ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକଙ୍କ ଦାୟିତ୍ଵ ଗ୍ରହଣ
ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳର ନୂତନ ମହାପ୍ରବନ୍ଧକ ରୂପେ ଶ୍ରୀ ଦିନେଶ ପୃଥି ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ପୃଥି 1991 ମସିହାରେ ଷ୍ଟେଟ ବ୍ୟାଙ୍କରେ ପ୍ରୋବେସନାରୀ ଅଫିସର ଭାବେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ ମୁମ୍ବାଇ ସ୍ଥିତ ଷ୍ଟେଟ ବ୍ଯାଙ୍କ କର୍ପୋରେଟ କାର୍ଯ୍ଯାଳୟରେ ମୁଖ୍ୟ ମହାପ୍ରବନ୍ଧକ (ସ୍ଵତନ୍ତ୍ର ପ୍ରକଳ୍ପ ) ବିଭାଗରେ କାର୍ଯ୍ୟରତ ଥିଲେ । ତାଙ୍କ ନିଯୁକ୍ତି ଶ୍ରୀ ଚନ୍ଦର ଶେଖର ଶର୍ମାଙ୍କ ସ୍ଥାନରେ ହୋଇଛି । ଶ୍ରୀ ଶର୍ମା ଷ୍ଟେଟ ବ୍ଯାଙ୍କ ଭୋପାଳ ମଣ୍ଡଳର ମହାପ୍ରବନ୍ଧକ ଭାବରେ ସ୍ଥାନାନ୍ତରିତ ହୋଇଛନ୍ତି ।