ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଝାରସୁଗୁଡାର ସରକାରୀ ବିଦ୍ୟାଳୟଗୁଡ଼ିକୁ ଏହାର ଆର୍ଟଶାଲା ପଦକ୍ଷେପ ମାଧ୍ୟମରେ ସହଯୋଗ

ଭୁବନେଶ୍ୱର, ୨୩ ଜୁଲାଇ ୨୦୨୩: ଭାରତର ସର୍ବ ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଗ୍ରାମାଂଚଳରେ ଶିକ୍ଷାର କ୍ଷେତ୍ରରେ ପରିବର୍ତନ କରିବାରେ ସାହାଯ୍ୟ କରିବା ପାଇଁ \’ଆର୍ଟଶାଲା\’ – ଏକ ନିଆରା କର୍ମଚାରୀ ସ୍ୱେଚ୍ଛାସେବୀ ଚାଳିତ ପଦକ୍ଷେପର ଶୁଭାରମ୍ଭ କରିଛି । କମ୍ପାନୀ ୟୁପି ସରକାରୀ ବିଦ୍ୟାଳୟ, ପୂର୍ଣ୍ଣାଠାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲା, ଯେଉଁଠାରେ କମ୍ପାନୀର କର୍ମଚାରୀ ସ୍ୱେଚ୍ଛାସେବୀମାନେ ଜୀବନ୍ତ ଶିଶୁ ଅନୁକୁଳ ଚିତ୍ର ଆଙ୍କିଥିଲେ ଏବଂ ବିଦ୍ୟାଳୟର କାନ୍ଥକୁ ପାରସ୍ପରିକ ଶିକ୍ଷଣ ସ୍ଥାନ ସୃଷ୍ଟି କରିବାରେ ସାହାଯ୍ୟ କରିଥିଲେ । ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ମଜାଳିଆ ତଥା ଆକର୍ଷଣୀୟ ଶିକ୍ଷଣ ସ୍ଥାନ ସୃଷ୍ଟି କରିବାକୁ ‘ଆର୍ଟଶାଲା’ ପଦକ୍ଷେପ ଲକ୍ଷ୍ୟ ରଖିଛି, ଯାହାକି କ୍ଲାସରେ ଉପସ୍ଥାନ ବଢାଇବାକୁ ଉତ୍ସାହିତ କରିବା ସହିତ ଜିଲ୍ଲାର ସାହିତ୍ୟ ହାର ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଛି ।

ଏହି ଅସାଧାରଣ ପଦକ୍ଷେପ \’ବିଲଡିଙ୍ଗ ଏଜ ଲର୍ନିଂ ଏଡ୍‌\’ (ବାଲା) ର ଅଭିନବ ସଂକଳ୍ପରୁ ପ୍ରେରଣା ଆଣିବା ସହିର ଯୁବସମାଜକୁ ପ୍ରେରଣା ଦେବା ପାଇଁ କଳାର ଶକ୍ତି ବ୍ୟବହାର କରୁଛି । ବିଦ୍ୟାଳୟର କାନ୍ଥଗୁଡ଼ିକ ବର୍ତମାନ ଭିଜୁଆଲ୍ ଲର୍ଣ୍ଣିଂ ଉପକରଣରେ ରୂପାନ୍ତରିତ ହୋଇଛି, ଯେଉଁଥିରେ ବର୍ଣ୍ଣମାଳାର ଅକ୍ଷର, ଗଛର ଅଂଶ, ନୂତନ ଶବ୍ଦ, ସପ୍ତାହର ଦିନ, ସଂଖ୍ୟା ଏବଂ ଆହୁରି ଅନେକ ଚିତ୍ର ରହିଛି । ଗ୍ରୀଷ୍ମ ଛୁଟି ପରେ ଏକ ଉଜ୍ଜ୍ୱଳ ତଥା ଆମନ୍ତ୍ରଣକାରୀ ବିଦ୍ୟାଳୟକୁ ଆସି ପିଲାମାନେ ଆନନ୍ଦିତ ହୋଇଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କ ସକରାତ୍ମକ ପ୍ରତିକ୍ରିୟା ଦେଖି କମ୍ପାନୀ ଏହି ପଦକ୍ଷେପକୁ ଝାରସୁଗାଡାରେ ଆହୁରି ଅନେକ ସରକାରୀ ବିଦ୍ୟାଳୟରେ ବିସ୍ତାର କରିବାକୁ କାର୍ଯ୍ୟ କରୁଛି ।

