ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶାରେ ୨୮,୯୭୮ କୋଟି ଟଙ୍କା ମୂଲ୍ୟର ବିଦ୍ୟୁତ୍ ପ୍ରକଳ୍ପର ଶୁଭାରମ୍ଭ କରିବେ


ଭୁବନେଶ୍ୱର, ଫେବୃଆରୀ ୧, ୨୦୨୪: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନଟିପିସି ଦରଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ (୨ଙ୍ଘ୮୦୦ ମେଗାୱାଟ), ଏନଏସପିସିଏଲ ରାଉରକେଲା ପିପି-୨ ବିସ୍ତାର ପ୍ରକଳ୍ପ (୧ ଙ୍ଘ ୨୫୦ ମେଗାୱାଟ) କୁ ଉତ୍ସର୍ଗ କରିବା ସହିତ ଏନଟିପିସି ତାଳଚେର ଥର୍ମାଲ ପାୱାର ପ୍ରୋଜେକ୍ଟ, ଷ୍ଟେଜ୍ -୩ (୨ ଙ୍ଘ ୬୬୦ ମେଗାୱାଟ)ର ଆସନ୍ତା ୩ ଫେବୃଆରୀ ୨୦୨୪ ରେ ଭିତିପ୍ରସ୍ତର ସ୍ଥାପନ କରିବେ । ଯେଊଁଥିରେକି ମୋଟ ୨୮,୯୭୮ କୋଟି ଟଙ୍କା ବିନିଯୋଗ ହୋଇଛି ।


ଆଜି ଭୁବନେଶ୍ୱରରେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ସମ୍ବୋଧିତ କରି ଶ୍ରୀ ସୁଦିପ ନାଗ ଆଂଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପୂର୍ବାଂଚଳ ୧ ଏବଂ ୨) ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯିବ ବୋଲି କହିଥିଲେ ।
ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାରେ ଅବସ୍ଥିତ ଦର୍ଲିପାଲି ଏସଟିପିପି ହେଉଛି ସୁପର କ୍ରିଟିକାଲ୍ (ଅତ୍ୟଧିକ ଦକ୍ଷ) ପ୍ରଯୁକ୍ତିବିଦ୍ୟା ସହିତ ଏକ ପିଟ୍‌-ହେଡ୍ ପାୱାର୍ ଷ୍ଟେସନ୍ ଏବଂ ଓଡିଶା, ବିହାର, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଗୁଜୁରାଟ ଏବଂ ସିକ୍କିମ୍ ଭଳି ଏହାର ହିତାଧିକାରୀ ରାଜ୍ୟକୁ ସ୍ୱଳ୍ପ ମୂଲ୍ୟର ଶକ୍ତି ଯୋଗାଉଛି । ।


ଇସ୍ପାତ କାରଖାନା ପାଇଁ ନିର୍ଭରଯୋଗ୍ୟ ଶକ୍ତି ଯୋଗାଇବା ପାଇଁ ରାଉରକେଲା ଷ୍ଟିଲ୍ ପ୍ଲାଂଟ ରେ ଏନଟିପିସି -ସେଲ ପାୱାର୍ କମ୍ପାନୀ ଲିମିଟେଡ୍ ର ୨୫୦ ମେଗାୱାଟ ପ୍ରକଳ୍ପ ସ୍ଥାପିତ ହୋଇଛି ଯାହା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ।
ଆହୁରି ମଧ୍ୟ, ଏନଟିପିସି ଓଡିଶାର ଅନୁଗୁଳ ଜିଲ୍ଲାର ପୁରୁଣା ଟିଟିପିଏସ୍ ପ୍ଲାଂଟ ପରିସର ମଧ୍ୟରେ ତାଲଚର ଥର୍ମାଲ୍ ପାୱାର୍ ପ୍ରୋଜେକ୍ଟ, ଷ୍ଟେଜ୍ -୩ ବିକାଶ କରୁଛି, ଯାହାକି ୧୯୯୫ ମସିହାରେ ଓଡିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡରୁ ଏନଟିପିସି ଦ୍ୱାରା ନିଆଯାଇଥିଲା ।


