ମତ୍ସ୍ୟ କଚ୍ଛ୍ୟ ଅବତାରରେ ଦର୍ଶନ ଦେଲେ ପ୍ରଭୁ, ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼
ପାରଳାଖେମୁଣ୍ଡି, ୨୨।୬ : ଆଜି ପ୍ରଭୁ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ମତ୍ସ୍ୟ କଚ୍ଛ୍ୟ ଅବତାରରେ ଦର୍ଶନ ଦେଇଛନ୍ତି । ଏହାକୁ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଭାବେ ପାରଳା ଶ୍ରୀ ଗୁଣ୍ଡିଚା ମନ୍ଦିରରେ ସଜ୍ଜା ଯାଇଛି | ଶ୍ରୀ ବଳରାମ ଓ ଶ୍ରୀ ଜଗନ୍ନାଥଙ୍କ ଏହି ଦୁର୍ଲଭ ଦୃଶ୍ୟ ଦେଖିବା ପାଇଁ ପାରଳା ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଆଜି ସକାଳୁ ସକାଳୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିଛି | ପାରଳାଖେମୁଣ୍ଡି ରଥଯାତ୍ରା ଦକ୍ଷିଣ ଓଡିଶା ତଥା ପଡୋଶୀ ଆନ୍ଧ୍ରର ଏକ ଲୋକପ୍ରିୟ ଯାତ୍ରା ଭାବେ ବେଶ ଖ୍ୟାତି ଅର୍ଜନ କରିଛି । ଆଜି ପାଗ ଅନୁକୁଳ ଥିବା ତଥା ଦିନ ତମାମ ମେଘାଛନ୍ନ ରହିଥିବା ଏବଂ ଅପରାହ୍ନ ସମୟରେ ଝିପି ଝିପି ବର୍ଷା ପଡିଥିଲେ ମଧ୍ୟ ପାରଳାଖେମୁଣ୍ଡି ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ ପାଇଁ ପାରଳା ସହର ସମେତ ଆଖପାଖ ଅଞ୍ଚଳ ଓ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି |