ବେଦାନ୍ତ ଆଲୁମିନିୟମ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ‘ଆଜାଦି କା ଅସଲି ମତଲବ’ ଅଭିଯାନର ଶୁଭାରମ୍ଭ
ଏହି ଅଭିଯାନ ଲୋକମାନଙ୍କୁ ସ୍ୱାଧୀନତା ସେମାନଙ୍କ ପାଇଁ କ’ଣ ହୃଦୟଙ୍ଗମ କରିବା ଲାଗି କରିବାକୁ ଉତ୍ସାହିତ କରିବ
ଭୁବନେଶ୍ୱର,୧୪ ଅଗଷ୍ଟ ୨୦୨୩: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଭାରତର ସ୍ୱାଧୀନତା ଦିବସ ୨୦୨୩ ଅବସରରେ ‘ଆଜାଦି କା ଅସଲି ମତଲବ’ ଅଭିଯାନ (ସ୍ୱାଧୀନତାର ପ୍ରକୃତ ଅର୍ଥ) ନାମକ ଏକ ମଲ୍ଟି-ଚ୍ୟାନେଲ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନ ବିଭିନ୍ନ କ୍ଷେତ୍ରରେ ଦେଶର ଅଗ୍ରଗତି ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହିତ ସଚେତନତା ସୃଷ୍ଟି କରିବ । ଏହି ଅଭିଯାନ ୧୪ ଅଗଷ୍ଟ ସନ୍ଧ୍ୟାରେ ୟୁଟ୍ୟୁବରେ ଶୁଭାରମ୍ଭ କରାଯାଇ ୧୫ ଅଗଷ୍ଟରେ ସମସ୍ତ ଅଗ୍ରଣୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶେୟାର କରାଯିବ ।
ଏହି ଚଳଚ୍ଚିତ୍ରଟି ଆଧୁନିକ ଦୁନିଆରେ ଭାରତରେ ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପାଇଁ ଆଲମିନିୟମ କିପରି ମେରୁଦଣ୍ଡର ଭୂମିକା ଭାବେ କାର୍ଯ୍ୟ ସମ୍ପାଦନ କରି ଭାରତକୁ ଏକ ବିଶ୍ୱସ୍ତରୀୟ ନିର୍ମାଣ ହବ ରେ ପରିଣତ କରିଛି ସେ ସମ୍ପର୍କରେ ଅବଗତ କରାଇବ । ‘ଆଲୁମିନିୟମ ଫ୍ରମ ଦ ଆର୍ଥ ଟେକସ ଇଣ୍ଡିଆ ଟୁ ଦ ସ୍କାଏ’ ବିଷୟବସ୍ତୁ ଉପରେ ଆଧାର କରି ୧୫ ଅଗଷ୍ଟରେ ଏହି ଅଭିଯାନ ଆରମ୍ଭ କରାଯିବ ।
‘ଆଜାଦି କା ଅସଲି ମତଲବ’ ଅଭିଯାନ ସ୍ୱାଧୀନତାକୁ ଏକ ବିସ୍ତାରିତ ଧାରଣା ଭାବରେ ଗ୍ରହଣ କରେ ଯାହା ଶବ୍ଦ ମଧ୍ୟରେ ବିଦ୍ୟମାନ ପ୍ରଭାବକୁ ବିକଶିତ କରି ଏକ ସ୍ୱତନ୍ତ୍ର ଅଭିଜ୍ଞତା ସୃଷ୍ଟି କରିଥାଏ । ‘ଆଜାଦି କା କ୍ୟା ମତଲବ ହୈ’(ସ୍ୱାଧୀନତା ଆପଣଙ୍କ ପାଇଁ କ’ଣ ବୁଝାଏ?) ପ୍ରଶ୍ନରୁ ପ୍ରେରଣା ଆଧାରରେ ଏହି ଚଳଚ୍ଚିତ୍ର ବିଭିନ୍ନ ଦର୍ଶକଙ୍କୁ ବ୍ୟକ୍ତିଗତ ଭାବେ ସ୍ୱାଧୀନତା ସେମାନଙ୍କ ପାଇର୍ କ’ଣ ତାହା ଜାଣିବା ଲାଗି ଉତ୍ସାହିତ କରିବ ।