ଆଗାମୀ ପ୍ଲାଂଟରେ ଅତ୍ୟଧିକ ଦକ୍ଷ ସୁପର କ୍ରିଟିକାଲ୍ ଟେକ୍ନୋଲୋଜି ଆଧାରିତ ୟୁନିଟ୍ ହେବ ଯାହାକି ପୁରୁଣା ଟିଟିପିଏସ ପ୍ଲାଂଟର ପ୍ରାୟ ତିନି ଗୁଣ କ୍ଷମତା ସମ୍ପଣ୍ଣ ହେବ । ଏହି ପ୍ରକଳ୍ପର ୫୦% କ୍ଷମତା ଓଡ଼ିଶା ରାଜ୍ୟ ପାଇଁ ଉତ୍ସର୍ଗୀକୃତ ହୋଇଥିବାବେଳେ ତାମିଲନାଡୁ, ଗୁଜୁରାଟ ଏବଂ ଆସାମ ଭଳି ଅନ୍ୟ ହିତାଧିକାରୀ ରାଜ୍ୟ ମଧ୍ୟ ଏହି ପିଟ୍ ହେଡ୍ ଷ୍ଟେସନରୁ ସ୍ୱଳ୍ପ ମୂଲ୍ୟର ଶକ୍ତି ପାଇବେ ।


ଏହି ପ୍ରକଳ୍ପଟି ସମସ୍ତ ଆଧୁନିକ ପରିବେଶ ବୈଶିଷ୍ଟ୍ୟ ସହିତ ଦକ୍ଷ ଇଲେଟ୍ରୋଷ୍ଟାଟିକ୍ ପ୍ରିସିପିଟେଟ,ର୍ ଫ୍ଲୁ ଗ୍ୟାସ୍ ଡିସଲଫରାଇଜେସନ୍‌, ବାୟୋ-ମାସ୍ କୋଫାଇରିଙ୍ଗ୍‌, କୋଇଲା ପାଇଁ ଆବୃତ ଷ୍ଟୋରେଜ୍ ସ୍ପେସ୍ ସହିତ ନିର୍ମାଣ କରାଯାଉଛି ଏବଂ ଏହିପରି କମ୍ ନିର୍ଦ୍ଦିଷ୍ଟ ପରିମାଣର କୋଇଲା ବ୍ୟବହାର ଏବଂ ସିଓ୨ ନିର୍ଗମନରେ ସାହାଯ୍ୟ କରିବ ।
ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦୀୱାକର କୌଶିକ, ସିଇଓ, ଏନଏସପିସିଏଲ, ଶ୍ରୀ ଗୌତମ ଦେବ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତାଲଚର ଥର୍ମାଲ, ଶ୍ରୀ ହରିଜିତ ସିଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, କର୍ପୋରେଟ ଯୋଗାଯୋଗ, ନୂଆଦିଲ୍ଲୀ ଶ୍ରୀ ଅଶୋକ କୁମାର ସେହଗଲ, ବ୍ୟବସାୟ ୟୁନିଟ୍ ମୁଖ୍ୟ, ତାଲଚର କାଣିହାଁ, ଶ୍ରୀ ହର୍ଷ ନାଥ ଚକ୍ରବର୍ତୀ, ବିଜନେସ୍ ୟୁନିଟ୍ ହେଡ୍‌, ଦର୍ଲିପାଲି, ଶ୍ରୀ ରଜନୀଶ ରାଷ୍ଟୋଗି, ସିଜିଏମ୍ (ଏଚଆର), ଇଆର-୨ ଏଚକ୍ୟୁ, ଶ୍ରୀ ତ୍ରିଦିବ ଦେବ, ଜିଏମ୍ (ଓଏସ୍‌), ଏନଏସପିସିଏଲ ଏବଂ ଶ୍ରୀ ବୀରେନ୍ଦ୍ର ସିଂ, ଆଂଚଳିକ ଅଧିକାରୀ, ଏନଏଚଏଆଇ ।

Leave a Reply

Your email address will not be published. Required fields are marked *