ଉଦ୍ୟାନ କୃଷି ବିଭାଗର ବଗିଚାରେ ଲାଗିଲା ନିଆଁ

କୋକସରା : କୋକସରା ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ସୋମବାର କେହି ଦୁବୃର୍ତ୍ତ ନିଆଁ ଲଗେଇ ଦେଉଥିବାରୁ ବଗିଚାରେ ନିଆଁ ବ୍ୟାପି ଯାଇଥିଲା। ସେଠାରେ କାମ କରୁଥିବା ଲୋକ କୋକସରା ଅଗ୍ନିଶମ କର୍ମଚାରୀ ମାନଙ୍କୁ ଖବର ଦେବାପରେ ନିଆଁ ଆୟତ୍ତ ହୋଇଛି। ନିଆଁ ଲାଗିବା ଯୋଗୁଁ ଡାଳିମ୍ବ, ବରକୋଳି, ଜାମୁ କୋଲି ଆଦି ପ୍ରାୟ ୨ ଶହ ଗଛ ନଷ୍ଟ ହୋଇଥିବା ଜଣାପଡ଼ିଛି। ନିଆଁ ଲିଭା କାର୍ଯ୍ୟରେ କୋକସରା ଅଗ୍ନିଶମ ବିଭାଗର ଓଆସି ପ୍ରଶାନ୍ତ ବାଗ, କର୍ମଚାରୀ ଗିରିଧାରୀ ଦଦଣ୍ଡେସନ, ଫାୟାର ମେନ ମନୋଜ ବିଶ୍ୱାଳ, ବାସୁଦେବ ଭୋଇ, ସତ୍ୟମ ମାଝୀ, ରାଧେଶ୍ୟମ ପ୍ରଧାନୀ ପ୍ରମୁଖ ସାମିଲ ହୋଇଥିବାବେଳେ ସ୍ଥାନୀୟ ନିଲୁ ଛତ୍ରିୟା, ତୁଳସିରାମ ପୋଡ଼, ଡମରୁ ଧର ନିଆଲ ଓ ବଗିଚାରେ କାମ କରୁଥିବା ମହିଳା ମାନେ ନିଆଁ ଲିଭାଇ କାର୍ଯ୍ୟରେ ସହଯୋଗ କରିଥିଲେ।