ସ୍ୱାଧୀନତା ଆଜି ବିଭିନ୍ନ ରୂପରେ ନିଜକୁ ଭିନ୍ନ ଭିନ୍ନ ଲୋକଙ୍କ ପାଇର୍ ରୂପାୟନ କରିଥିବାର ଉପଲବ୍ଧି ପ୍ରଦାନ କରିଥାଏ । ଉଦାହରଣ ସ୍ୱରୂପ, ଗୋଟିଏ ପରିବାରର ସଦସ୍ୟ ଚାକିରି ଅବା ଶିକ୍ଷା ପାଇଁ ଭାରତର ବିଭିନ୍ନ ସ୍ଥାନରେ ପରିବାରଠାରୁ ଦୂରରେ ରହିଥିବାର ଦୃଷ୍ଟି ଗୋଚର ହୋଇଥାଏ । ପୃଥକ ହୋଇଥିବା ଅନେକ ପରିବାର ପାଇଁ ଭାରତ କିପରି ଏକ ବିସ୍ତୃତ ଦେଶ ଭାବେ ପରିଗଣିତ ହୋଇପାରିଛି ତାହା ଚଳଚ୍ଚିତ୍ରରେ ନିଖୁଣ ଭାବେ ଚିତ୍ରଣ କରାଯାଇଛି । ଆଲୁମିନିୟମ ଆଧୁନିକ ପରିବହନକୁ ସୁଗମ କରି ପାରିଛି । ଯେପରିକି ଆଲୁମିନିୟମରେ ନିର୍ମିତ ଟ୍ରେନ ଏବଂ ବିମାନ ଲୋକଙ୍କୁ ସେମାନଙ୍କ ପ୍ରିୟପରିଜନଙ୍କ ନିକଟତର କରିବାରେ ସାହାଯ୍ୟ କରିଥାଏ । ସେହିଭଳି, ଭିଡିଓରେ ପ୍ରତିରକ୍ଷା ଉପକରଣ, ଯୁଦ୍ଧ ବିମାନ, ଇଲୋକ୍ରୋ୍ଟନିକ୍ସ, ଉପଗ୍ରହ, ରକେଟ, ଆଦିରେ ଆଲୁମିନିୟମର ବହୁଳ ବ୍ୟବହାର ଦ୍ୱାରା ଆମର ଜାତୀୟ ସୁରକ୍ଷା ଆବଶ୍ୟକତାର କିପରି ସମାଧାନ ହୋଇ ପାରୁଛି ତାହା ଦର୍ଶାଯାଇଛି ।
ଏହି ବିଷୟବସ୍ତୁ ଉପରେ ପର୍ଯ୍ୟବେସିତ କରି ଭିଡିଓ ସହରାଂଳ ତଥା ଗ୍ରାମାଂଳର ଦାରିଦ୍ର୍ୟତା, ଅବହେଳିତ ଭିତିଭୂମି ତଥା ବିଦେଶୀ ଆମଦାନୀ ଉପରେ ପ୍ରତିବନ୍ଧିତ ନିର୍ଭରଶୀଳତାକୁ ଆଲୁମିନିୟମ ଏକ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଧାତୁ ଭାବେ ଏକୀକରଣ ସୂତ୍ର ଭାବରେ କିଭଳି ସଂଯୁକ୍ତ କରିଥାଏ ଦର୍ଶାଯାଇଛି ।
ଏହି ଚଳଚ୍ଚିତ୍ର ସୋସିଆଲ ଏବଂ ଡିଜିଟାଲ ପ୍ଲାଟଫର୍ମରେ https://www.youtube.com/watch?v=h2koNxD1BFM ରେ ଦେଖିପାରିବେ ।
ଭିଡିଓର ଉନ୍ମୋଚନ ପୂର୍ବରୁ ଅନଲାଇନ ଟିଜରରେ କରାଯାଇଥିଲା ଏବଂ ଏହି ଅଭିଯାନର ମୂଳ ବିଷୟବସ୍ତୁକୁ ସଂକ୍ଷେପରେ ନିର୍ମାଣକାରୀଙ୍କ ଦର୍ଶାଯାଇଥିଲା । ବେଦାନ୍ତ ଆଲୁମିନିୟମ ଅନଲାଇନ ଅଭିଯାନକୁ ଅନେକ ଅଫଲାଇନ ଟଚ ପଏଂଟ ସହିତ ଜାରି ରଖାଯାଇଥିଲା । ସେହିତପରି ବିଭିନ୍ନ ଭାଷାର ଅଗ୍ରଣୀ ଦୈନିକ ଖବରକାଗଜର ସମ୍ମୁଖ ପୃଷ୍ଠାରେ ବିଜ୍ଞାପନ ଭାବେ, କର୍ମଚାରୀଙ୍କ ପାଇଁ ସ୍କ୍ରିିବଲ ବୋର୍ଡରେ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକଳାପ ଏବଂ ବ୍ୟାପକ ସ୍ଥାନୀୟ ଗୋଷ୍ଠୀଙ୍କ ଉତ୍ସବ ମାଧ୍ୟମରେ ସେମାନଙ୍କର ଚିନ୍ତାଧାରାକୁ ଲେଖା ଦ୍ୱାରା ଉପସ୍ଥାପନ କରାଯାଇଥିଲା ।
ନିଜର ବହୁମୁଖୀ ଗୁଣ ମାଧ୍ୟମରେ, ଆଲୁମିନିୟମ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ କଂଚାମାଲ ଭାବରେ ନିଜକୁ ପ୍ରତିଷ୍ଠିତ କରି ଉଭୟ ଯୋଗାଣ ଅସ୍ଥିରତା ଏବଂ ଭୌଗୋଳିକ ଆଶଙ୍କାରୁ ଦେଶକୁ ମୁକ୍ତ କରିଛି । ସମ୍ପ୍ରତି ଦୁନିଆର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଧାତୁ ଭାବରେ ଆଲୁମିନିୟମ ସାବ୍ୟସ୍ତ ହୋଇଛି । ଏହି ଅଭିଯାନ ଏକବିଂଶ ଶତାବ୍ଦୀରେ ଆଲୁମିନିୟମକୁ ‘ଭବିଷ୍ୟତର ଧାତୁ’ ଭାବେ ସ୍ୱତନ୍ତ୍ର ଭାବରେ ପ୍ରତିପାଦିତ କରିଛି ।
ଆଲୁମିନିୟମର ଉଲ୍ଲେଖନୀୟ ବହୁମୁଖୀ ଉପଯୋଗିତା, ଏବଂ ଏହାକୁ ଦୀର୍ଘସ୍ଥାୟୀ ଭାବରେ ଉତ୍ପାଦନ କରିବାରେ ଭାରତର ସାମର୍ଥ୍ୟ, ଦେଶର ଉତ୍ପାଦନ ଦୃଶ୍ୟପଟ୍ଟରେ ଏକ ପରିବର୍ତନଶୀଳ ସମୟକୁ ସୂଚିତ କରୁଛି । ଏହି ଧାତୁ ନିମ୍ନଲିଖିତ ସେକ୍ଟରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଯାହା ଏକ ଆତ୍ମନିର୍ଭରଶୀଳ, ପୁନଃସ୍ଥାପନଶୀଳ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ:
• ହାଇ-ଟେକ ନିର୍ମାଣ: ଘରୋଇ ଆଲୁମିନିୟମ ଭାରତର ବିକାଶକୁ ବିଶ୍ୱର ହାଇ-ଏଣ୍ଡ ଉତ୍ପାଦନ ହବ ଭାବେ ପ୍ରତିଷ୍ଠିତ କରାଇଛି । କାରଣ ଏହା ଏହି ଉଦୀୟମାନ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କଂଚାମାଲ ।
• ଏରୋସ୍ପେସ: ଉଚ୍ଚ ଦୃଢ଼ତା-ଓଜନ ଅନୁପାତ ଏବଂ ଆଂଟି-କୋରେସିଭ ଗୁଣ ଯୋଗୁ ଆଧୁନିକ ବିମାନ ନିର୍ମାଣ ପାଇଁ ଆଲୁମିନିୟମ ଏବଂ ଏହାର ଆଲଏ ଜରୁରୀ । ଏହା ଉଭୟ ଶିଳ୍ପ ଏବଂ ସାମରିକ ପ୍ରୟୋଗ ପାଇଁ ଡ୍ରୋନ ନିର୍ମାଣ ଲାଗି ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।
• ପ୍ରତିରକ୍ଷା: ବିଶ୍ୱସ୍ତରୀୟ ପ୍ରତିରକ୍ଷା କ୍ଷେତ୍ର ମଧ୍ୟରେ ଆଲୁମିନିୟମ ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ସରଞ୍ଜାମ ଏବଂ କ୍ଷେତ୍ରୀୟ ଯୋଗାଯୋଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦନ ଭାବେ ଦେଶର ଆତ୍ମନିର୍ଭରଶୀଳତା ପାଇଁ ଅପରିହାର୍ଯ୍ୟ ହୋଇ ପାରିଛି ।
• ନିର୍ମାଣ ଏବଂ ଭିତିିଭୂମି: ଆଲୁମିନିୟମର କୋମଳତା,ନମନୀୟତା, ଏବଂ ସ୍ଥାୟୀତ୍ୱ ଏହାକୁ ଦୀର୍ଘସ୍ଥାୟୀତ୍ୱ, ‘ସବୁଜ’ ନିର୍ମାଣରେ ଏହାକୁ ଅପରିହାର୍ଯ୍ୟ କରିପାରିଛି । ଏହା ଦେଶର ଭିତିଭୂମି ବିକାଶକୁ ସୁଦୃଢ଼ କରିଥାଏ । ଜାତୀୟସ୍ତରରେ ଏକ ଆତ୍ମନିର୍ଭରଶୀଳ ଭବିଷ୍ୟତ ପାଇଁ ଏହା ପରିବେଶ ଉପଯୋଗୀ ବିକଳ୍ପ ପ୍ରଦାନ କରିଥାଏ ।
• ଅଟୋମୋଟିଭ: ଉଚ୍ଚ ଦୃଢତ୍ୱ ଓଜନ ଅନୁପାତ ଏବଂ ସ୍ଥାୟୀତ୍ୱ ପାଇଁ ଆଲୁମିନିୟମ ଅଟୋମୋବାଇଲ କ୍ଷେତ୍ରରେ ବୃଦ୍ଧି ପାଉଥିବା ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିଛି । ଏହା ବୈଦ୍ୟୁତିକ ଯାନ (ଇଭିଏସ) ଏବଂ ଯାନବାହାନକୁ ଓଜନ ଦୃଷ୍ଟିରୁ ହାଲୁକା କରି ପାରିଛି ।
• ଶକ୍ତି ଉତ୍ପାଦନ ଏବଂ ବିତରଣ: ସୌର ପ୍ୟାନେଲ ଏବଂ ପବନ ଟର୍ବାଇନ ଭଳି ଟେକୋ୍ନଲୋଜି ମାଧ୍ୟମରେ ଅକ୍ଷୟ ଶକ୍ତିର ଅଗ୍ରଗତିକୁ ପ୍ରୋତ୍ସାହିତ କରି ଆଲୁମିନିୟମ ନେଟ ଜିରୋ କ୍ଷେତ୍ରରେ ବିଶ୍ୱସ୍ତରୀୟ ପରିବର୍ତନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଶକ୍ତି ବିତରଣ ଏବଂ ସଂରକ୍ଷଣରେ ଏହା ଅପରିହାର୍ଯ୍ୟ ହୋଇଛି ।
• ପ୍ୟାକେଜିଂ: ଆଲୁମିନିୟମର ଅସୀମ ରିସାଇକ୍ଲିବିଲିଟି ଆଲୁମିନିୟମ ଫଏଲ ଏବଂ କେନ ଭଳି ବ୍ୟବହାର ପାଇଁ ଧାତୁ ଚୟନ କ୍ଷେତ୍ରରେ ପ୍ୟାକେଜିଂ ଶିଳ୍ପକୁ ଉତ୍ସାହିତ କରିପାରିଛି । ଯାହା ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତ ପୃଥିବୀ ଭଳି ଗ୍ରହ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ପାରିଛି ।