ଆଦାନୀ ଡିଏଭି ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ
ଧାମରା,ପ୍ରବାହ ନ୍ୟୁଜ୍ : ଭଦ୍ରକ କୁଆମରାସ୍ଥିତ ଆଦାନୀ ଡିଏଭି ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷା କୃଷ୍ଣପ୍ରିୟା ଷଢଙ୍ଗୀ କ୍ରୀଡ଼ା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଛାତ୍ରଛାତ୍ରୀମାନେ ମନରେ କ୍ରୀଡ଼ା ମନୋଭାବ ରଖି ଖେଳିବା ପାଇଁ ଶପଥ ପାଠ କରାଇଥିଲେ ଅଧ୍ୟକ୍ଷା । ବିଦ୍ୟାଳୟର ଶାରୀରିକ ଶିକ୍ଷକ ବିଭୁତି ଭୂଷଣ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ୫୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଟାଇନି ଟଟ୍ସ ଗ୍ରୁପ-୧ ରେ ଅନୁଶ୍ରୀ ମଣ୍ଡଳ(ବାଳିକା), ଟାଇନି ଟଟ୍ସ ଗ୍ରୁପ-୨ରେ ମଞ୍ଜିତ ମଣ୍ଡଳ (ବାଳକ), ଓ ଭାଗ୍ୟଶ୍ରୀ ଦିଣ୍ଡା(ବାଳିକା) , ସବ୍-ଜୁନିଅର ଗ୍ରୁପରେ ଓମ୍କାର ମଣ୍ଡଳ (ବାଳକ) ଓ ସାଇସ୍ମିତା ମହାକୁଡ (ବାଳିକା), ଜୁନିଅର୍ ଗ୍ରୁପରେ ରିକି ଦାସ ଓ ସାଇ ସୁମିରଣ ରାଉତ (ବାଳକ) ଏବଂ ଶ୍ରେୟା ମାଇତି (ବାଳିକା) ଏବଂ ସିନିଅର ଗ୍ରୁପରେ ଆଦିତ୍ୟ ମହାକୁଡ (ବାଳକ) ଓ ସୌଭାଗ୍ୟଲକ୍ଷ୍ମୀ ମହାକୁଡ (ବାଳିକା) ଚାମ୍ପିୟନ ହୋଇଥିଲେ । ପ୍ରତିଯୋଗିତାରେ ଯମୁନା ହାଉସ ଚାମ୍ପିୟନ ଘୋଷିତ ହୋଇଥିବା ବେଳେ କାବେରୀ ହାଇସ୍ ରନର୍ସ ଅପ୍ ହୋଇଥିଲା । ଶିକ୍ଷକମାନେ ୧୦୦ ମିଟର ଦୌଡ଼ରେ ଭାଗ ନେଇଥିଲେ ଏବଂ ଶିକ୍ଷୟିତ୍ରୀମାନେ ସ୍କିପିଂ ପ୍ରତିଯୋଗିତାରେ ଭାଗ ନେଇଥିଲେ । ୪ର୍ଥ ଶ୍ରେଣୀ କର୍ମଚାରୀମାନେ ଓ ବସ୍ କର୍ମଚାରୀମାନେ ଶଟ୍ଫୁଟ୍ ଥ୍ରୋ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏଥିରେ ହିମାଂଶୁ ଶେଖର ବେହେରା, ଉତ୍କଳିକା ପ୍ରିୟଦର୍ଶିନୀ, ରାଜାରାମ ଗିରି ଏବଂ ସତ୍ୟବ୍ରତ ସାହୁ ବିଜେତା ହୋଇଛନ୍ତି । ସମସ୍ତ ବିଜେତା ଓ ପଦକ ଅଧିକାରୀମାନଙ୍କୁ ବିଦ୍ୟାଳୟ ଅଧ୍ୟକ୍ଷା ଆକର୍ଷଣୀୟ ପୁରସ୍କାର ଓ ପ୍ରମାଣପତ୍ର ବଣ୍ଟନ କରିଥିଲେ । ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସମସ୍ତ କର୍ମଚାରୀମାନେ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ସ୍ୱପ୍ନାରାଣୀ ସୁବୁଦ୍ଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ
