ଖଣି ଖାଦାନ ଇଲାକା , ସୁନାର ସୁକିନ୍ଦାରେ ପୁ’ଣି ନଗଡ଼ା ଭଳି ଅପପୃଷ୍ଟିର ଅଭିଶପ୍ତ ଜୀବନ

ଭୋକର ଆତୁର ଚିତ୍କାର ହିଁ ଦର୍ଶାଇ ଦିଏ ଦେଶର ପ୍ରଗତି

ଶିଶୁର ସମାଧି ଉପରେ ବିକଶିତ ଦେଶର ସ୍ବପ୍ନ ଦେଖନ୍ତି ନେତା ମନ୍ତ୍ରୀମାନେ l ତଥାପି ଜୀବନ ହାରି ଯାଏନି , କଙ୍କାଳ ନେଇ ବଞ୍ଚିରହେ ପରିବର୍ତ୍ତନ ର ପ୍ରତୀକ୍ଷା ରେ l ଓଡ଼ିଶା ର କିଛି ସମାଜସେବୀ ଏକାଠି ହୋଇ ଗଠନ କରିଥିଲେ ମିଶନ ନଗଡ଼ା l ଉଦ୍ୟେଶ ଥିଲା ନଗଡ଼ାର ଉଦ୍ଧାର l
ଅନେକ ଥର ସେମାନେ ଖାଦ୍ୟ, ବସ୍ତ୍ର, ଦୈନନ୍ଦିନ ଜୀବନରେ ବ୍ୟବହାର ସାମଗ୍ରୀ ବଣ୍ଟନ କରିବା ସହିତ ଅନେକ ଥର ସ୍ୱାସ୍ଥ୍ୟ ଶିବିର ମଧ୍ୟ କରିଛନ୍ତି l କିଛି ବାଧାବିଘ୍ନ ଉପୁଜିବାରୁ ଗଠନ କରିଥିଲେ ମିଶନ୍ ଜ୍ୟୋତି ଟ୍ରଷ୍ଟ ଏହି ଟ୍ରଷ୍ଟ ଟି ନଗଡ଼ା ପରି ଅନେକ ଦଳିତ, ଅବହେଳିତ, ଅସହାୟଙ୍କ ପାଇଁ ସମର୍ପିତ l
ଗତ 30/06/2024 ତାରିଖ ରେ ମିଶନ ଜ୍ୟୋତି ଟ୍ରଷ୍ଟ ସପ୍ତମ ଥର ପାଇଁ କାର୍ଯ୍ୟ ଆରମ୍ଭ କରିଥିଲା ନଗଡ଼ା ର ତଳଡ଼ିହ ଗ୍ରାମରେ l ସାଥୀରେ ଥିଲେ ସରକାରୀ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ, ସମାଜସେବୀ ସତୀଶ ବିଶ୍ୱାଳ ଏବଂ ଆହୁରି 18 ଜଣ ସମାଜସେବୀ ଭାଇ ଭଉଣୀ l
ଚାଉଳ, ଚୁଡା, ଗୁଡ଼, ଛତୁଆ, ଲଡ଼ୁ, ବିସ୍କୁଟ, ଲୁଣ, ଦିଆସିଲି, ମଶାଧୂପ, ଶାଢ଼ୀ ଏବଂ ଡ୍ରେସ ମଧ୍ୟ ବଣ୍ଟନ କରିଥିଲେ l

  ବେଳେବେଳେ ଏମିତି ବି ହୁଏ, ଗୋଟେ ମୁହୂର୍ତ୍ତ ର ଖୁସି ବି ତମାମ ଜୀବନଠୁଁ ଅଧିକ ଅମୁଲ୍ୟ ହୋଇଥାଏ l ସେଇ ଭରଷା ରେ 4/5 କିଲୋମିଟର ବଣ ପାହାଡ଼ ଜଙ୍ଗଲ ଭରା ଦୁର୍ଗମ ରାସ୍ତାକୁ ଖାତିର ନ କରି ବର୍ଷା ରେ ଭିଜି ଭିଜି ଖାଦ୍ୟ ସାମଗ୍ରୀ ମୁଣ୍ଡରେ ମୁଣ୍ଡେଇ ନଗଡ଼ା ର ତଳଡ଼ିହବାସୀଙ୍କ ପାଖରେ ପହଞ୍ଚି ଥିଲେ ମିଶନ ଜ୍ୟୋତି ଟ୍ରଷ୍ଟ ର ସମାଜସେବୀ ମାନେ l

Leave a Reply

Your email address will not be published. Required fields are marked *