କପ୍‌୨୮ରେ ବେଦାନ୍ତ ଆଲୁମିନିୟମ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ସାମୁହିକ ପ୍ରୟାସକୁ ଉତ୍ସାହିତ କରିଛି

କମ୍ପାନି ମଧ୍ୟ ୪ର୍ଥ ବାର୍ଷିକ ସ୍ଥାୟୀ ବିକାଶ ରିପୋର୍ଟର ଶୁଭାରମ୍ଭ କରିଛି ଯାହାର ଶୀର୍ଷକ ରହିଛି ସ୍ୱଛତା, ଦାୟିତ୍ୱ ଓ ପ୍ରଗତି

ଭୁବନେଶ୍ୱର, ୧୧ ଡିସେମ୍ବର ୨୩: ଭାରତର ସର୍ବବୃହତ ଆଲୁମିନିୟମ କଂପାନି ବେଦାନ୍ତ ଲିମିଟେଡ ସ୍ଥାୟୀ ଭବିଷ୍ୟତ ସୁନିଶ୍‌ୁିତ କରିବା ଲାଗି ଉତରଦାୟୀ ଉତ୍ପାଦିତ ଉଚ୍ଚମାନର ଆଲୁମିିନିୟମ ପ୍ରସ୍ତୁତି କରିବାକୁ ପ୍ରତିଶ୍ରୁତିବଦ୍ଧ । ଦୁବାଇରେ କପ୍ ୨୮ରେ କମ୍ପାନିର ପ୍ରଥମ ଅଂଶଗ୍ରହଣ ସମୟରେ ସିଇଓ ଶ୍ରୀ ଜନ ସ୍ଲାଭେନ ସ୍ଥାୟୀ ପ୍ରୟୋଗ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଶିଳ୍ପ, ପରିବହନ ଓ ଶକ୍ତି କ୍ଷେତ୍ରରେ ବ୍ୟବସାୟିକ ନେତା, ନିଷ୍ପତି ଗ୍ରହଣକାରୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ ।

ଆଲୁମିନିୟମ ଆଜି ବିଶ୍ୱର ଦ୍ୱିତୀୟ ସର୍ବାଧିକ ବ୍ୟବହାର େହେଉଥିବା ଧାତୁ ଓ ଏହାର ବିପୁଳ ଉତ୍ପାଦନ ଗୁରୁତ୍ୱ ରହିଛି । ଏରୋସ୍ପେଶ, ପରିବହନ, ନିର୍ମାଣ, ବୈଦ୍ୟୁତିକ ପରି କ୍ଷେତ୍ର ଗୁଡ଼ିକରେ ଏହାର ବହୁମାତ୍ରାରେ ପ୍ରୟୋଗ ଦୃଷ୍ଟିରୁ ଅକ୍ଷୟ ଶକ୍ତି, ବୈଦ୍ୟୁତିକ ଗତିଶୀଳତା, ହାଇଟେକ ଉତ୍ପାଦନ ଓ ସବୁଜ ଭିତିଭୂମିର ଆବଶ୍ୟକତା ରହିଛି । ବର୍ତମାନ ପ୍ରୟୋଗ ହେଉଥିବା ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରି ଆଲୁମିନିୟମ ଉତ୍ପାଦନ କରାଯାଉଥିବାରୁ ଏହାର ବ୍ୟବହାର ଆଗାମୀ ୨୦୩୦ ସୁଦ୍ଧା ଦ୍ୱିଗୁଣିତ ହେବ ଓ ଭବିଷ୍ୟତ ପାଇଁ ଏହା ଧାତୁ ରୂପେ ପରିଚିତ ହେବ ।

