କଟକ ବଡ ଡାକ୍ତରଖାନାରେ ବୋର୍ଡ ଅଫ୍ ରେଭିନ୍ୟୁ ବାର୍ ଆସୋସିଏସନ ପକ୍ଷରୁ ଲୁଗା ଓ ଗାମୁଛା ବଣ୍ଟନ

0
IMG-20230607-WA0018.jpg

କଟକ: ତା ୦୭/୦୬ ଆଜି କଟକ ର ବୋର୍ଡ ଅଫ୍ ରେଭିନ୍ୟୁ ବାର୍ ଆସୋସିଏସନ ର ସଂପାଦକ ଜ୍ଞାନେନ୍ଦ୍ର ପରିଡା ଙ୍କ ତତ୍ତ୍ଵାବଧାନରେ ଆସୋସିଏସନ୍ ର ସଦସ୍ୟ ମାନେ କଟକ ବଡ ଡାକ୍ତରଖାନାରେ ବାହାନଗା ରେଳ ଦୁର୍ଘଟଣା ରେ ଆହତ ହୋଇ ଚିକିତ୍ସିତ ହେଉଥିବା ଲୋକ ମାନଙ୍କୁ ଲୁଗା ଓ ଗାମୁଛା ବଣ୍ଟନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଆସୋସିଏସନ ର ସଭାପତି ସୟଦ୍ ମେହେବୁବ୍ ଅଲ୍ଲୀ ଯୁଗ୍ମ ସମ୍ପାଦକ ଜ୍ୟୋତିର୍ମୟ ମହାପାତ୍ର, ସହ ସମ୍ପାଦକ ସୁଜିତ୍ ସ୍ୱାଇଁ, ପୂର୍ବତନ ସଭାପତି ଦେବାଶିଷ ପାଣିଗ୍ରାହୀ, ଜ୍ଞାନ ପଟ୍ଟନାୟକ, ପ୍ରଭାସ ମହାନ୍ତି, ଅଶୋକ ଶଢଙ୍ଗୀ, ଦିଲ୍ଲୀପ ପାଲିତ୍, ପ୍ରଣବ ବିଶ୍ଵାଳ, କୃଷ୍ଣ ପ୍ରସାଦ ମିଶ୍ର ପ୍ରମୁଖ ବହୁ ଆଇନଜୀବୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *