କନ୍ଧମାଳ ଜିଲ୍ଳାର ଅପପୁଷ୍ଟିର ମୁକାବିଲା: ଗଣମାଧ୍ୟମର କାର୍ଯ୍ୟକାରିତା ପାଇଁ ଆହ୍ୱାନ

କନ୍ଧମାଳ,ପ୍ରବାହ ନ୍ୟୁଜ୍ : ୟୁନିସେଫ୍ ଏବଂ ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ସହଯୋଗରେ କନ୍ଧମାଳ ଜିଲ୍ଳାରେ ଅତିଶୟ ପୃଷ୍ଟିହୀନ (ସାମ୍-ଏସ୍ଏଏମ୍)ପରି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଏକ ମିଡିଆ ରାଉଣ୍ଡ୍ ଟେବୁଲ୍ର ଆୟୋଜନ କରାଯାଇଥିଲା। କନ୍ଧମାଳର ଜିଲ୍ଳା ପରିଷଦ ସମ୍ମିଳନୀ ହଲ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ନୀତି ନିର୍ମାତା ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏକତ୍ରିତ ହୋଇଥିଲେ। ଜନସାଧାରଣରେ ସଚେତନତା ସୃଷ୍ଟି ତଥା ଅଞ୍ଚଳରେ ଅପପୃଷ୍ଟିର ମୁକାବିଲା ପାଇଁ ସମ୍ପ୍ରଦାୟର ଯୋଗଦାନରେ ଗଣମାଧ୍ୟମର ଗୁୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆଲୋକିତ କରିବା ଲକ୍ଷ୍ୟ ରଖାଯାଇଥିଲା।
ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ(ଡିଏସ୍ଡବ୍ଲୁଓ) ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା ସାମ୍ ପରିଚାଳନା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ବ୍ୟାପକ ଦର୍ଶକଙ୍କ ନିକଟରେ ପହଁଞ୍ଚାଇବା ପାଇଁ ଗଣମାଧ୍ୟମର ସହଯୋଗ ଉପରେ ଗୁରୁତ୍ୱାରୋପ କରି କହିଥିଲେ “ କନ୍ଧମାଳ ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟଗତ ଆହ୍ୱାନ ମଧ୍ୟରୁ ଅପପୃଷ୍ଟି ହେଉଛି ଅନ୍ୟତମ। ଭାଗିଦାରୀତା ଏବଂ ସଚେତନତା ମାଧ୍ୟମରେ ଆମେ ଆମ ଜିଲ୍ଲାରେ ଅତିଶୟ ପୃଷ୍ଟିହୀନ(ସାମ୍-ଏସ୍ଏଏମ୍) ରୋଗକୁ ଯଥେଷ୍ଟ ହ୍ରାସ କରିବାକୁ ପ୍ରତିଶ୍ରୁତିବଦ୍ଧ” ।
ସମ୍ପ୍ରଦାୟ ଭିତ୍ତିକ ହସ୍ତକ୍ଷେପ, ଅଙ୍ଗନବାଡି କେନ୍ଦ୍ରକୁ ମଜ୍ବୁତ କରିବା ଏବଂ ପୋଷଣ କାର୍ଯ୍ୟକ୍ରମଗୁଡିକ ସବୁଠୁ ଅସୁରକ୍ଷିତ ପିଲାମାନଙ୍କ ପାଖରେ ପହଁଞ୍ଚାଇବା ନିଶ୍ଚିତ କରିବାକୁ ସ୍ଥାନୀୟ ସ୍ୱାସ୍ଥ୍ୟ ନେଟୱାର୍କକୁ ବ୍ୟବହାର କରିବା ସହ କନ୍ଧମାଳ ଜିଲ୍ଲାରେ ଅତିଶୟ ପୃଷ୍ଟିହୀନ(ସାମ୍-ଏସ୍ଏଏମ୍) ହ୍ରାସ ପାଇଁ ଉଦ୍ଧିଷ୍ଟ ରଣନୀତି ଉପସ୍ଥାପନ କରି ସେ କହିିଛନ୍ତି, “ଆମର ଲକ୍ଷ୍ୟ ହେଉଛି କନ୍ଧମାଳର ପ୍ରତ୍ୟେକ ପିଲା ସେମାନଙ୍କର ଜରୁରୀ ପୁଷ୍ଟିକର ଖାଦ୍ୟ ଏବଂ ଚିକିତ୍ସା ପାଇପାରିବେ। ଆମେ ନିଶ୍ଚିତ କରିବାକୁ ଚେଷ୍ଟା କରୁଛୁ ଯେ ସାମ୍-ଏସ୍ଏଏମ୍ ଭବିଷ୍ୟତରେ ଆମ ପିଲାମାନଙ୍କ ପାଇଁ ବିପଦ ହେବ ନାହିଁ।
