ଆଦିତ୍ୟ ବିର୍ଲା ସନ ଲାଇଫ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ବିବିଧ ସମ୍ପତି ଆବଂଟନ ପାଣ୍ଠି ଆରମ୍ଭ

ମୁମ୍ବାଇ, ଜାନୁୟାରୀ୧୮, ୨୦୨୩: ଆଦିତ୍ୟ ବିର୍ଲା ସନ ଲାଇଫ ମ୍ୟୁଚୁଆଲ ଫଣ୍ଡର ଏକ ନିବେଶ ପରିଚାଳକ ଆଦିତ୍ୟ ବିର୍ଲାକେପିଟଲ ଲିମିଟେଡର ଏକ ସହାୟକ କମ୍ପାନୀ ଆଦିତ୍ୟ ବିର୍ଲା ସନ ଲାଇଫ ଏଏମସି ଲିମିଟେଡ ଏକ୍ୱିଟି, ଋଣ ଏବଂ ପଦାର୍ଥରେ ନିବେଶ ଏବଂ ପ୍ରତ୍ୟାହାର ପାଇଁ ସବୁବେଳେ ଖୋଲା ଥିବା ବିବିଧ ସମ୍ପତି ଆବଂଟନ ପାଣ୍ଠି ଆରମ୍ଭ କରିବାକୁ ଘୋଷଣା କରିଛି । ସମ୍ପତି ଉପରେ ସର୍ବୋତମ ଭାର ଆବଂଟନ ଦ୍ୱାରା ସଙ୍କଟ ଏବଂ ପୁରସ୍କାରକୁ ସନ୍ତୁଳିତ କରିବା ପ୍ରୟାସରେ ଏହି ପାଣ୍ଠି ବିଭିନ୍ନ ସମ୍ପତି ବର୍ଗରେ ଏହାର ନିବେଶକୁ ବିଧିକରଣ କରିବା ଉପରେ ଧ୍ୟାନ ଦେବ । ୧୧ଜାନୁୟାରୀ, ୨୦୨୩ରୁ ୨୫ଜାନୁୟାରୀ, ୨୦୨୩ ପର୍ଯ୍ୟନ୍ତ ଏନଏଫଓ ଖୋଲା ରହିବ ।
ଉନ୍ମୋଚନ ଉପରେ ଟିପ୍ପଣୀ କରି ଆଦିତ୍ୟ ବିର୍ଲା ସନ ଲାଇଫ ଏଏମସି ଲିମିଟେଡର ଏମଡି ତଥା ସିଇଓ ଶ୍ରୀ ଏ.ବାଲାସୁବ୍ରମଣ୍ୟନ କହିଥିଲେ, “ଆଦିତ୍ୟବିର୍ଲା ସନ ଲାଇଫ ବିବିଧ ସମ୍ପତି ଆବଂଟନ ପାଣ୍ଠିବିଭିନ୍ନ ସମ୍ପତିିବର୍ଗରେ ନିବେଶକମାନଙ୍କୁ ଏକ ଉତମ ବିବିଧତା ଯାଚନା’ରେ ପହଂଚଞ୍ଚ ପ୍ରଦାନ କରିଥାଏ । ଉଭୟ ଅନଭିଜ୍ଞ ଏବଂ ଅଭିଜ୍ଞ ନିବେଶକମାନଙ୍କ ପାଇଁ ଏହା ଏକ ଉତ୍କୃଷ୍ଟ ବିନିଯୋଗ ବିକଳ୍ପ, କାରଣ ବିନିଯୋଗ, ଟ୍ରାକିଂ ଏବଂ ରକ୍ଷଣାବେକ୍ଷଣାର ଏକାଧିକ ବିନିଯୋଗ ଋଣନୀତି ଚାପକୁ ଏହା ଦୂର କରିଥାଏ । ଅପେକ୍ଷାକୃତ ସର୍ବନିମ୍ନ କ୍ରେଡିଟସଙ୍କଟ ସହିତ ଆୟ ସୃଷ୍ଟି କରିବା ପାଇଁ ଏହି ପାଣ୍ଠି ଉଚ୍ଚମାନର ଋଣ ଏବଂ ଅର୍ଥ ବଜାର ସିକ୍ୟୁରିଟିର ଏକ ବିବିଧ ପୋର୍ଟଫୋଲିଓରେ ବିନିଯୋଗ କରିବାକୁ ଉଦ୍ୟମ କରିଥାଏ ।”

