2(ଓ) ବାଳିକା ଏନ ସି ସି ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ରାୟଗଡା ଗସ୍ତରେ ଆସିଥିଲେ

ରାୟଗଡ଼ା: (ପ୍ରବାହ ନିୟୁଜ୍) ରାୟଗଡା ସହରର 2(ଓ) ବାଳିକା ଜାତୀୟ ସମର ଶୀକ୍ଷାର୍ଥୀ ବାହିନୀ ରାୟଗଡାର ଆର କେ ନଗର ସ୍ଥିତ କାର୍ଯ୍ୟଳୟ କୁ ଡେପୁଟି ଡାଇରେକ୍ଟର ଜେନେରାଲ ଓଡ଼ିଶା ଡାଇରେକ୍ଟର କମୋଡୋର ଯେ ସୁରେଶ ରାୟଗଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଉକ୍ତ କାର୍ଯ୍ୟାଳୟର ସମସ୍ତ କମାଡେଣ୍ଟ, ଲେଫ୍ଟନେଣ୍ଟ ଓ କର୍ମଚାରୀ ଓ 2(୦) ବାଳିକା ବାଟାଲିୟନ ମାନଙ୍କ ସହ ଆଲୋଚନା କରିଥିଲେ । ରାୟଗଡା ବାଳିକା ମହାବିଦ୍ୟାଳୟ ରେ ସେମିନାର ରେ ଅଂଶ ଗ୍ରହଣ କରିଥିଲେ।
ଏନ ସି ସି କାର୍ଯ୍ୟାଳୟ ର କମାଡେଣ୍ଟ, ଲେଫ୍ଟନେଣ୍ଟ ଓ କର୍ମଚାରୀ ମାନଙ୍କୁ ଓ ବାଳିକା ମହାବିଦ୍ୟାଳୟର ଉପସ୍ଥିତ ବାଳିକା ମାନଙ୍କୁ ଉସ୍ତାହିତ କରି କହି ଥିଲେ ଯେ ସମର ଶିକ୍ଷାର୍ଥୀ ବାହିନୀର ମୂଳ ଲକ୍ଷ୍ୟ ହେଲା ଶିକ୍ଷାର୍ଥୀ କୁ ଚରିତ୍ର, ସାହସ, ସାଥୀତା, ଅନୁଶାସନ, ନେତୃତ୍ୱ, ଧର୍ମନିରପେକ୍ଷ ଦୃଷ୍ଟିକୋଣ, ଦୁସାହସିକତାର ଆତ୍ମା ଏବଂ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ନିସ୍ୱାର୍ଥପର ସେବାର ଆଦର୍ଶକୁ ସେମାନଙ୍କୁ ଉପଯୋଗୀ ନାଗରିକ କରିବା ପାଇଁ ବିକାଶ, ସଂଗଠିତ ତାଲିମପ୍ରାପ୍ତ ଏବଂ ପ୍ରେରିତ ମାନବ ସମ୍ବଳ ସୃଷ୍ଟି କରିବା, ସଶସ୍ତ୍ର ବାହିନୀ ସମେତ ବିଭିନ୍ନ ବର୍ଗରେ ନେତୃତ୍ୱ ପ୍ରଦାନ କରିବା ଏବଂ ଦେଶର ସେବା ପାଇଁ ସର୍ବଦା ଉପଲବ୍ଧ କରିବା, ସଶସ୍ତ୍ର ବାହିନୀରେ କ୍ୟାରିୟର ନେବାକୁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା |
ଏହାଦ୍ବାରା ଯୁବତୀ ମାନଙ୍କର ସର୍ବାଙ୍ଗୀନ ବିକାଶ ହେବ। ରାୟଗଡ଼ାରୁ ସନ୍ତୋଷ କୁମାର ବେହେରା ଙ୍କ ରିପୋର୍ଟ