ଉତ୍କଳ ଆଲୁମିନାରେ ‘ଆମ ନୃତ୍ୟ ଆମ ସଂସ୍କୃତି’ ଆୟୋଜିତ

ଟିକିରି / ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଆଦିବାସୀ ଲୋକନୃତ୍ୟ ‘ଧିମ୍ସା’ର ସଂରକ୍ଷଣ ଏବଂ ତାହାକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିବଦ୍ଧ ରହିଛି । ଚଳିତ ଫେବୃଆରୀ ମାସ ୧୨ ଓ ୧୩ ତାରିଖରେ ନୂଆପଡା ଟାଉନସିପ୍ (ହେଲିପ୍ୟାଡ ଗ୍ରାଉଣ୍ଡ)ରେ ଆୟୋଜିତ ଦ୍ୱାଦଶ ଧିମ୍ସା ନୃତ୍ୟ ଉତ୍ସବ ‘ଆମ ନୃତ୍ୟ ଆମ ସଂସ୍କୃତି’ ଓଡ଼ିଶା ସଂସ୍କୃତିର ସମୃଦ୍ଧ ପରମ୍ପରାକୁ ପ୍ରଦର୍ଶିତ କରିଥିଲା ।
ଆମ ନୃତ୍ୟ ଆମ ସଂସ୍କୃତିର ପ୍ରଥମ ଦିବସରେ ଆଦିବାସୀ ଧିମ୍ସା ନୃତ୍ୟ ପ୍ରତିଯୋଗିତାରେ ପାରିପାଶ୍ୱର୍ିକ ଗ୍ରାମଗୁଡିକରୁ ୨୮ଟି ଦଳ ଅଂଶଗ୍ରହଣ କରିଥିଲେ । ଦ୍ୱିତୀୟ ଦିବସରେ ଓଡ଼ିଶୀ, ଛଉ, ସମ୍ବଲପୁରୀ ଏବଂ ପାଇକ ଆଦି ପ୍ରସିଦ୍ଧ ଲୋକନୃତ୍ୟ ରୂପଗୁଡିକ ଓଡ଼ିଶାର ବିଶିଷ୍ଟ କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା ।
ମୁଖ୍ୟ ଅତିଥି ଶ୍ରୀ ଦିଲୀପ ବିଶୋୟୀ, ରାଜ୍ୟ ସୂଚନା ଆୟୁକ୍ତ, ଭୁବନେଶ୍ୱର ଏହି କାର୍ଯ୍ୟକ୍ରମକୁ ପ୍ରଥମ ଦିନ ସମ୍ମାନନୀୟ ଅତିଥି ଶ୍ରୀ ବିଷ୍ଣୁଚରଣ ପାତ୍ର, ଅତିରିକ୍ତ ପୋଲିସ ଅଧୀକ୍ଷକ, ସମ୍ମାନନୀୟ ଅତିଥି ଶ୍ରୀ କାନ୍ଥା ମାଝୀ, ବ୍ଲକ ଅଧ୍ୟକ୍ଷ, କାଶୀପୁର ଏବଂ ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍ ଓ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଏବଂ ଆଦିତ୍ୟ ଆଲୁମିନାଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ ।
ଉତ୍କଳ ଆଲୁମିନାକୁ ତାହାର କାର୍ଯ୍ୟ ପରିଚାଳନା ଅଞ୍ଚଳର ସମୃଦ୍ଧି ଦିଗରେ ଅବଦାନ ନିମନ୍ତେ ପ୍ରଶଂସା କରି ଶ୍ରୀ ଦିଲୀପ ବିଶୋୟୀ କହିଥିଲେ, “ଦୀର୍ଘସ୍ଥାୟୀ ଶିଳ୍ପାନ୍ୱୟନ ପ୍ରୟାସସମୂହ ଜରିଆରେ ଆଭ୍ୟନ୍ତରୀଣ ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ବିକାଶକୁ ଆଗେଇନେବା ନିମନ୍ତେ ଉତ୍କଳ ଆଲୁମିନାର ପ୍ରତବଦ୍ଧତା ଯୋଗୁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି, ଭିତ୍ତିଭୂମିରେ ଉନ୍ନତି ସାଧିତ ହୋଇଛି ଏବଂ ସ୍ଥାନୀୟ ଜନସାଧାରଣଙ୍କ ଜୀବନଧାରଣ ମାନ ପରିବର୍ଦ୍ଧିତ ହୋଇଛି । ଆମ ନୃତ୍ୟ ଆମ ସଂସ୍କୃତି ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସାମର୍ଥ୍ୟକୁ ଲୋକଲୋଚନକୁ ଆଣିବା ଦିଗରେ ଏକ ବାର୍ଷିକ ଉତ୍ସବ ପାଳନ ଭଳି ମନେହେଉଛି ।”

“ଆଦିତ୍ୟ ବିର୍ଲା ଗ୍ରୁପ୍ ଏକ ବୈଶ୍ୱିକ ବ୍ୟବସାୟିକ ଗୋଷ୍ଠୀ ଭାବରେ ଗଭୀର ମୂଲ୍ୟବୋଧ ଆଧାରରେ ପରିଚାଳିତ ହେଉଛି ଏବଂ ଏହାକୁ ଆଗେଇ ନେଇ ଉତ୍କଳ ଆଲୁମିନା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ଏବଂ ତାହାର ସଂରକ୍ଷଣ ନିମନ୍ତେ ପ୍ରତିବଦ୍ଧ ରହିଛି । ଆମ ନୃତ୍ୟ ଆମ ସଂସ୍କୃତି ଭଳି ପ୍ରୟାସଗୁଡିକ ଜରିଆରେ ଆମେ ଆମର ପରମ୍ପରା ପାଇଁ ନିବିଡ ଭଲପାଇବାକୁ ପ୍ରୋତ୍ସାହିତ କରିବା ଏବଂ ଭବିଷ୍ୟତ ପିଢିଙ୍କୁ ସେମାନଙ୍କର ସାଂସ୍କୃତିକ ମୂଳାଧାରକୁ ଆପଣେଇବା ଦିଗରେ ପ୍ରେରଣା ଦେବାକୁ ଲକ୍ଷ୍ୟ ରଖିଛୁ,” ବୋଲି ଶ୍ରୀ ମଜହର ବେଗ୍ ତାଙ୍କ ସ୍ୱାଗତ ଭାଷଣରେ ଉଲ୍ଲେଖ କରିଥିଲେ ।
ଦ୍ୱିତୀୟ ଦିବସରେ ଶ୍ରୀ ଭାସ୍କର ରଇତ, ଅତିରିକ୍ତ ଜିଲ୍ଲାପାଳ, ରାୟଗଡା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ, ଉପ ଜିଲ୍ଲାପାଳ ଏବଂ ଏସ୍ଡିଏମ୍ ରାୟଗଡା, ଶ୍ରୀ ଦିଲୀପ ବିଶୋୟୀ, ରାଜ୍ୟ ସୂଚନା ଆୟୁକ୍ତ, ଭୁବନେଶ୍ୱର ଏବଂ ଶ୍ରୀ ବସନ୍ତ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ରାୟଗଡା, ଶ୍ରୀମତୀ ଅନୁସୟା ମାଝୀ, ଚେୟାରମ୍ୟାନ ଏସ୍ସି ଓ ଏସ୍ଟି ବିକାଶ ପରିଷଦ, ରାୟଗଡା ପ୍ରମୁଖ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏଥିରେ ଶ୍ରୀ ଏସ୍ କେ ମିଶ୍ର, ଚେୟାରମ୍ୟାନ, ଉତ୍କଳ ଆଲୁମିନା ଏବଂ ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍ ଓ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଏବଂ ଆଦିତ୍ୟ ଆଲୁମିନା ଉପସ୍ଥିତ ଥିଲେ । ଦ୍ୱିତୀୟ ଦିବସ କାର୍ଯ୍ୟକ୍ରମ ଆଦିବାସୀ ଧିମ୍ସା ପ୍ରତିଯୋଗିତାର ଉଲ୍ଲେଖନୀୟ ପ୍ରଦର୍ଶନକାରୀଙ୍କୁ ସମ୍ବର୍ଦ୍ଧନା