ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କର ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଆଜି ରାଜ୍ୟ ସରକାରଙ୍କର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ ବିଭାଗୀୟ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକରେ ଯୋଗ ଦେବାପାଇଁ କେନ୍ଦୁଝର ଜିଲ୍ଲା ଗସ୍ତ କରିଥିଲେ । ଜଙ୍ଗଲ ବିଭାଗ ତରଫରୁ ‘କାମ୍ପା’ ଯୋଜନାରେ ବୃକ୍ଷରୋପଣ କରାଯାଇଥିବା କେନ୍ଦୁଝର ବ୍ଲକର ନେଲଙ୍ଗ, ପାଟଣା ବ୍ଲକର ପୋଇପାଣି ଏବଂ ତେଲକୋଇ ବ୍ଲକର ଟୁଙ୍ଗୁରୁବାହାଲି ଅଂଚଳ ପରିଦର୍ଶନ କରିଥିଲେ । ପରେପରେ କେନ୍ଦୁଝର ସର୍କିଟ୍ ହାଉସ୍ରେ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ । ଏଥିରେ ପାଟନା ବିଧାୟକ ଅଖିଳ ନାୟକ ଓ ତେଲକୋଇ ବିଧାୟକ ଫକୀର ନାୟକ ଉପସ୍ଥିତ ଥିଲେ । ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବସବାସ କରୁଥିବା ସମସ୍ତ ବର୍ଗର ଶ୍ରମିକ ଏବଂ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କୁ ଇ-ଶ୍ରମକାର୍ଡ, ଶ୍ରମକାର୍ଡ ଏବଂ ସେମାନଙ୍କର ଜୀବନ ଜୀବିକା ଉପରେ ଜଙ୍ଗଲ ଓ ଶ୍ରମ ବିଭାଗ ତରଫରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାପାଇଁ ମାନ୍ୟବର ଜଙ୍ଗଲ ଓ ଶ୍ରମ ବିଭାଗର ମନ୍ତ୍ରୀ ଶ୍ରୀ ଗଣୋରାମ ସିଂହ ଖୁଣ୍ଟିଆ ଦୁଇ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ସମୀକ୍ଷା ବୈଠକରେ କେନ୍ଦୁଝର ବନଖଣ୍ଡ ଅଧିକାରୀ, ଜିଲ୍ଲାର ସମସ୍ତ ରେଞ୍ଜର, ବନପାଳ, ଏସିଏଫ୍ , ଡିଏଲ୍ସି କେନ୍ଦୁଝର, ଜିଲ୍ଲାର ସମସ୍ତ ଏଏଲ୍ଓ ଏବଂ କିଛି ବୟସ୍କ ଲୋକମାନେ ଉପସ୍ଥିତ ଥିଲେ ।