ବନ ମହୋତ୍ସବରେ ଚାରା ରୋପଣ କାର୍ଯ୍ୟକ୍ରମ
ରାୟଗଡ଼ା:୧୫/୭(ନି.ପ୍ର): ରାୟଗଡା ଜିଲ୍ଲା କୋଲନରା ବ୍ଲକ ସ୍ଥିତ କସ୍ତୁରବା ଗାନ୍ଧୀ ନେସନାଲ ଟ୍ରଷ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାର୍ବତୀନଗର ଓ ବନବାସୀ କଲ୍ୟାଣ ଆଶ୍ରମ,ରିଭଲକୋଣା ଠାରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଜେକେ କାଗଜ କଳ ଓ ସାମାଜ ଖବର କାଗଜର ମିଳିତ ଆନୁକୁଲ୍ୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜେକେ କାଗଜ କଳ, ଜେକେପୁରର ପ୍ରବନ୍ଧକ (ଲୋକସମ୍ପର୍କ ଓ ସାମାଜିକ ଦାୟିତ୍ଵ ବୋଧ) ସ୍ମୃତି ରେଖା କର ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।
ପରେ ଅତିଥି,ଶିକ୍ଷକ,ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ମିଳିତରେ ଉଭୟ କସ୍ତୁରବା ଗାନ୍ଧୀ ନେସନାଲ ଟ୍ରଷ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବନବାସୀ କଲ୍ୟାଣ ଆଶ୍ରମରେ ଶହେ ଶହେ ଗୋଟି ବିଭିନ୍ନ ପ୍ରକାରର ଫଳ ଓ ଫୁଲ ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ପ୍ରଧାନ ଶିକ୍ଷୟତ୍ରୀ ନୀଳିମା ନନ୍ଦ ଓ ଛାତ୍ରୀ ନିବାସ ପ୍ରମୁଖ ଅହଲ୍ୟା ଅପା ପରିଚାଳନା କରିଥିବା ବେଳେ ସାମାଜ ର ଜିଲ୍ଲା ପ୍ରତିନିଧି ଶ୍ରୀ ରଘୁନାଥ ପଟ୍ଟନାୟକ ଓ ଜେକେ କାଗଜ କଳ ର ହରିହର ଖମାରି ଯୋଗଦେଇ ଥିଲେ ।