ଅ ।ମ ଓଡିଶା ନବୀନ ଓଡିଶା ଯୋଜନାରେ ସରପଞ୍ଚ ଓ ଜନ ପ୍ରତିନିଧି ମାନଙ୍କୁ ସାମିଲ ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ


ବ୍ରହ୍ମପୁର,୮/୨ : ଅ ।ମ ଓଡ଼ିଶା ନବୀନ ଓଡ଼ିଶାକୁ ନେଇ ହାଇକୋର୍ଟଙ୍କ ବଡ ନିର୍ଦ୍ଦେଶ ସାମ୍ନାକୁ ଅ ।ସିଛି ।ସରପଞ୍ଚ ଓ ଜନପ୍ରତିନିଧିଙ୍କୁ ସାମିଲ କରାଯାଉ ବୋଲି ହାେଇାର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ।ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଅ ।ଯାଉଛି । କିନ୍ତୁ ସରପଞ୍ଚ ଓ ଜନ ପ୍ରତିନିଧି ମାନଙ୍କୁ ଏହା ଠାରୁ ଦୂରେଇ ରଖି ସରକାର ବିଡିଓ ମାନଙ୍କ ଜରିଅ ।ରେ ଏହି ଯୋଜନା କାର୍ଯ୍ୟକାରୀ କରାଉଥିଲେ । ଯାହା ଫଳରେ ସାରା ଓଡିଶାର ସରପଞ୍ଚ ମାନେ ଏକାଠି ହୋଇ ଏହାର ପ୍ରତିବାଦ କରିବା ସହିତ ରାଜରାସ୍ତାକୁ ଓଲ୍ଲେଇଥିଲେ । ଏପରିକି ଏହି ଯୋଜନାରେ ସରପଞ୍ଚ୍‌ ମାନଙ୍କୁ ସାମିଲ କରିବାକୁ ନେଇ ହାଇକୋର୍ଟରେ ସରପଞ୍ଚ ଓ ଜନପ୍ରତିନିଧି ମାନେ ଅ ।ବେଦନ କରିଥିଲେ । ଅ ।ବେଦନ ସପକ୍ଷରେ ଯାଇ ହାଇକୋର୍ଟ ଅ ।ମ ଓଡିଶା ନବୀନ ଓଡିଶା ଯୋଜନାରେ ସରପଞ୍ଚ୍‌? ଓ ଜନ ପ୍ରତିନିଧି ମାନଙ୍କୁ ସାମିଲ କରିବା ନେଇ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ରାୟ ଅ ।ଜି ପ୍ରକାଶ ପାଇଛି ।ମାନ୍ୟବାର ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ କୁ ରାଷ୍ଟ୍ରିୟ ଗ୍ରାମପ୍ରଧାନ/ସରପଞ୍ଚ ସଂଗଠନ ସ୍ୱାଗତ କରିବା ସହିତ ମାନ୍ୟବର ହାଇକୋର୍ଟଙ୍କ ରାୟ ସରପଞ୍ଚ ଓ ଜନ ପ୍ରତିନିଧି ମାନଙ୍କ ଅସଲ ବିଜୟ ବୋଲି ସଂଗଠନର ରାଜ୍ୟ ସଭାପତି ରବି ରଥ ଓ ସଂପାଦକ ଡା.ରାଜାରାମ ଷଡଙ୍ଗୀ କହିଛନ୍ତି

Leave a Reply

Your email address will not be published. Required fields are marked *