ଆଦାନୀ ଫାଉଣ୍ଡେସନ ପକ୍ଷରୁ କୃଷକ ଦିବସ ପାଳିତ

0
Farmers Day_2

ସ୍ଥାୟୀ କୃଷି ଓ ଚାଷୀଙ୍କ ସାମଗ୍ରିକ ବିକାଶକୁ ଗୁରୁତ୍ୱ

ଧାମରା, ପ୍ରବାହ ନ୍ୟୁଜ୍ : ଆଦାନୀ ଗ୍ରୁପର ସିଏସ୍‌ଆର୍ ବିଭାଗ ଆଦାନୀ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ନରସିଂହପ୍ରସାଦ ଗ୍ରାମରେ ଜାତୀୟ କୃଷକ ଦିବସ ୨୦୨୫ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର, ନାବାର୍ଡ, ଜିଲା କୃଷି କାର୍ଯ୍ୟାଳୟ, ଓର୍‌ମାସ୍‌, ଏବଂ ଜିଲା ମତ୍ସ୍ୟ ସମ୍ପଦ କାର୍ଯ୍ୟାଳୟରୁ ପ୍ରାୟ ୨୦୦ ରୁ ଊର୍ଦ୍ଧ୍ୱ ଚାଷୀ ଏବଂ ସରକାରୀ ଅଧିକାରୀ ଅଂଶଗ୍ରହଣ କରିଥିଲେ । ଆଦାନୀ ଫାଉଣ୍ଡେସନର ମୁଖ୍ୟ କୃଷକ ଦିବସର ଗୁରୁତ୍ୱ ଉପରେ ନିଜର ବକ୍ତବ୍ୟ ରଖିିଥିଲେ । ଆଦାନୀ ଧାମରା ପୋର୍ଟ ସିଇଓ ଦେବେନ୍ଦ୍ର ଠକର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଚାଷୀଭାଇମାନଙ୍କୁ ସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବାରେ ଆଦାନୀ ଫାଉଣ୍ଡେସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । କୃଷିକ୍ଷେତ୍ରରେ ଅଭିବୃଦ୍ଧି ଏବଂ ନୂତନ ପ୍ରଯୁକ୍ତିବିଦ୍ୟାର ବିକାଶକୁ ତ୍ୱରାନ୍ୱିତ କରିବା ଉପରେ ସିଇଓ ଶ୍ରୀ ଠକର ଗୁରୁତ୍ୱ ଦେଇଥିଲେ । ଚାଷୀ ଏବଂ ସେମାନଙ୍କ କଠିନ ପରିଶ୍ରମକୁ ସିଇଓ ପ୍ରଂଶସା କରିବା ସହ ଆଦାନୀ ଫାଉଣ୍ଡେସନ ସର୍ବଦା ଏହି ଅଞ୍ଚଳର ସମସ୍ତ ଚାଷୀଙ୍କ ସାମଗ୍ରିକ ବିକାଶରେ ଭାଗିଦାରୀ ରହିବ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ଜୈବିକ ପଦ୍ଧତିରେ ଚାଷ, ଅଣ-କୀଟନାଶକ ପରିଚାଳନା ପଦ୍ଧତି ମାଧ୍ୟମରେ ପନିପରିବା ଚାଷ ଏବଂ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସମେତ ଚାଷୀଭାଇମାନେ ସେମାନଙ୍କର ଅଭିଜ୍ଞତା ଏବଂ ସଫଳତାର କାହାଣୀ ଶୁଣାଇଥିଲେ । ଆଧୁନିକ ଏବଂ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ସହ ଏହି କାର୍ଯ୍ୟକ୍ରମ ଚାଷୀ ଏବଂ ସରକାରୀ ବିଭାଗ ମଧ୍ୟରେ ସହଯୋଗ ପାଇଁ ଏକ ମଞ୍ଚ ଭାବରେ କାର୍ଯ୍ୟ କରିଥିଲା । ଜାତୀୟ କୃଷି ଦିବସ ପାଳନ କରି, ଆଦାନୀ ଫାଉଣ୍ଡେସନ କୃଷି ସମୁଦାୟ ପ୍ରତି ଏହାର ପ୍ରତିବଦ୍ଧତାକୁ ପୁନଃନିର୍ଦ୍ଦିଷ୍ଟ କରିଥିଲା । ସ୍ଥାୟୀ ବିକାଶକୁ ଆଗେଇ ନେବା ଏବଂ ଚାଷୀଙ୍କ ଜୀବନକୁ ଉନ୍ନତ କରିବା ପାଇଁ ପଦକ୍ଷେପ ଉପରେ ଧ୍ୟାନ ଦେଇଥିଲା । କୃଷକ କ୍ଲବ ଏବଂ ଚାଷୀ ଉତ୍ପାଦକ ସଂଗଠନ (ଏଫ୍‌ପିଓ) ମାଧ୍ୟମରେ, ଆଦାନୀ ଫାଉଣ୍ଡେସନ ସ୍ଥାନୀୟ ଚାଷୀମାନଙ୍କୁ ସଶକ୍ତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଅଛି ।

Leave a Reply

Your email address will not be published. Required fields are marked *