ସମ୍ପତି ଆବଂଟନ କାହିଁକି ଗୁରୁତ୍ୱପୂର୍ଣ୍ଣ-ବିଭିନ୍ନ ସମ୍ପତି ବର୍ଗରେ ବିନିଯୋଗ କରି ବିବିଧତା ପ୍ରଦାନ କରିଥାଏ । ବିଭିନ୍ନ ସମ୍ପତି ବର୍ଗରେ ଲାଭ-କ୍ଷତିର ପରିସର ବ୍ୟାପକ ଭାବରେ ଭିନ୍ନହୋଇଥାଏ । ବିଭିନ୍ନ ଆର୍ଥିକ ପର୍ଯ୍ୟାୟ ଏବଂ ସମୟ ଅବଧି ମଧ୍ୟରେବିଭିନ୍ନ ସମ୍ପତି ବର୍ଗ ଭିନ୍ନଭାବରେ ପ୍ରଦର୍ଶନ କରିଥାନ୍ତି । କୌଣସି ପୋର୍ଟ ଫୋଲିଓର ସଙ୍କଟକୁ ହ୍ରାସ କରିବାରେ ସମ୍ପତି ବର୍ଗ ମଧ୍ୟରେ କମ ସହ-ବନ୍ଧନ ସାହାଯ୍ୟ କରିଥାଏ ।

ସମ୍ପତି ଆବଂଟନ ନିବେଶକମାନଙ୍କ ପାଇଁ କିପରିମୂଲ୍ୟ ଯୋଗ କରିଥାଏ- କମ ଅସ୍ଥିରତା – ନିବେଶକଙ୍କ ପ୍ରତିବଦ୍ଧ ରହିବା କ୍ଷମତାକୁ ବଢାଇପାରେ । ଧନ ସୃଷ୍ଟି – ଦୀର୍ଘ ଅବଧିରେ ଅଧିକ ସଙ୍କଟ ସଜାଡି ଲାଭ-କ୍ଷତିସୃଷ୍ଟି କରିବାର କ୍ଷମତା ।

ଆଦିତ୍ୟ ବିର୍ଲା ସନ ଲାଇଫ ବିବିଧ ସମ୍ପତି ଆବଂଟନ ପାଣ୍ଠିର ମୁଖ୍ୟ ଆକର୍ଷଣ- ପୋର୍ଟଫୋଲିଓରଏକ୍ୱିଟି ଅଂଶ ବଜାର ପରିସ୍ଥିତିକୁ ଖାତିର ନକରି ବଡ କମ୍ପାନୀର ଶେୟାରରେ ନିବେଶ କରିବା ସହିତ ଫ୍ଲେକ୍ସିକେପ ଆଭିମୁଖ୍ୟ ଗ୍ରହଣ କରିବ ଏବଂ ସମସ୍ତ ସେକ୍ଟର ରେ ବିନିଯୋଗ କରିପାରେ । ନିଶ୍ଚିତ ଆୟ ପୋର୍ଟଫୋଲିଓ ମୁଖ୍ୟତଃ ସମୟାନୁକ୍ରମେ ବର୍ଦ୍ଧମାନ ରାଶି ପାଇବା ରଣନୀତି ବ୍ୟବହାର କରିବ । ବିନିଯୋଗ ଆଭିମୁଖ୍ୟ – ଏକ୍ୱିଟି(୬୫-୮୦%), ନିଶ୍ଚିତ ଆୟ(୧୦-୨୫%), ଦ୍ରବ୍ୟ(୧୦-୨୫%) । ଏକ୍ୱିଟି – ଦୀର୍ଘକାଳରେ ଧନ ସୃଷ୍ଟି କରିବା କ୍ଷମତା । ନିଶ୍ଚିତ ଆୟ – ପୋର୍ଟଫୋଲିଓରେ ସ୍ଥିରତା ଆଣିବାକୁ ଚେଷ୍ଟା କରିଥାଏ । ଦ୍ରବ୍ୟ – ଅନିଶ୍ଚିତତା ବିରୁଦ୍ଧରେ ପ୍ରତିକୂଳମୂଲ୍ୟ ସଙ୍କଟ ହ୍ରାସକାରୀ ଭାବରେ କାର୍ଯ୍ୟକରିଥାଏ ।

Leave a Reply

Your email address will not be published. Required fields are marked *