ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଅସହାୟ ଗରିବଙ୍କୁ କମ୍ବଳ ବଣ୍ଟନ

ଖୋର୍ଦ୍ଧା : ୩୦/୦୧ : ସଂପ୍ରତି କରୋନା ମହମାରୀର ପ୍ରକୋପ ବହୁ ଲୋକଙ୍କୁ ଅଭାବ ଅନାଟନ ଆଡ଼କୁ ଟାଣି ନେଇଥିବା ବେଳେ ଏ ପର୍ଯ୍ୟନ୍ତ ତା କବଳରୁ ମୁକୁଳିବା ମଧ୍ୟ ବହୁ କଷ୍ଟକର ହୋଇପଡ଼ିଛି । ଆସବାବପତ୍ର ଦୂରର କଥା ଏପରି କି କିଛି ଲୋକ ଠିକରେ ଦୁଇବକ୍ତର ଖାଦ୍ୟ ଯୋଗାଡ଼ କରିବାରେ ଅସମର୍ଥ ହେଉଛନ୍ତି ।

ଏହି କରୋନା ମହାମାରୀ ଠାରୁ ଆରମ୍ଭ କରି ଅଦ୍ୟାବିଧି ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ଆଗକୁ ଆସି ଏହି ପରି ଅସହାୟ ମାନଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ  କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରୁଥିବାର ଘଟଣା ଦେଖିବାକୁ ମିଳୁଛି ।

ଏହିପରି ଖୋର୍ଦ୍ଧା ଅଞ୍ଚଳରେ ଗଢ଼ି ଉଠିଥିବା ଏକ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ *ସୋସାଇଟି ଫର ବ୍ରାଇଟ ଫିଉଚର* ତରଫରୁ ଶୀତଦିନ କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ସହର ନିକଟବର୍ତ୍ତୀ ଅଣ୍ଡା ଗ୍ରାମ ଠାରେ ଆଜି ବିଭିନ୍ନ ଅସହାୟ ମାନଙ୍କୁ କମ୍ବଳ ମାନ ବଣ୍ଟନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନୟାଳୟ ର ରେଜିଷ୍ଟାର  ଶ୍ରୀ ଲଳିତ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର ଏହି ମହାନ କାର୍ଯ୍ୟକୁ ଭୁରିୟସୀ ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ରାଜ୍ୟ ସଂଯୋଜକ ସଫଦର ହାସିମ ଅବଦୁଲ୍ଲା, ବରିଷ୍ଠ ସାମ୍ବାଦିକ ସୟଦ ଲିୟାକତ ଅଲ୍ଲୀ, ସ୍ବେଛାସେବୀ  କୁମାରୀ ଲିନା ନନ୍ଦିତା ପରିଡା  ଙ୍କ ସମେତ ଅନୁଷ୍ଠାନର ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପ୍ରାୟ ଏକଶହ ରୁ ଉର୍ଦ୍ଧ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ ।

କରୋନା ମହାମାରୀକୁ ନେଇ ସାରାଦେଶରେ ଲକଡାଉନ ପ୍ରକ୍ରିୟା ଆରମ୍ଭ ହେବା ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ  ଅସହାୟ ମାନଙ୍କ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *