର ମଧ୍ଯ ନାହିଁ। ଯଦି ରୋଗୀ ସେବା ବେଳେ କୌଣସି ଅଘଟଣ ଘଟିଲା, ତେବେ ଦାୟୀ ରହିବ କିଏ । ଏମିତି କିଛି ସାଂଘାତିକ ସତ୍ୟ ଏବେ ସାମ୍ନାକୁ ଆସିବା ଆରମ୍ଭ ହୋଇଛି କାଦୁଅ ଫୋପଡା ରାଜନୀତି। ଖୋର୍ଦ୍ଧା ଜଟଣୀ ରାସ୍ତାର କାରମେଲ୍ ସ୍କୁଲ ଠାରେ ଜଟଣୀ ଛଣଘର ଗ୍ରାମର ଜଣେ ମହିଳା ହୋଇଥିଲେ ଦୁର୍ଘଟଣାର ଶିକାର । ଆଉ କ୍ଷତାକ୍ତ ଅବସ୍ଥାରେ ମହିଳା ଜଣଙ୍କ ମେଡିକାଲରେ ପହଁଞ୍ଚିବା ପରେ ଆରମ୍ଭ ହୋଇ ଯାଇଥିଲା ଷଡ଼ଯନ୍ତ୍ର। ଆନୁସଙ୍ଗିକ ବ୍ୟବସ୍ଥାର ଅଭାବ ଦର୍ଶାଇ ରୋଗୀଙ୍କୁ କରା ଯାଇଥିଲା ଭୁବନେଶ୍ଵର ଟ୍ରାନ୍ସଫର୍। ଆଉ ଏଇ ଘଟଣା ଭିତରେ ଏଣ୍ଟ୍ରି ମାରିଥିଲେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭର । ମହିଳାଙ୍କୁ ଭୁବନେଶ୍ଵର ସ୍ଥିତ ହାଇଟେକ୍ ମେଡିକାଲକୁ ନେବା ପାଇଁ ଦୁଇ ହଜାର ଟଙ୍କା ବଦଳରେ ଚାରି ହଜାର ଟଙ୍କା ଜୋର୍ ଜବରଦସ୍ତ କରି ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ନେଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର । ତେବେ ଶୁଣିବାକୁ ମିଳିଛି ଯେ, ସଂଘ ତରଫରୁ ଦର ନିର୍ଦ୍ଧାରିତ କରାଯାଇଛି। ତାହାଲେ କଣ ପାଇଁ ଏପରି ଜୁଲମ କରି ରୋଗୀଙ୍କ ଠାରୁ କରାଯାଉଛି ଟଙ୍କା ଲୁଟ । ରୋଗୀଙ୍କ ଜୀବନ ସହିତ ଏ ଭଳି ଖେଳ ଖେଳୁଥିବା ଏ ବେଆଇନ ଘରୋଇ ଆମ୍ବୁଲାନ୍ସ ମାଲିକ ଓ ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବହନ, ସ୍ୱାସ୍ଥ୍ୟ ବିଭାଗ ଏବଂ ପୁଲିସ ଯେମିତି କୁଣ୍ଠାବୋଧ କରୁଛି । ସେଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି କି, ରୋଗୀଙ୍କୁ ଲୁଟିବା ପାଇଁ ବିଭାଗୀୟ ସ୍ତରରେ ସତେ ଯେମିତି କୋଉ ଏକ ଅଦୃଶ୍ୟ ଶକ୍ତି କାମ କରୁଛି ।
ବାଇଟ୍-1- ଲକ୍ଷ୍ମୀଧର ଛୋଟରାୟ ଖୋର୍ଦ୍ଧା ବାସିନ୍ଦା
: ହେଲେ ଅନ୍ୟପକ୍ଷରେ ଘରୋଇ ଆମ୍ବଲାନ୍ସ ସଂଘର ସଭାପତି ବୋଲାଉଥିବା ଏସ୍.କେ. ୟୁନସ ନାମକ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ମେଡିକାଲକୁ ଆସୁଥିବା ସମସ୍ତ ରୋଗୀଙ୍କ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯାଉଛି ବୋଲି ସଫେଇ ଦେଇଛନ୍ତି । କାହାକୁ ବାଧ୍ୟ କରାଯାଉନି, ସଙ୍ଘ ତରଫରୁ ଧାର୍ଯ୍ୟ ଦର ଅନୁସାରେ ଭଡା ରଖାଯାଉଛି । ଯଦି କୌଣସି ଡ୍ରାଇଭର ରୋଗୀଙ୍କୁ ଏଭଳି ହଇରାଣ କରୁଛନ୍ତି, ତାହା ଦୃଷ୍ଟିଗୋଚର ହେଲେ ସଂପୃକ୍ତ ଡ୍ରାଇଭରଙ୍କ ଉପରେ ସଂଘ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସଂଘ କହିଛି।
ବାଇଟ୍- 2 : ଏସ୍.କେ. ୟୁନସ (ଆମ୍ବୁଲାନ୍ସ ଚା
ଖୋର୍ଦ୍ଧା ମେଡିକାଲରେ ଚାଲିଥିବା ଏହି ଘଟଣା ରୋଗୀଙ୍କ ସମ୍ପର୍କୀୟଙ୍କୁ ବ୍ୟଥିତ କରୁଥିବା ବେଳେ ଘଟଣା ସମ୍ପର୍କରେ ଅନେକ ଥର ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବା ଏଵଂ ନିରବ ରହିବା, ଯାହାକି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଶୁଣନ୍ତୁ ଘଟଣାକୁ ନେଇ କଣ ମତ ରଖିଛନ୍ତି ଦାୟିତ୍ୱରେ ଥିବା ଅଧିକାରୀ।
ବାଇଟ୍-3 : ରାଜ୍ୟଶ୍ରୀ ପଟ୍ଟନାୟକ (ସିଡ଼ିଏମଓ, ଖୋର୍ଦ୍ଧା)
ବାଇଟ୍-4 : ଅରବିନ୍ଦ ନାୟକ (ପରିବହନ ଅଧିକାରୀ, ଖୋର୍ଦ୍ଧା)
ତେବେ ଏହି ଧନ୍ଦାରେ ଲିପ୍ତ ରହିଥିବା ଦୁର୍ନୀତିଖୋର ଙ୍କ ମୁଖା ଖୋଲିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଏ କ୍ଷେତ୍ରରେ କି ପଦକ୍ଷେପ ନେଉଛନ୍ତି ଜିଲ୍ଲା ପ୍ରଶାସନ ଦେଖିବାକୁ ବାକି ରହିଛି ।