ଷ୍ଟେଟ ବ୍ଯାଙ୍କର ନବୀକୃତ ସଚିବାଳୟ ଶାଖା ଉଦଘାଟିତ

ଓଡିଶା ସଚିବାଳୟ ପରିସରରେ ଅବସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ନବୀକୃତ ସଚିବାଳୟ ଶାଖା ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ  ଶ୍ରୀ ଦୀନେଶ ଖାରାଙ୍କ ଦ୍ୱାରା ଭର୍ଚୁଆଲ୍ ମୋଡ୍ ରେ ତା 17/07/2023 ଦିନ ଉଦଘାଟିତ ହୋଇଯାଇଛି । ମାନ୍ୟବର ଶ୍ରୀ ପ୍ରଦୀପ କୁମାର ଜେନା, ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ବିକାଶ କମିଶନର ତଥା ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମାଙ୍କ ଉପସ୍ଥିତିରେ ଏହି ଉଦଘାଟନ ଆୟୋଜିତ ହୋଇଥିଲା ।

ଓଡିଶା ସରକାରଙ୍କ ସମସ୍ତ କାର୍ଯ୍ୟକଳାପକୁ ସଫଳ କରିବାରେ ଅଗ୍ରଣୀ ଭୂମିକା ପାଇଁ ଓଡିଶାର ମୁଖ୍ୟ ଶାସନ ସଚିବ ଷ୍ଟେଟ ବ୍ଯାଙ୍କକୁ ଭୂୟସୀ ପ୍ରଶଂସା କରିଥିଲେ । ଆଜି, ସମଗ୍ର ଭାରତରେ ଉନ୍ନତ ମାନ ଏବଂ ସୁବିଧା ଥିବା ସମସ୍ତ ନବୀକୃତ ସଚିବାଳୟ ଶାଖା ଏକକାଳୀନ ଭର୍ଚୁଆଲ୍ ମୋଡ୍ ରେ ଷ୍ଟେଟ ବ୍ଯାଙ୍କ ଅଧ୍ୟକ୍ଷ ଶ୍ରୀ ଖାରାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି।

Leave a Reply

Your email address will not be published. Required fields are marked *