ୟୁନିସେଫ୍ ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ ଏହି ଅଧିବେଶନକୁ ଆଗେଇ ନେଇ ଅପପୁଷ୍ଟି ଏବଂ ସାମ୍-ଏସ୍ଏଏମ୍ ପରିଚାଳନା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, “ ପ୍ରଭାବଶାଳୀ ସାମ୍ ପରିଚାଳନା କ୍ଷୁଧା ଦୂର କରିବା ସହ ସାମଗ୍ରିକ ସ୍ୱାସ୍ଥ୍ୟ, ପରିମଳ ଏବଂ ପିଲାମାନଙ୍କ ଶିକ୍ଷାରେ ଉନ୍ନତି ଆଣିବ। ବର୍ତ୍ତମାନ ି କନ୍ଧମାଳ ଜିଲ୍ଲାରେ ଜୀବନ ରକ୍ଷା କରିବା ଏବଂ ଭବିଷ୍ୟତ ପାଇଁ ସୁସ୍ଥ, ଶକ୍ତିଶାଳୀ ସମ୍ପ୍ରଦାୟ ଗଠନ କରିବା ଆମର ଲକ୍ଷ୍ୟ। ଏହା କେବଳ ଶାରୀରିକ ସୁସ୍ଥତା ପାଇଁ ନୁହେଁ ବରଂ ଜ୍ଞାନର ବିକାଶରେ ମଧ୍ୟ ସହାୟକ ହୋଇଥାଏ, ଯାହା ଏହି ଅଞ୍ଚଳର ଦୀର୍ଘସ୍ଥାୟୀ ସମୃଦ୍ଧିର ଏକ ପ୍ରମୁଖ କାରଣ।”
ସଚେତନତା ସୃଷ୍ଟି ଏବଂ ସଠିକ୍ ସୂଚନା ପ୍ରଦାନକରିବାରେ ଗଣମାଧ୍ୟମର ଭୂମିକା ଏହି ରାଉଣ୍ଡ ଟେବୁଲ୍ର ଏକ ମୁଖ୍ୟ ବିଷୟବସ୍ତୁ ଥିଲା। ୟୁନିସେଫ୍ ପ୍ରତିନିଧୀମାନେ ଅପପୃଷ୍ଟିର ମୁକାବିଲା ପାଇଁ ଦାୟିତ୍ୱପୂର୍ଣ୍ଣ ରିପୋର୍ଟ ଏବଂ ଗଣମାଧ୍ୟମ ଯୋଗଦାନରେ ପରିବର୍ତ୍ତନଶୀଳ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିସ୍ତୃତ ଆଲୋଚନା ଏବଂ ପ୍ରଶ୍ନ-ଉତ୍ତର ଅଧିବେଶନ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଠାରେ ଅଂଶଗ୍ରହଣକାରୀମାନେ ଅନ୍ତର୍ନିହିତ ସମସ୍ୟା ବିଷୟରେ କହିଥିଲେ ଏବଂ କନ୍ଧମାଳର ଅପପୃଷ୍ଟି ଓ ଶିଶୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆହ୍ୱାନ ଉପରେ ଆଲୋଚନା କରିଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ସଚେତନତା ଅଭିଯାନକୁ ସମର୍ଥନ କରିବା ଏବଂ ସାମ୍ ସମସ୍ୟାକୁ ଜନସାଧାରଣଙ୍କ ପାଖରେ ପହଁ’ାଇବାକୁ ପ୍ରାଥମିକତା ଦେବା ପାଇଁ ସେମାନଙ୍କ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।
ଗଣମାଧ୍ୟମ ରାଉଣ୍ଡ ଟେବୁଲ୍ ଭବିଷ୍ୟତର ପଦକ୍ଷେପ ପାଇଁ ମଞ୍ଚ ସ୍ଥିର କରିଛି, ଯାହାକି କନ୍ଧମାଳରେ ଶିଶୁ ଏବଂ ମା ମାନଙ୍କ ପାଇଁ ନିରନ୍ତର ସ୍ୱାସ୍ଥ୍ୟ ଉତ୍ତମ ଫଳାଫଳ ସୃଷ୍ଟି କରିବା ପାଇଁ ବହୁ କ୍ଷେତ୍ର ସହଯୋଗର ଗୁରୁତ୍ୱକୁ ଦୃଢ କରିବ।