ବେଦାନ୍ତ ଆଲୁମିନିୟମ ପୁଣି ଥରେ କାର୍ଯ୍ୟ କରିବା ପାଇଁ ଏକ ମହାନ ସ୍ଥାନ ଭାବେ ପ୍ରମାଣିତ ହୋଇଛି

0
Vedanta-Aluminium-once-again-certified-as-a-‘Great-Place-to-Work.jpg

ବିିଶ୍ୱ ଶ୍ରେଣୀୟ କାର୍ଯ୍ୟାଭ୍ୟାସ ପ୍ରଣୟନ କରି ଭାରତୀୟ ଉତ୍ପାଦନ ଶିଳ୍ପରେ ପସନ୍ଦର ନିଯୁକ୍ତିଦାତା ହୋଇ ପାରିଛି ।

ନୂଆଦିଲ୍ଲୀ,୧୯ ଜୁଲାଇ ୨୦୨୩: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ୱାର୍କ ଫର ଆର୍ଥିକ ବର୍ଷ ୨୦୨୩ ପାଇଁ ଏକ ମହାନ ସ୍ଥାନ ଭାବରେ ପ୍ରମାଣିତ ହୋଇଛି ଓ ଏହାର ପ୍ରତ୍ୟେକ ପ୍ଲାଂଟ ବର୍ତମାନ ଚିରକାଳ ଲାଗି ସ୍ୱୀକୃତି ପାଇଛି । ଏଠାରେ ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ପରିବେଶ ଓ ଉପଯୁକ୍ତ ନିଯୁକ୍ତିଦାତା ଭାବେ କଂପାନିର ସ୍ଥିତିକୁ ଆହୁରି ସୁଦୃଢ କରିଛି ଏହାର ନୀତି ଓ ଆଦର୍ଶ ଏବଂ କର୍ମ ସଂସ୍କୃତି ପ୍ରଶଂସିତ ହୋଇ ପାରିଛି ।

କାର୍ଯ୍ୟ କରିବା ପାଇଁ ମହାନ ସ୍ଥାନ ପ୍ରମାଣ ପତ୍ର ସର୍ବ ଭାରତୀୟ ସ୍ତରରେ ଉଭୟ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଦ୍ୱାରା ମହତପୂର୍ଣ୍ଣ କର୍ମ ସଂସ୍କୃତିର ମାନଦଣ୍ଡ ଦ୍ୱାରା ସ୍ୱୀକୃତିପ୍ରାପ୍ତ । ବ୍ୟକ୍ତିଗତ ଭାବରେ ବେଦାନ୍ତ ଆଲୁମିନିୟମର ୟୁନିଟ ଗୁଡ଼ିକ ଅନେକ ଥର ଏହି କୃତିତ୍ୱକୁ ପ୍ରମାଣିତ କରିଛି । ବିଶ୍ୱର ବୃହତ ଆଲୁମିନିୟମ ଶିଳ୍ପ ଭାବରେ ପରିଚିତ ଏହି ସଂସ୍ଥା ଛଅ ଥର ଜିପିଟିଡବଲ୍ୟୁ ପ୍ରମାଣ ପତ୍ର ପାଇଥିଲା ବେଳେ ବାଲକୋ ଚାରିଥର ଏହା ହାସଲ କରିଛି । ଓଡ଼ିଶାର ଲାଞ୍ଜିଗଡ଼ ପାଂଚଥର ଏହି ପ୍ରମାଣ ପତ୍ର ଲାଭ କରିଛି ।