କପ୍‌୨୮ରେ ଜଳବାୟୁ କାର୍ଯ୍ୟ ଉପରେ ବିଶ୍ୱସ୍ତରୀୟ ବକ୍ତବ୍ୟ ପୃଷ୍ଠଭୂମି ବିପକ୍ଷରେ ବେଦାନ୍ତ ଆଲୁମିନିୟମ ମଧ୍ୟ ଏହାର ସର୍ବଶେଷ ସ୍ଥାୟୀ ବିକାଶ ରିପୋର୍ଟ ଆରମ୍ଭ କରିଛି । ଜଳବାୟୁ ପରିବର୍ତନକୁ ମୁକାବିଲା କରିବା, କାର୍ଯ୍ୟକଳାପକୁ ଡିକାର୍ବନାଇଜେଶନ କରିବା ଓ ସମାଜିକ ଅର୍ଥନୈତିକ ବିକାଶକୁ ବଢାଇବା ଲାଗି କମ୍ପାନି ପ୍ରୟାସ କରୁଛି । ଏହାର ଝାରସୁଗୁଡ଼ାର ଆଲୁମିନିୟମ ସ୍ମେଲଟର ବିଶ୍ୱର ବୃହତ, ସେହିପରି ଲାଂଜିଗଡ଼ର ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀ ଓ ଛତିଶଗଡ଼ର କୋରବାରେ ଥିବା ଭାରତର ଆଇକନ ଆଲୁମିନିୟମ ଉତ୍ପାଦନ ଜରୀଆରେ କମ୍ପାନି ନିଜର ବିକାଶଧାରା ଜାରୀ ରଖିଛି ।
କମ୍ପାନିର ୱେବସାଇଟରେ ଏହାର ରିପୋର୍ଟ ଉପଲବ୍ଧ ହୋଇପାରିବ ।

ଜଳବାୟୁ-ସ୍ଥିର ଭବିଷ୍ୟତ ଗଠନ ଲାଗି କମ୍ପାନିର ପ୍ରୟାସ ଉପରେ ମତ ଦେଇ ବେଦାନ୍ତ ଆଲୁମିନିୟମର ସିଇଓ ଜନ ସ୍ଲାଭେନ କହିଛନ୍ତିଯେ ଆମେ ନିର୍ଗମନକୁ ହ୍ରାସ କରିବା ପାଇଁ ପ୍ରୟାସ କରୁଛୁ, ଆଗାମୀ ୨୦୫୦ ସୁଦ୍ଧା ନେଟ ଜିରୋ ହାସଲ କରିବାକୁ ଲକ୍ଷ୍ୟ ରଖିଛୁ । ଅତ୍ୟାଧୁନିକ କାର୍ବନ ସିକ୍ୟୁଷ୍ଟ୍ରେସନ ପ୍ରଯୁକ୍ତି, ନବକରଣଯୋଗ୍ୟ ସାମଗ୍ରୀର ବ୍ୟବହାର କରି ଆସୁଛୁ । ସ୍ଥାୟୀ ଭବିଷ୍ୟତ ପାଇଁ ପଥ ପରିଷ୍କାର କରିବା ଆମର ଲକ୍ଷ୍ୟ ।

ଶ୍ରୀ ସ୍ଲାଭେନ ଆହୁରି ମଧ୍ୟ କହିଛନ୍ତିଯେ ଆମର ଏହି ଅବଧି ଲାଗି ସ୍ଥାୟୀ ବିକାଶ ରିପୋର୍ଟ ମଧ୍ୟରେ କଂପାନି ଏହାର ବିଭିନ୍ନ ହୀତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିଗ ଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେଇ ଆର୍ଥିକ ବର୍ଷ ୨୩ରୁ ଅନେକ ସ୍ଥିର ସଫଳତା ଉପରେ ଧ୍ୟାନ ଦେଇଥାଏ ।

ରିପୋର୍ଟର ମୁଖ୍ୟ ବିଶେଷତ୍ୱଗୁଡ଼ିକ ହେଉଛି-

• ୨୦୫୦ ସୁଦ୍ଧା ବା ତାପୂର୍ବରୁ ନେଟ ଜିରୋ ହାସଲ କରିବା ଏସଏଚଜି ନିର୍ଗମନକୁ -୮% ହ୍ରାସ କରିବା ସହିତ-୧୬%କୁ ବଢାଇବା ।
• ୧.୩୭ ବିଲିୟନ ୟୁନିଟ ଅକ୍ଷୟ ଶକ୍ତି ବ୍ୟବହାର କରିବା ।
• ମଧୁର ଜଳ ଉତ୍ସରୁ ଜଳ ପ୍ରତ୍ୟାହାର ୧୧% ହ୍ରାସ କରିବା ।
• ୧.୫ ମିଲିୟନ କ୍ୟୁବିକ ମିଟର ମଧୁର ଜଳ ସଂଚୟ କରିବା ।
• ଆର୍ଥିକ ବର୍ଷ ୨୩ରେ ୨୦୦ ବର୍ଜ୍ୟବସ୍ତୁର ଉପଯୁକ୍ତ ନିଷ୍କାସନ ସହ ବୃତାକାର ଅର୍ଥନୀତିକୁ
ବୃଦ୍ଧି କରିବା ।
• ୪୦ରୁ ଅଧିକ ଗ୍ରାମ୍ୟ ଜଳଯୋଗାଣ ପାଇଁ ପୁରୁଦ୍ଧାର ପ୍ରକଳ୍ପକୁ ସହଯୋଗ କରିବା ।
• ଭାରତର ବୃହତ ବୈଦ୍ୟୁତିକ ଫର୍କଲିଫ୍‌ଟ ବ୍ୟବସ୍ଥିତ କରି ଲଜିଷ୍ଟିକରୁ ଉତ୍ପନ୍ନ କାର୍ବନ ଫୁଟପ୍ରିଂଟକୁ କମାଇବା ।
• ନିର୍ଦ୍ଧାରିତ ସାମାଜିକ ହସ୍ତକ୍ଷେପ ମାଧ୍ୟମରେ ୬.୩ ଲକ୍ଷରୁ ଅଧିକ ମହିଳା ଏବଂ ଶିଶୁଙ୍କୁ ସକରାତ୍ମକ ଭାବରେ ଉପକୃତ ହେଇଛନ୍ତି ।
• ଆର୍ôଥକ ବର୍ଷ୨୩ ରେ ସମ୍ପ୍ରଦାୟର ବିନିଯୋଗ ୪୫% ରୁ ଅଧିକ ବୃଦ୍ଧି । ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ସମ୍ପ୍ରଦାୟ ଇନଫ୍ରା, କଳା ଏବଂ ସଂସ୍କୃତି, ଏବଂ ତୃଣମୂଳ କ୍ରୀଡ଼ାରେ ବ୍ୟାପକ ପଦକ୍ଷେପ ଗ୍ରହଣ କରଯାଇଛି ।
• ଟ୍ରାନସଜେଣ୍ଡରଙ୍କୁ କାର୍ଯ୍ୟରେ ସାମିଲ କରି ନିଯୁକ୍ତିର ବିବିଧତା ସୃଷ୍ଟି କରିବା ।

ବେଦାନ୍ତ ଆଲୁମିନିୟମ ୧୩୩୫ ମେଗାୱାଟ ଅକ୍ଷୟଶକ୍ତି ଉତ୍ସ କରିବାକୁ ଏହା ଦୀର୍ଘକାଳୀନ ବଂଟନ ଚୁକ୍ତିରେ ପ୍ରବେଶ କରିଛି । କଂପାନି ମଧ୍ୟ ପ୍ରଥମ ଭାରତୀୟ କଂପାନି ଭାବରେ ସ୍ୱଳ୍ପ କାର୍ବନ ବିଶିଷ୍ଟ ଆଲୁମିନିୟମ ରେଷ୍ଟୋରା ଶୁଭାରମ୍ଭ କରି ବିଶ୍ୱ ସ୍ତରରେ ଆଦର ଲାଭ କରିଛି । ଏହା ପରିବେଶ ଉପେଯୋଗୀ ସ୍ଥାୟୀ ସମାଧାନ ମଧ୍ୟରୁ ଅନ୍ୟତମ ପଦକ୍ଷେପ ଅଟେ ।

Leave a Reply

Your email address will not be published. Required fields are marked *