ସର୍ଭିସ ରୋଡ଼ ରେ ଅମାନିଆ ପାର୍କିଙ୍ଗ, ଲୋକେ ଭୋଗୁଛନ୍ତି ଦୁଃର୍ଦଶା

କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରପାଳିକା ଅନ୍ତର୍ଗତ କିରିବୁରୁ ଛକ ଠାରୁ ବଡ଼ବିଲ ବଙ୍ଗଳା ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ସହ ଜଡିତ ହୋଇଛି ସର୍ଭିସ ରୋଡ଼, ଏହି ରୋଡ଼ ଟି ମୁଖ୍ୟତଃ ହାଲୁକା ଯାନ ଓ ଚଲାପଥ ପାଇଁ ଉଦ୍ଧିଷ୍ଟ ଥିବା ବେଳେ ଚାରି ଚକିଆ ଓ ଦୁଇ ଚକିଆ ଯାନ ର ଅବ୍ୟଧ ପାର୍କିଙ୍ଗ ଯୋଗୁ ପଥଚାରି ଗମନାଗମନ ପାଇଁ ଅସୁବିଧା ର ଶିକାର ହେଉଥିବା ଦେଖିବାକୁ ମିଳୁଛି, ପ୍ରକାଶ ଥାଉକି ଉକ୍ତ ମୁଖ୍ୟ ରାସ୍ତା ପାର୍ଶ୍ୱ ରେ ଶ୍ରୀମେଟାଲିକ ନାମକ ଘରୋଇ କମ୍ପାନୀ, ଉତ୍କଳ ଅଟୋ ମୋବାଇଲ, ଘରୋଇ ବ୍ୟାଙ୍କ, ହୋଟେଲ ଓ ଛୋଟ ମୋଟ ଗ୍ୟାରେଜ ରହିଅଛି, ଉକ୍ତ ବ୍ୟାଙ୍କ କିମ୍ବା ଗ୍ୟାରେଜ କୁ ଆସୁଥିବା ବ୍ୟକ୍ତି ମାନେ ସେହି ସର୍ଭିସ ରୋଡ ରେ ଅବ୍ୟଧ ପାର୍କିଙ୍ଗ କରି ଯାଉ ଥିବାରୁ ରାସ୍ତା ଜାମ ରହୁଛି ଏବଂ ଅନ୍ୟ ହାଲୁକା ଯାନ ଓ ଚଲାପଥ ବ୍ୟକ୍ତି ଗମନାଗମନ ପାଇଁ ନାନା ପ୍ରକାର ଅସୁବିଧା ର ଶିକାର ହେଉଛନ୍ତି ତେବେ ଆଞ୍ଚଳିକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଆଲୋଚନା ହେଉଥିବାର ଦେଖିବାକୁ ମିଳିଛି l