ସ୍ୱୀକୃତି ଉପରେ ମତ ଦେଇ ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଲିମିଟେଡ-ଆଲୁମିନିୟମ ବ୍ୟବସାୟ କହିଛନ୍ତିଯେ- ବେଦାନ୍ତରେ ଆମ କର୍ମଚାରୀମାନେ ଆମର ବଳିଷ୍ଠ ସଂପତି । ଆମେ ବିଶ୍ୱାସ କରୁଯେ ଏହି ସଫଳତା କେବଳ ସେହିମାନଙ୍କ ଯୋଗୁ ସମ୍ଭବ ହୋଇ ପାରିଛି । ଆମ ଲୋକମାନଙ୍କ ଅଭ୍ୟାସ ଏକ ସହାୟକ ପରିବେଶ ସୃଷ୍ଟି କରିଛି ଯାହା ଆମ ଉଭୟ ବ୍ୟକ୍ତିଗତ ଓ ବୃତିଗତ ଉନ୍ନତି କରିବାକୁ ସକ୍ଷମ କରିଥାଏ ।

ଶ୍ରୀ ରାଜେଶ କୁମାର, ସିଇଓ ତଥା ନିର୍ଦ୍ଦେଶକ, ବାଲକୋ କହିଛନ୍ତିଯେ-କ୍ରମାଗତ ଚାରି ବର୍ଷ ଧରି କାର୍ଯ୍ୟ ପ୍ରମାଣ ପତ୍ର ଗ୍ରହଣ କରିବା ଆମ ପଦକ୍ଷେପ ଗୁଡ଼ିକର ଫଳପ୍ରଦତା ଓ କର୍ମଚାରୀଙ୍କ ଆମ ପ୍ରତି ଗଭୀର ବିଶ୍ୱାସର ପ୍ରମାଣ । ଆମେ ଅଭିନନ୍ଦନ ଜଣାଉଛୁ । ବେଦାନ୍ତ ଆଲୁମିନିୟମ ଆଜି କାର୍ଯ୍ୟ କରିବା ପାଇଁ ଉତମ ସ୍ଥାନ ଲାଭ କରିବା ଆମର ସମସ୍ତ କର୍ମଚାରୀ ଓ ବ୍ୟବସାୟୀଙ୍କ ପାଇଁ ଦ୍ରୁତ ସୁଯୋଗ ଆଣିବାରେ ସହାୟକ ହେବ ।

ଏକ ଶିଳ୍ପ ନେତା ଭାବେ ବେଦାନ୍ତ ଆଲୁମିନିୟମ କର୍ମଚାରୀମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବା ସହିତ ସେମାନଙ୍କ କ୍ୟାରିୟର ଅଭିବୃଦ୍ଧି ଦିଗରେ ପ୍ରୋତ୍ସାହନ ଯୋଗାଇ ଆସୁଛି । ଯାହା ନିମ୍ନ ପ୍ରକାର

ସମାନସ୍ତରୀୟ ନେତୃତ୍ୱ ବିକାଶ
ସମୃଦ୍ଧ ଚାକିରି ବିଷୟବସ୍ତୁ ନିର୍ଦ୍ଧାରଣ କରିବା, ଆଭ୍ୟନ୍ତରୀଣ ଅଭିବୃଦ୍ଧି କର୍ମଶାଳା ଜରିଆରେ କର୍ମଚାରୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ସହ ଶିଳ୍ପ କ୍ଷେତ୍ରରେ ନେତୃତ୍ୱ ଚିନ୍ତା କରିଥାଏ ।

ଶ୍ରେଷ୍ଠ ପ୍ରତିଭା ଚୟନ, ପଦୋନ୍ନତି ଓ ଧାରଣ
ଏହା କ୍ରମାଗତ ଭାବରେ ତଥା ବିଦେଶରୁ ଉଚ୍ଚ ସ୍ତରୀୟ ପ୍ରତିଭାଙ୍କୁ ନିଯୁକ୍ତ କରିଥାଏ । କଂପାନି ଶ୍ରେଷ୍ଠ ଡୋମେନ ବିଶେଷଜ୍ଞଙ୍କୁ ବିଭିନ୍ନ ସ୍ଥାନରୁ ଆମନ୍ତ୍ରଣ କରିଥାଏ ଓ ସୁଯୋଗ ପ୍ରଦାନ କରେ ।

ବିବିଧତା, ଇକ୍ୟୁଟି ଓ ସମାବେଶୀ ପାଇଁ ପ୍ରତିବଦ୍ଧତା
ବେଦାନ୍ତ ଆଲୁମିନିୟମ ଡିଜିଟାଲ ଟେକନୋଲୋଜି ନିୟୋଜିତ କରି ଉତ୍ପାଦନରେ କ୍ୟାରିୟର ଗଢିବାକୁ ଚାହୁଁଥିବା ସମସ୍ତଙ୍କ ପାଇଁ ଏକ ବୃତିଗତ ସକ୍ଷମ ପରିବେଶ ସୃଷ୍ଟି କରେ । ଭାରୀ ଇଂଜିନିୟରିଂକ୍ଷେତ୍ରରେ ମହିଳାମାନଙ୍କୁ ମଧ୍ୟ ନିୟୋଜିତ କରି ଲିଙ୍ଗଗତ ଭେଦଭାବ ଦୂର କରିପାରିଛି । ଏଲଜିବିଟିକ୍ୟୁଆଇଏ+ ଗୋଷ୍ଠୀ ସହିତ ମଧ୍ୟ ସକ୍ରିୟ ଭାବେ କାର୍ଯ୍ୟ କରୁଛି ।

ସ୍ଥିରତା ଓ ସବୁଜ କାର୍ଯ୍ୟ ପରିବେଶ ଉପରେ ଧ୍ୟାନ- ଇସିଜିରେ ନିୟମିତ ତାଲିମ, କାର୍ଯ୍ୟରେ ପ୍ରାକୃତିକ ଉତ୍ସ ଅପ୍ଟିମାଇଜେସନ ଓ ଲିଙ୍ଗଗତ ସମାନତା ସୃଷ୍ଟି ଉପରେ ଧ୍ୟାନ ଦେଇ ବେଦାନ୍ତ ଏକ ସ୍ଥିର ପ୍ରଗତି ପଥରେ ଚାଲୁଛି । ସବୁଜ ନିଯୁକ୍ତ ସୃଷ୍ଟି କରି କ୍ୟାରିୟର କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିପାରିଛି । ଆଗାମୀ ୨୦୫୦ ସୁଦ୍ଧା ନେଟ ଜିରୋ କାର୍ବନ ସଫଳତା ହାସଲ ଉପରେ କମ୍ପାନି ଲକ୍ଷ୍ୟ ରଖିଛି ।

ବ୍ୟାପକ କର୍ମଚାରୀ କଲ୍ୟାଣ ପଦକ୍ଷେପ
ଅନୁକୂଳ ସାଧନ ଓ ନୀତି ଯଥା ଉମଙ୍ଗ ଏକ ଡିଜିଟାଲ ସମାଧାନ କର୍ମଚାରୀ ଓ ସେମାନଙ୍କ ପରିବାରକୁ ଅନେକ ସୁବିଧାଜନକ ସେବା ପ୍ରଦାନ କରୁଥିବା ଏକ ଡିଜିଟାଲ ସମାଧାନ । ଏକ ପତି ପତ୍ନୀ ନିଯୁକ୍ତି ନୀତି ଯାହା ଦ୍ୱାରା କର୍ମଚାରୀମାନେ ସେମାନଙ୍କ ପରିବାର ସହିତ ରହିବାକୁ ସକ୍ଷମ କରାଇପାରୁଛି । କମ୍ପାନି ତାର କାର୍ଯ୍ୟ ସ୍ତରରେ ବିଶ୍ୱସ୍ତରୀୟ ଟାଉନସିପ, ଆଧୁନିକ ଘର, ଡାକ୍ତରଖାନା, ବିଦ୍ୟାଳୟ, ମନୋରଂଜନ କେନ୍ଦ୍ର ପ୍ରଭୃତି ବିଭିନ୍ନ ସୁବିଧା ଦିଆଯାଉଛି ।

Leave a Reply

Your email address will not be published. Required fields are marked *