ଶ୍ରମିକ କଂଗ୍ରେସର ଆମ୍ବେଦକର ଜୟନ୍ତୀ ପାଳିତ

ଜଟଣୀ:ପୂର୍ବତଟ ରେଳପଥ ଅଧୀନ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଶ୍ରମିକ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି l କେନ୍ଦ୍ରୀୟ ପଦାଧିକାରୀ ଏମ ଜି କେ ରାଓ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଆମ୍ବେଦକର ସମ୍ବିଧାନ ମାଧ୍ୟମରେ ଅତ୍ୟନ୍ତ ତଳ ସ୍ଥରର ଲୋକେ କିପରି ପ୍ରକୃତ ସ୍ଵାଧୀନତା ପାଇବେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେଇଥିଲେ ତା ସହିତ ଭୋଟ ଦାନ ଅଧିକାର ପାଇଁ ସାରା ଦେଶ ତାଙ୍କୁ ମନେରଖିବେ ବୋଲି ଶାଖା ସମ୍ପାଦକ ଏଲ ଡି ମହାନ୍ତି ନିଜ ଭାଷଣରେ ଉପସ୍ଥିତ କର୍ମଚାରୀ ମାନଙ୍କୁ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସହ ସଂଯୋଜକ ସୁନୀଲ କୁମାର ଭଞ୍ଜ, କେନ୍ଦ୍ରୀୟ ପଦାଧିକାରୀ ଶରତ ପଣ୍ଡା, ନିରଞ୍ଜନ ମିଶ୍ର,ଆଶୁତୋଷ ବ୍ରହ୍ମା,ଏ ଶ୍ରୀନିବାସ, ତ୍ରିଲୋଚନ ମହାନ୍ତି, ଗୋପାଳ ଦାସ, ଧୁଷାସନ୍ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ । ଦୁଇଶହରୁ ଉର୍ଦ୍ଧ୍ବ କର୍ମଚାରୀ ଉପସ୍ଥିତ ଥିଲେ ବୋଲି ମିଡ଼ିଆ ସେଲ୍ ର ମୁଖ୍ୟ ତଥା ଶାଖା ସମ୍ପାଦକ ଶ୍ରୀ ମହାନ୍ତି ଜଣାଇଥିଲେ।