ଲାଞ୍ଚ ନେଉଥିଲେ ଅତିରିକ୍ତ ଯୋଗାଣ ଅଧିକାରୀ, ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ବର: ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଖୋର୍ଦ୍ଧା ଅତିରିକ୍ତ ଯୋଗାଣ ଅଧିକାରୀ ବିଷ୍ଣୁଚରଣ ପରିଡ଼ା ।

ସୂଚନା ଅନୁସାରେ ଖୋର୍ଦ୍ଧା ଏ.ସି.ଏସ୍‌.ଓ ବିଷ୍ଣୁଚରଣ ପରିଡ଼ା ଏକ ରାଇସମିଲ ବ୍ୟବସାୟ ପରିଚାଳନା କରିବା ପାଇଁ ଆବେଦନକାରୀଙ୍କୁ ପଚାଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆବେଦନକାରୀଙ୍କ ଅଭିଯୋଗ ଆଧାରରେ ଭିଜିଲାନ୍ସ ବିଭାଗ ଯୋଜନା ଅନୁସାରେ ଅଭିଯୋଗକାରୀଙ୍କୁ ଦେଇଥିବା ରଙ୍ଗବୋଳା ଟଙ୍କାକୁ ଶ୍ରୀ ପରିଡ଼ା ଗ୍ରହଣ କରୁଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଭାବେ ଚଢ଼ଉ କରି ଶ୍ରୀ ପରିଡ଼ାଙ୍କ ଠାରୁ ରଙ୍ଗ ବୋଳା ପଚାଶ ହଜାର ଟଙ୍କା ଜବତ କରିଥିଲେ।
ଶ୍ରୀ ପରିଡ଼ାଙ୍କ ଠାରୁ ୫୦ ହଜାର ଟଙ୍କା ଜବତ କରାଯିବା ପରେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ତାଙ୍କ ଭୁବନେଶ୍ବରର ଭୋଇନଗରସ୍ଥିତ ସରକାରୀ ଆବାସିକ ଘରେ ମଧ୍ୟ ଚଢାଉ ଜାରି ରଖିଥିବା ବେଳେ ଏହି ମାମଲାରେ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *