ଜିନ୍ଦଲ ଷ୍ଟେନଲେସ ପକ୍ଷରୁ ୩୦୦ ମେଗାୱାଟ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ରେନ୍ୟୁ ପାୱାର ସହିତ ଚୁକ୍ତିନାମା ସ୍ୱାକ୍ଷରିତ

ଗୁରୁଗ୍ରାମ, ଡିସେମ୍ବର ୫, ୨୦୨୨: ଭାରତର ଅଗ୍ରଣୀ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନଲେସ ନିଜର ଯାଜପୁର ପ୍ଲାଂଟକୁ ଶକ୍ତି ଯୋଗାଣ ପାଇଁ ଆଜି ଏକ ୟୁଟିଲିଟି ସ୍କେଲ କ୍ୟାପ୍ଟିଭ ନବୀକରଣ ଯୋଗ୍ୟ ଶକ୍ତି ପ୍ରକଳ୍ପର ବିକାଶ ପାଇଁ ଦେଶର ସର୍ବ ବୃହତ ନବୀକରଣଯୋଗ୍ୟ ଶକ୍ତି କମ୍ପାନୀ, ରେନ୍ୟୁ ପାୱାର ସହିତ ଏକ ପାୱାରକ୍ରୟ ଚୁକ୍ତିନାମା (ପିପିଏ) ସ୍ୱାକ୍ଷର କରିଛି ।୧୦୦ ମେଗାୱାଟର ଚୁକ୍ତିଭିତିକ କ୍ଷମତା ପ୍ରତିବର୍ଷ ୭୦୦ନିୟୁତ ୟୁନିଟ୍ ଶକ୍ତି ସୌର ଏବଂ ପବନ ଉତ୍ପାଦିତ ଶକ୍ତି ପ୍ରକଳ୍ପର ମିଶ୍ରଣ ମାଧ୍ୟମରେ ଉତ୍ପନ୍ନ ହେବ ।ଏହି ଅଭିନବ ବାୟୁ-ସୌର ହାଇବ୍ରିଡ୍ ସମାଧାନ, ଉଚ୍ଚ କ୍ଷମତା ବ୍ୟବହାର କାରକ, ଚୁକ୍ତିଭିତିକ କ୍ଷମତାର ୟୁନିଟ୍ ପିଛା ଯଥେଷ୍ଟ ଅଧିକ ଶକ୍ତି ଉତ୍ପାଦନ କରିବ ବୋଲି ଆଶା କରାଯାଉଛି । ଏଥି ସହିତ, ରେନ୍ୟୁ ପାୱାର, ଏହାର ରାଉଣ୍ଡ ଦ କ୍ଲକ୍ (ଆରଟିସି)ସମାଧାନକୁ ବି୨ବି ସ୍ପେସକୁ ଆଣିଛି, ଯାହା ଗତ ବର୍ଷ ଆରମ୍ଭରେ ୟୁଟିଲିଟି ପାଇଁ ଆରମ୍ଭ ହୋଇଥିଲା ।
ଜିନ୍ଦଲ ଷ୍ଟେନଲେସର ଅଧ୍ୟକ୍ଷ, ଶ୍ରୀ ରତନ ଜିନ୍ଦଲ, ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ଅଭ୍ୟୁଦୟ ଜିନ୍ଦଲ, ନିର୍ଦ୍ଦେଶକ, ଶ୍ରୀ ଜଗମୋହନ ସୁଦ; ବରିଷ୍ଠ ଉପ ସଭାପତି କ୍ରୟ, ଶ୍ରୀ ରାଜେନ୍ଦ୍ର ପାଠକ, ନିର୍ଦ୍ଦେଶକ ତଥା ସିଏଫଓ, ଶ୍ରୀ ଅନୁରାଗ ମନ୍ତ୍ରୀ; ଏଭିପି, କ୍ରୟ, ଶ୍ରୀ ରାଜେଶ ଜୈନଙ୍କ ଉପସ୍ଥିତିରେ ଏହି ପିପିଏ ସ୍ୱାକ୍ଷର କରିଥିଲେ । ରେନ୍ୟୁ ପାୱାର ତରଫରୁ ପ୍ରତିଷ୍ଠାତା, ଚେୟାରମ୍ୟାନ୍ ଏବଂ ସିଇଓ ଶ୍ରୀ ସୁମନ୍ତ ସିହ୍ନା; ମୁଖ୍ୟ ବାଣିଜ୍ୟ ଅଧିକାରୀ, ଶ୍ରୀ ମୟଙ୍କ ବଂଶଲ, ବ୍ୟବସାୟ ମୁଖ୍ୟ, ଶ୍ରୀ ରାହୁଲ କାଶ୍ୟପ ଏବଂ ଏଭିପି, ଶ୍ରୀ ଧୀରଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ଅଭ୍ୟୁଦୟ ଜିନ୍ଦଲ କହିଥିଲେ, \”ଭାରତର ଶୂନ୍ୟ କାର୍ବନ ନିର୍ଗମନର ଲକ୍ଷ୍ୟ ସହିତ ତାଳ ମିଳାଇ ଜିନ୍ଦଲ ଷ୍ଟେନଲେସ କେବଳ ନବୀକରଣଯୋଗ୍ୟ ଶକ୍ତି ଉତ୍ସ ମାଧ୍ୟମରେ ଭବିଷ୍ୟତର ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏହି ପଦକ୍ଷେପ ଆମର ସଂକଳ୍ପକୁ ଆହୁରି ଦୃଢ କରିଛି । ରେନ୍ୟୁ ପାୱାର ସହ ଆମର ପ୍ରକଳ୍ପ ମେ ୨୦୨୪ ସୁଦ୍ଧା ବାଣିଜ୍ୟିକ କାର୍ଯ୍ୟ ଆରମ୍ଭ କରିବ ଏବଂ ପ୍ରତିବର୍ଷ ୬.୫ ଲକ୍ଷ ଟନ୍ରୁ ଅଧିକ କାର୍ବନ ଅବରୋଧରେ ସାହାଯ୍ୟ କରିବ ବୋଲି ଆଶା କରୁଛୁ । ଆମର ଋଝଏ ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମେ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଆର୍ôଥକ ବର୍ଷ ୨୦୨୨ ରେ ଆମର କାର୍ବନ ନିର୍ଗମନକୁ ୧.୪ ଲକ୍ଷ ଟନ୍ ହ୍ରାସ କରିଛୁ ଏବଂ ୨୦୫୦ ସୁଦ୍ଧା ନେଟ ଜିରୋ କାର୍ବନ ନିର୍ଗମନ ହାସଲ କରିବା ପାଇଁ ଆମେ ବଦ୍ଧପରିକର ।”
ପ୍ରତିଷ୍ଠାତା, ଚେୟାରମ୍ୟାନ୍ ତଥା ସିଇଓ, ରେନ୍ୟୁ ପାୱାର, ଶ୍ରୀ ସୁମନ୍ତ ସିହ୍ନା କହିଛନ୍ତି, \”ଭାରତୀୟ ଉତ୍ପାଦନ କ୍ଷେତ୍ର ପାଇଁ ଅକ୍ଷୟ ଶକ୍ତି ଉତ୍ସ ବିକାଶରେ ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ ସହିତ ଅଂଶୀଦାର ହୋଇ ଆମେ ଆନନ୍ଦିତ ।ଆମେ ବିଶ୍ୱାସ କରୁ ଯେ ଏହି ଅନନ୍ୟ ମଡେଲ କର୍ପୋରେଟ ଜଗତ ଦ୍ୱାରା ଶକ୍ତି କ୍ରୟ କରିବାର ପଦ୍ଧତିରେ ପରିବର୍ତନ ଆଣିବ । ମୁଁ ନିଶ୍ଚିତ ଯେ ଆମର ସହଭାଗୀତା ଯୋଗେ ଉତ୍ପନ୍ନ ପରିବେଶ ଏବଂ ବାଣିଜ୍ୟିକ ଲାଭ ଅନ୍ୟ ଉତ୍ପାଦନ ସଂସ୍ଥାଗୁଡ଼ିକ ପାଇଁ ଉଦାହରଣ ସାଜିବ ଓ ସେମାନଙ୍କୁ ପାଇଁ ଅକ୍ଷୟ ଶକ୍ତି ଦିଗେ ମୁହାଁଇବାକୁ ପ୍ରେରଣା ଯୋଗାଇବ ।ଏହି ଅଭିନବ ସୋଲାର-ୱିଣ୍ଡ ହାଇବ୍ରିଡ ସିଷ୍ଟମ, ଯାହା ମେ ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଯାଉଛି, କାର୍ବନ ଅବରୋଧ କରିବାକୁ କଷ୍ଟକର ହେଉଥିବା ସେକ୍ଟର ପାଇଁ ସ୍ୱଚ୍ଛ ଶକ୍ତି ଗ୍ରହଣକୁ ତ୍ୱରାନ୍ୱିତ କରିବ ।
ଜିନ୍ଦଲ ଷ୍ଟେନଲେସ୍ ଏହାର ପରିବେଶ, ସାମାଜିକ ଏବଂ ଶାସନ (ଋଝଏ) ଲକ୍ଷ୍ୟ ହାସଲ କରିବା ଏବଂ ନିରନ୍ତର ଉତ୍ପାଦନ ମଡେଲ ପ୍ରସ୍ତୁତ କରିବା ପାଇଁ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରୁଛି । ଏହା ସହିତ, କମ୍ପାନୀ ଏହାର ସବୁଜ ଘର ଗ୍ୟାସ ନିର୍ଗମନର ପୂର୍ବାନୁମାନ କରିବାକୁ ଏବଂ ବିଜ୍ଞାନ-ଆଧାରିତ ଟାର୍ଗେଟ୍ ଇନିସିଏଟିଭ୍ ଅନୁଯାୟୀ ନିର୍ଗମନ ହ୍ରାସ ଲକ୍ଷ୍ୟ ସ୍ଥିର କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି ।
ରେନ୍ୟୁ ପାୱାର କର୍ପୋରେଟରମାନଙ୍କୁ ସେମାନଙ୍କର ଉତ୍ପାଦନ ପ୍ରକ୍ରିୟା ପାଇଁ ଆବଶ୍ୟକ ଶକ୍ତିକୁ ପାରମ୍ପରିକ ଜୀବାଶ୍ମ ଇନ୍ଧନରୁ ସ୍ୱଚ୍ଛ ଶକ୍ତିରେ ପରିବର୍ତନ କରିବାରେ ସାହାଯ୍ୟ କରି ସେମାନଙ୍କର ଡିକାର୍ବୋନାଇଯେସନ ଲକ୍ଷ୍ୟ ପୂରଣ କରିବାରେ ସହାୟତା କରୁଛି । ରେନ୍ୟୁ ପାୱାର କର୍ପୋରେଟରମାନଙ୍କ ସହିତ ୧.୭ ଏଡ ନବୀକରଣ ଯୋଗ୍ୟ ଶକ୍ତି କ୍ଷମତା ଚୁକ୍ତି କରିଛି । ଭାରତ ସରକାରଙ୍କର ୨୦୭୦ ସୁଦ୍ଧା ନେଟ ଜିରୋ ନିର୍ଗମନ ଲକ୍ଷ୍ୟ ସହ ସେମାନଙ୍କୁ ଗୋଟିଏ ସରଳରେଖାରେ ଆଣିବ ।ଏହାସହ ୨୦୩୦ ସୁଦ୍ଧା ଭାରତର ଜିଡିପି ନିର୍ଗମନ ତୀବ୍ରତାକୁ ଏହା ୪୫% ହ୍ରାସ କରିବ ।