‘ଆର୍ଟଶାଲା’ ପଦକ୍ଷେପ ଉପରେ ନିଜର ମତବ୍ୟକ୍ତ କରି ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଲିମିଟେଡ୍ – ଆଲୁମିନିୟମ୍ ବ୍ୟବସାୟ କହିଛନ୍ତି ଯେ “ବେଦାନ୍ତ ଆଲୁମିନିୟରେ, ଯେଉଁଠାରେ ଆମେ କାର୍ଯ୍ୟ କରୁଛୁ, ବିଶେଷ କରି ଏହାର ଯୁବପିଢିଙ୍କ ପାଇଁ ଆମେ ବିକାଶ ତଥା ବିକାଶମୂଳକ ସୁଯୋଗକୁ ବୃଦ୍ଧି କରିବାକୁ ଆମେ ଭାବରେ ପ୍ରତିବଦ୍ଧ । ‘ଆର୍ଟଶାଲା’ ସହିତ ଆମେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷଣ ପାଇଁ ପ୍ରେରଣା ଯୋଗାଇବାକୁ ଲକ୍ଷ୍ୟ ରଖିଛୁ । କଳା ଏବଂ ଶିକ୍ଷାର ଏହି ଅନନ୍ୟ ମିଶ୍ରଣ ମାଧ୍ୟମରେ ଆମେ ଏକ ପରିବେଶ ସୃଷ୍ଟି କରିବାକୁ ଚାହୁଁଥିଲୁ ଯେଉଁଠାରେ ସେମାନଙ୍କର ସୃଜନଶୀଳ ସାମର୍ଥ୍ୟ ପ୍ରକୃତରେ ବୃଦ୍ଧି ପାଇପାରିବ । ଆମର ଶିକ୍ଷା ପଦକ୍ଷେପ ସାକ୍ଷରତା ବିଭାଜନକୁ ଦୂର କରିବା ଏବଂ ଗୁଣାତ୍ମକ ଶିକ୍ଷା ପାଇଁ ସମ୍ପ୍ରଦାୟର ପ୍ରବେଶକୁ ସୁଦୃଢ କରିବା ପାଇଁ ଉଦ୍ଦିଷ୍ଟ ଅଟେ । ”

କମ୍ପାନୀର ଉଦ୍ୟମକୁ ନେଇ ଖୁସି ବ୍ୟକ୍ତ କରି ୟୁପି ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ଅମ୍ବିକା ନାୟକ କହିଛନ୍ତି ଯେ “ବେଦାନ୍ତ ଆଲୁମିନିୟମକୁ ସେମାନଙ୍କର ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ \’ଆର୍ଟଶାଲା\’ ପାଇଁ ଆମେ ଧନ୍ୟବାଦ ଦେଉଛୁ, ଯାହା ମାଧ୍ୟମରେ ସେମାନେ ସମାଜରେ ଶିକ୍ଷା ପାଇଁ ଏକ ଆଦର୍ଶ ମାନଦଣ୍ଡ ସ୍ଥାପନ କରିଛନ୍ତି । ସହଭାଗୀ ଶିକ୍ଷଣ ସ୍ଥାନଗୁଡିକରେ କଳାକୁ ଅନ୍ତର୍ଭୁକ୍ତ କରି, କମ୍ପାନୀ ଏକ ପ୍ରେରଣାଦାୟକ ପରିବେଶ ସୃଷ୍ଟି କରୁଛି ଯାହା ସୃଜନଶୀଳତାକୁ ବଢାଇଥାଏ ଏବଂ ଶିକ୍ଷଣ ପାଇଁ ଏକ ଉତ୍ସାହ ସୃଷ୍ଟି କରେ । ସେମାନଙ୍କର କାର୍ଯ୍ୟ ନିସନ୍ଦେହରେ ଆମର ଛାତ୍ରମାନଙ୍କ ଉପରେ ଏକ ଚିରସ୍ଥାୟୀ ପ୍ରଭାବ ପକାଇବ ।

ବେଦାନ୍ତ ଆଲୁମିନିୟମ୍‌, ଝାରସୁଗୁଡା ଏହାର କାର୍ଯ୍ୟକ୍ଷେତ୍ରରେ ଶିକ୍ଷାଗତ ଭିତିଭୂମି ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । କମ୍ପାନୀ ପକ୍ଷରୁ ବର୍ତମାନ ଗ୍ରହଣ କରାଯାଉଥିବା କିଛି ଶିକ୍ଷା ପଦକ୍ଷେପ ଅନ୍ତର୍ଭୁକ୍ତ ଯଥା :