ସହିତ ଆରମ୍ଭ ହୋଇଥିଲା । ବିଶିଷ୍ଟ ବିଚାରକମଣ୍ଡଳୀରେ ଶ୍ରୀମତୀ ହିନା ବେଗ୍, ପ୍ରେସିଡେଣ୍ଟ, ଉଜ୍ଜ୍ୱଳ ଉତ୍କଳ ଲେଡିଜ୍ କ୍ଲବ, ସ୍ୱନାମଧନ୍ୟ ଓଡ଼ିଶୀ ନୃତ୍ୟଶିଳ୍ପୀ ଜ୍ୟୋତିର୍ମୟୀ ବାରିକ, ଶ୍ରୀ ଧୀରଜ ମହାନ୍ତି, ସଂଗୀତ ଓ ନୃତ୍ୟ ଶିକ୍ଷକ, ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ପ୍ରମୁଖ ରହିଥିଲେ ।
ବିଚାରକମଣ୍ଡଳୀଙ୍କୁ ବିମୁଗ୍ଧ କରି ଟିମ୍ ଥୁତିବାର୍ ବିଜେତା ହୋଇଥିବାବେଳେ ଟିମ୍ ବାଗ୍ରିଝୋଲା ତତ୍ତୁଲ୍ୟ ପ୍ରଦର୍ଶନ କରି ରନର୍ସ ଅପ୍ ଟ୍ରଫି ହାସଲ କରିଥିଲେ ଏବଂ ଟିମ୍ ଅଣ୍ଡିରାକଞ୍ଚ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ ।

ଶ୍ରୀମତୀ ହିନା ବେଗ୍ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରି କହିଥିଲେ, “ନୃତ୍ୟ ନିର୍ଦ୍ଦେଶନାରରୁ ନେଇ ବେଶ୍ ଭାବସ୍ପର୍ଶୀ ଅଭିବ୍ୟକ୍ତି ପର୍ଯ୍ୟନ୍ତ, ଆପଣମାନେ ଆମ ସମସ୍ତଙ୍କୁ ଏକ ସୌନ୍ଦର୍ଯ୍ୟମୟ, ଭାବପ୍ରମଣ ଏବଂ ସାଂସ୍କୃତିକ ସମୃଦ୍ଧ ଦୁନିଆକୁ ନେଇଗଲେ । ଆପଣମାନଙ୍କର କଳା ଜରିଆରେ ଆପଣ କେବଳ ମନୋରଞ୍ଜନ କରିନାହାନ୍ତି, ତାହାସହିତ ଆମକୁ ପ୍ରଶିକ୍ଷିତ କରିଛନ୍ତି ଏବଂ ପ୍ରେରଣା ଦେଇଛନ୍ତି ।”
ଶ୍ରୀ ଭାସ୍କର ରଇତ, ଉତ୍କଳ ଆଲୁମିନା ପକ୍ଷରୁ ଓଡ଼ିଶାର ସୁସଂହତ ସାଂସ୍କୃତିକ ବୈଚିତ୍ର୍ୟକୁ ଯେଉଁଭଳି ଭାବରେ ପାଳନ କରାଯାଉଛି ତାହାକୁ ପ୍ରଶଂସା କରି କହିଥିଲେ, “ଏହି କାର୍ଯ୍ୟକ୍ରମ ଇନ୍ଦ୍ରିୟଗୁଡିକୁ ସମ୍ମୋହିତ କରିବା ଭଳି ହୋଇଛି ଯାହା ପାରମ୍ପରିକ ଏବଂ ଆଦିବାସୀ ନୃତ୍ୟକଳାର ଏକ ଭବ୍ୟତା ପ୍ରଦର୍ଶନ କରୁଛି ଏବଂ ଏହା ପିଢି ପରେ ପିଢି ପାଇଁ ଆକାଂକ୍ଷିତ ହୋଇ ରହିଆସିଛି ।”
ଶ୍ରୀମତୀ ନିହାରିକା ସାହୁ, ଜିଏମ୍, ସିଏସଆର୍ (ପ୍ଲାଣ୍ଟ), ଶ୍ରୀମତୀ ଲୋପାମୁଦ୍ରା ମିଶ୍ର ଏଫଏଚ-ସିଏସ୍ଆର, ଶ୍ରୀ ବିଜୟ କୁମୁରା, ହେଡ୍ ଏଚଆର ଏବଂ ଶ୍ରୀ ମନୋଜ ଦାସ, ଏଜିଏମ୍ ସିଏସ୍ଆର (ମାଇନ୍ସ)ଙ୍କ ନେତୃତ୍ୱରେ ସମୁଦାୟ ସିଏସ୍ଆର ଟିମ୍ର ନିରଳସ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ଅଶେଷ ସଫଳତା ଲାଭ କରିଥିଲା ।