94 ବର୍ଷୀୟ ଜଣେ ଵୃଦ୍ଧାଙ୍କ ଭାଙ୍ଗି ଯାଇଥିବା ହାଡ଼କୁ ଯୋଡ଼ି ଚର୍ଚ୍ଚାରେ ନବକିଶୋର

ଭାପୁର : ନୟାଗଡ ଜିଲ୍ଲା ଭାପୁର ବ୍ଲକ ମନ୍ଦାରବେରେଣି ଗ୍ରାମର ନବ କିଶୋର ବେହେରା ଙ୍କ ହାଡଭଙ୍ଗା ଚିକତ୍ସା ଏବେ ବେଶ ଚର୍ଚାରେ l ଆଜି ଜଣେ 95 ବର୍ଷୀୟ ବୃଦ୍ଧ ଙ୍କ ଭାଙ୍ଗିଯାଇଥିବା ହାତ ର ହାଡ଼ କୁ ନିଜର ଜ୍ଞାନ କୌଶଳ, ନିଜ ହାତ ତିଆରି ଯଦିବୁଟି ଔଷଧ ର ମଲମ ଲଗାଇ ୨ଖଣ୍ଡ ବାଉଁଶ ବତା ସାହାଯ୍ୟ ରେ ସଠିକ ରୂପେ ଖଞ୍ଜି ଯୋଡି ବାରେ ସଫଳ ହୋଇପାରିଛନ୍ତି ଯାହାକି ବେଶ ଚର୍ଚ୍ଚା ର ବିଷୟ ପାଲଟିଛି l ନୟାଗଡ ଜିଲ୍ଲା ଭାପୁର ବ୍ଲକ ର ନବକିଶୋର ବଇଦ ସାରl ଓଡିଶା ଓ ଓଡିଶା ବାହାରେ ବି ଜଣେ ସଫଳ ହଡଭଙ୍ଗା ଚିକିତ୍ସକ ଭାବେ ବେଶ ପରିଚିତ l ପ୍ରତ୍ୟକ ଦିନ ତାଙ୍କ ପାଖକୁ ଅନେକ ଲୋକ ବିଭିନ୍ନ କାରଣରୁ ନିଜର ଭାଙ୍ଗିଯାଇଥିବା ହାଡ଼ କୁ ଯୋଡିବାକୁ ଆସିଥାନ୍ତି l ବର୍ତମାନ ମାନର ଯୁଗରେ ଚିକତ୍ସା ଵା ମେଡିକାଲ କ୍ଷେତ୍ରରେ ବହୁ ଉନତି ହୋଇଥିଲେ ମଧ୍ୟ ନବକିଶୋର ବହୁପୁରାତନ କାଳରୁ ପାଇଥିବା ଏକ ପୁସ୍ତକ ଯେଉଁଥିରେ ହାଡ଼ ଭଙ୍ଗା ଚିକତ୍ସା ର ସମସ୍ତ ବିଦ୍ୟା ବିଷୟରେ ପାରିଲିକ୍ଷିତ ହୋଇଛି ତାହାକୁ ନେଇ ସେ ଆଜି ବି ଭାଙ୍ଗି ଯାଇଥିବା ହାଡ଼ କୁ ଯୋଡିବାରେ ସକ୍ଷମ ହୋଇପାରିଛନ୍ତି l ନିଜର ହାତ ତିଆରି ଜଙ୍ଗଲ ର ଚେରମୁଳିରୁ ପ୍ରସ୍ତୁତ ମଲମ ଓ ଔଷଧ ଓ ଦୁଇ ଖଣ୍ଡ ବାଉଁଶ ପାତିଆ ଏତିକିରେ ସେ ଶରୀରରେ ଭାଙ୍ଗି ଯାଇଥିବା ହାଡ଼କୁ ଯୋଡିବାରେ ସକ୍ଷମ ହୁଅନ୍ତି l ପିଲାଟିଦିନୁ ଘରୁ କୌଣସି କରାନବେଶତଃ ରୁଷି ସେ ବୌଦ୍ଧ ଫୁଲବାଣୀ ର ଘଞ୍ଚ ଜଙ୍ଗଲ ରେ ଆଦିବାସୀ ଙ୍କ ସହ ସମୟ ବିତାୟୀ ଥିଲେ ସେଇଠାରୁ ସେ ଜଣେ କନ୍ଧ ବୁଢା ଠାରୁ ଏ ବିଦ୍ୟା ଓ ପୁସ୍ତକ ଲାଭ କରିଥିଲେ ବୋଲି କହିଛନ୍ତି l ଏମିତି ବି ହୋଇଛି ଲୋକ ଛୋଟେଇ ଛୋଟେଇ ଆସିଥାନ୍ତି ମାତ୍ର ନବକିଶୋର ଙ୍କ ବିଦ୍ୟାରେ ସେ ଏମିତି ହାତ କୁ ପକାନ୍ତି ଲୋକ ସିଧା ଚାଲି ଘରକୁ ଯାନ୍ତି l ବହୁ ଗଭୀର ଭାବେ ଭାଙ୍ଗି ଥିବ ହାଡ଼ କୁ ମଧ୍ୟ ଯୋଡିବାଇ ସକ୍ଷମ ହୁଅନ୍ତି ନବକିଶୋର l କେଇ କେଇ କହନ୍ତି ଜଣେ ଦେବୀ ମା ଙ୍କ ଆଶୀର୍ବାଦ ନବକିଶୋର ଙ୍କ ଉପରେ ରହିଛି ଯାହାକି ତାଙ୍କ ର ବିଦ୍ୟାକୁ ସକ୍ଷମ କରିଛି l ତାଙ୍କ ହାତ ସ୍ପର୍ଶ ହିଁ ଲୋକଙ୍କୁ ଭଲ କରିଦିଏ ଵୋଲି ଲୋକ କହନ୍ତି l ନୟାଗଡ ଜିଲ୍ଲା ଖଣ୍ଡପଡ଼l ଶ୍ରୀ ପଠାଣି ସାମନ୍ତ ଗୋଟିଏ ବାଉଁଶ ନଳି ଓ ଦୁଇ ଖଣ୍ଡ କାଠି ସାହାଯ୍ୟ ରେ ଗ୍ରହ ନକ୍ଷତ୍ର ଙ୍କ ଗଣନା କରିବା ସହ ଗତି ଵିଧି ଲକ୍ଷ୍ୟ କରିପାରୁଥିଲେ ଯାହାକି ଏବେବି ବିଜ୍ଞାନ ତାଙ୍କୁ ଅନୁସରଣ କରୁଛି l ଏଭଳି ବିଜ୍ଞାନ ଯୁଗରେ ଚିକତ୍ସା କ୍ଷେତ୍ରରେ ବହୁ ଉନତି ହୋଇ ଥିଲେ ବି ନବକିଶୋର ଦୁଇ ଖଣ୍ଡ ବାଉଁଶ ବତା ସାହାଯ୍ୟ ରେ ଲୋକଙ୍କ ହାଡ଼ କୁ ଯୋଡି ଠିକ କରିବା ରେ ସକ୍ଷମ ହୋଇପାରିବl ନିଶ୍ଚିତ ପକ୍ଷେ ଏକ ଆଶ୍ଚର୍ଯ୍ୟ ର କଥା l

Leave a Reply

Your email address will not be published. Required fields are marked *