• ନନ୍ଦଘର ମାଧ୍ୟମରେ ୫୦୦୦ ରୁ ଅଧିକ ପିଲାଙ୍କୁ ପ୍ରାଥମିକ ଶିକ୍ଷାଦାନ ସହାୟତା କରିବା ତଥା ବେଦାନ୍ତ ଦ୍ୱାରା ଆଧୁନିକୀକରଣ ହୋଇଥିବା ଅଙ୍ଗନୱାଡି ସମର୍ôଥତ ଯାହା ମହିଳା ଏବଂ ଶିଶୁ ବିକାଶର ସମ୍ପ୍ରଦାୟ ହବ୍ ଭାବରେ କାର୍ଯ୍ୟ କରେ ।
• ଓଡିଶା ସରକାରଙ୍କ ଅଧୀନସ୍ଥ ‘ମୋ ସ୍କୁଲ ଅଭିଆନ୍‌’ ଜରିଆରେ ଝାରସୁଗୁଡାରେ ସରକାରୀ ବିଦ୍ୟାଳୟରେ ଭିତିଭୂମିର ବିକାଶ ସହିତ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେଇଛନ୍ତି ।
• ବିଦ୍ୟାଗ୍ରହ, ଏକ ଇ-ଲର୍ଣ୍ଣିଂ ପ୍ରୋଗ୍ରାମ ଯାହାକି ଅଷ୍ଟମ-ଦଶମ ଶ୍ରେଣୀର ଛାତ୍ରମାନଙ୍କୁ ଲେକଚର ଏବଂ ଅନଲାଇନ୍ କ୍ୟାରିୟର ପରାମର୍ଶ ପ୍ରଦାନ କରିଥାଏ, ଏହାଦ୍ୱାରା ଝାରସୁଗୁଡାର ସରକାରୀ ବିଦ୍ୟାଳୟରେ ଶ୍ରେଣୀଗୃହ ଶିକ୍ଷା ଆଶାତିତ ଭାବରେ ବୃଦ୍ଧି ପାଇଛି ।
• ବେଦାନ୍ତ ମିନି ସାଇନ୍ସ ସେଂଟର ଯାହାକି ୧,୨୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରଭାବଶାଳୀ ଏବଂ ଆକର୍ଷଣୀୟ ଉପାୟରେ ବିଜ୍ଞାନ ଏବଂ ଗଣିତ ଶିଖିବାରେ ସେମାନଙ୍କର ଦକ୍ଷତା ବୃଦ୍ଧି କରିବାକୁ ଅଭିନବ ମଡେଲ, ପରୀକ୍ଷଣ ଏବଂ ଯନ୍ତ୍ରଂଶ ଯୋଗାଇଥାଏ ।
• ବେଦାନ୍ତ କମ୍ପ୍ୟୁଟର ସାକ୍ଷରତା ପ୍ରୋଗ୍ରାମ, ଯାହା ମୌଳିକ କମ୍ପ୍ୟୁଟର ସାକ୍ଷରତା ଏବଂ କମ୍ପ୍ୟୁଟର ବ୍ୟବହାର ଉପରେ ଉପଯୁକ୍ତ ଜ୍ଞାନ ପାଇ ନଥିବା ଲୋକଙ୍କୁ ତାଲିମ ପ୍ରଦାନ କରେ ।
• ବେଦାନ୍ତ-ଡିଏଭି ଶିକ୍ଷା ସହାୟତା କାର୍ଯ୍ୟକ୍ରମ ମାଧ୍ୟମରେ ଝାରସୁଗୁଡାର ଡିଏଭ ପବ୍ଲିକ୍ ସ୍କୁଲରେ ଆଖପାଖ ଗେଷ୍ଠିମାନଙ୍କରେ ମେଧାବି ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାକୁ ସମର୍ଥନ ତଥା ସହଯୋଗ ।
• କୃତ୍ରିମ ଇଂଟେଲିଜେନ୍ସ (ଏଆଇ) ଶିକ୍ଷା ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କୁ ଏଆଇର ମୌଳିକ ଜ୍ଞାନ ପ୍ରଦାନ କରିବା ଏବଂ ବାସ୍ତବ ଦୁନିଆର ସମସ୍ୟା ପାଇଁ ଏଆଇ – ଆଧାରିତ ସମାଧାନ ଗଠନ କରିବା ।


ସ୍ଥାୟୀ ଜୀବିକା, ଗୁଣାତ୍ମକ ଶିକ୍ଷା, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ, ଜଳ ଏବଂ ପରିମଳ, ଜୈବ ବିନିଯୋଗ ଏବଂ ସମ୍ପ୍ରଦାୟର ଭିତିଭୂମି କ୍ଷେତ୍ରରେ ବେଦାନ୍ତ ଝାରସୁଗୁଡାର ସାମାଜିକ ହସ୍ତକ୍ଷେପ ଝାରସୁଗୁଡା ଏବଂ ନିକଟବର୍ତୀ ଅଂଚଳର ୮୦ ଟି ଗ୍ରାମରେ ପହଂଚି ଏକ ବର୍ଷରେ ୩ ଲକ୍ଷରୁ ଅଧିକ ଲୋକଙ୍କୁ ଉପକୃତ କରିପାରିଛି । ଏହା ୩୫୦ ରୁ ଅଧିକ ଏସଏଚଜି ମାଧ୍ୟମରେ ୪୦୦୦ ରୁ ଅଧିକ ମହିଳାଙ୍କୁ ସଶକ୍ତ କରିଛି, ବାର୍ଷିକ ପ୍ରାୟ ୪୩,୦୦୦ ଲୋକଙ୍କୁ ଦ୍ୱାର ଦେଶରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହିତ, ୧୩,୦୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗତ ସହାୟତା ପ୍ରଦାନ କରିଛି, ସମ୍ପ୍ରଦାୟ ସ୍ତରରେ ସ୍ଥାନୀୟ ଲୋକଙ୍କ ସହଭାଗିତାରେ ୧.୪୮ ଲକ୍ଷରୁ ଅଧିକ ବୃକ୍ଷ ରୋପଣ କରାଯାଇପାରିଛି ।

Leave a Reply

Your email address will not be published. Required fields are marked *